Advertisment

ରୁଷ-ୟୁକ୍ରେନ୍‌ ଯୁଦ୍ଧର ବିଭୀଷିକା, ବୁଲା କୁକୁରଙ୍କ ମାଂସ ହୋଇଛି ଆହାର

ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ମାସେ ପୂରିଲା । ଦୀର୍ଘଦିନ ଧରି ଯୁଦ୍ଧ ଲାଗି ରହିଥିଲେ ମଧ୍ୟ ଥମିବା ପରିବର୍ତ୍ତେ ଭୟଙ୍କର ହେଉଛି ସ୍ଥିତି । ତେବେ ବାରମ୍ବାର ଆଲୋଚନା ପରେ ବି ବାହାରିପାରୁନି ସମାଧାନର ବାଟ। ଏହାରି ମଧ୍ୟରେ ୟୁକ୍ରେନ୍‌ରେ ଖାଦ୍ୟ ଓ ଜଳର ଘୋର ଅଭାବ ଦେଖାଦେଇଛି। ଖାଦ୍ୟ ଓ ପାଣି ଅଭାବରୁ ଛୋଟଛୋଟ ପିଲା ଅକାଳରେ ମୃତ୍ୟୁବରଣ କରୁଛନ୍ତି । ପେଟ ପୋଷିବା ପାଇଁ ଏଠାରେ ଲୋକେ ବୁଲା କୁକୁରଙ୍କୁ ମାରି ତା’ ମାଂସ ଖାଉଛନ୍ତି ।

ଅଦ୍ୟତନ ହୋଇଛି
killings and dogs eating

killings and dogs eating

Advertisment

ଦୀର୍ଘ ଦିନ ଧରି ୟୁକ୍ରେନ୍‌ ଉପରେ ଘନ ଘନ ମିସାଇଲ୍‌ ସାଙ୍ଗକୁ ରକେଟ୍‌ ମାଡ କରି ଧ୍ୱଂସ ବିଧ୍ୱଂସ କରି ଦେଲାଣି ଋଷ । ଋଷର ଏପରି ଆକ୍ରମଣ ଫଳରେ ୟୁକ୍ରେନରେ ହାହାକାର ସ୍ଥିତି ଉପୁଜିଛି ।ୟୁକ୍ରେନ୍‌ର ଅଧିକାଂଶ ଲୋକେ ଦେଶ ଛାଡି ପଳାଇଯାଇଥିବା ବେଳେ ଆଉ କିଛି ବଙ୍କର ଓ ବୋମା ସେଲ୍ଟର ଭିତରେ ଜୀବନ ରକ୍ଷା କରିବାକୁ ମୁଣ୍ଡ ଗୁଞ୍ଜିଛନ୍ତି।

Advertisment

ଏହାରି ମଧ୍ୟରେ ୟୁକ୍ରେନ୍‌ରେ ଖାଦ୍ୟ ଓ ଜଳର ଘୋର ଅଭାବ ଦେଖାଦେଇଛି। ଲୋକେ ଖାଇବାକୁ ମୁଠାଏ ଖାଦ୍ୟ ଏବଂ ପିଇବାକୁ ଟୋପେ ପାଣି ପାଉ ନାହାନ୍ତି। ସ୍ଥିତି ଦିନକୁ ଦିନ ଏଠି ଜଟିଳ ହେବାରେ ଲାଗିଛି। ଭୋକରେ ମରିବା ଛଡା ୟୁକ୍ରେନବାସୀଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ। ପେଟ ପୋଷିବା ପାଇଁ ଏଠାରେ ଲୋକେ ଏବେ ବୁଲା କୁକୁରଙ୍କୁ ମାରି ତା’ ମାଂସ ଖାଉଛନ୍ତି ।

ସୂଚନା ଅନୁସାରେ ରୁଷ ଆକ୍ରମଣରେ ୟୁକ୍ରେନର ନ୍ୟୁକ୍ଲିଅର ଫ୍ୟାକ୍ଟ୍ରିରେ ହୋଇଥିବା ବିସ୍ଫୋରଣ ଯୋଗୁଁ ଏଠାକାର ପାଣି ଓ ପବନ ବିଷାକ୍ତ ହୋଇଯାଇଛି। ଏଭଳି ସ୍ଥିତି ଏଠାକାର ଲୋକେ ଏବେ ପିଇବା ପାଣି ଖୋଜି ବୁଲୁଛନ୍ତି । ଆଉ କିଛି ଲୋକେ ସ୍ୱଚ୍ଛ ପାଣି ନମିଳିବାରୁ ସେହି ବିଷାକ୍ତ ପାଣି ପିଇ ଦିନ କାଟୁଛନ୍ତି ।

Advertisment

ୟୁକ୍ରେନବାସୀଙ୍କ କହିବା ମୁତାବକ, ଏଠାକାର ଲୋକେ ଖାଇବା ଖୋଜିବା ସହ ମୁଣ୍ଡ ଗୁଞ୍ଜିବାକୁ ଛାତ ମଧ୍ୟ ଖୋଜୁଛନ୍ତି। ଖାଦ୍ୟ ଓ ପାଣି ଅଭାବରୁ ଛୋଟଛୋଟ ପିଲା ଅକାଳରେ ମୃତ୍ୟୁବରଣ କରୁଛନ୍ତି । ୨ ଲକ୍ଷରୁ ଅଧିକ ଲୋକ ଖାଦ୍ୟ ଓ ପାନୀୟ ପାଇଁ ବର୍ତ୍ତମାନ ଛଟପଟ ହୋଇ ମରଣ ସହ ଲଢେଇ କରୁଛନ୍ତି ।

RussiaUkraineCrisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ