Advertisment

ଗୁଳି ମାରି ଶିକାର କରିବାକୁ ବାହାରିଥିଲେ, ନିଜେ ଗୁଳିମାଡ଼ର ଶିକାର ହେଲେ...

ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ।

ଅଦ୍ୟତନ ହୋଇଛି
Dog Shoots Kills 30 year old US Man

Dog Shoots, Kills 30-year-old US Man

Advertisment

ପିକ୍‌ଅପ୍ ଭ୍ୟାନ୍ ପଛପଟେ ଗୁଳି ଭର୍ତ୍ତି ବନ୍ଧୁକ ଥୁଆ ହୋଇଛି। ପାଖରେ ପୋଷା କୁକୁର ଜଗିଛି। ଆଉ ଗାଡ଼ି ଆଗକୁ ଚାଲିଛି। ଆଗ ସିଟ୍‌ରେ କୁକୁର ମାଲିକ ବସିଛନ୍ତି। ନିଜର ପ୍ରିୟ କୁକୁରକୁ ଧରି ସେ ବାହାରିଛନ୍ତି ଶିକାର କରିବାକୁ। ହଠାତ୍ କ’ଣ ହେଲା କେଜାଣି କୁକୁରଟି ବନ୍ଧୁକ ଉଠାଇ ଗୁଳି ମାରିଦେଲା।

Advertisment

ଏହି ଘଟଣା ଆପଣଙ୍କୁ ଏକ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବ। କିନ୍ତୁ ଘଟଣାଟି ସମ୍ପୂର୍ଣ୍ଣ ସତ। ଏପରିକି ଏକ ଭୟଙ୍କର ଘଟଣା ଘଟିଛି ଆମେରିକାରେ। ଆଉ ଏହି ଗୁଳିମାଡ଼ରେ ଆଗ ସିଟ୍‌ରେ ବସିଥିବା ମାଲିକର ଜୀବନ ଚାଲିଯାଇଛି। ଶିକାର କରିବାକୁ ବାହାରିଥିବା ମାଲିକ ଶେଷରେ ନିଜେ ଗୁଳିମାଡ଼ର ଶିକାର ହୋଇଗଲେ। 

ଗତ ସପ୍ତାହରେ ଏହି ଭୟଙ୍କର ଘଟଣା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, ଉଇକ୍ ଏଣ୍ଡ ହୋଇଥିବାରୁ କିଛି ବନ୍ଧୁ ଏକାଠି ହୋଇ ଶିକାର ପାଇଁ ବାହାରିଥିଲେ। ନିଜର ସୁରକ୍ଷା ପାଇଁ ସେମାନେ ସାଙ୍ଗରେ ପୋଷା କୁକୁରକୁ ମଧ୍ୟ ନେଇଥିଲେ। 

Advertisment

ଅଧିକ ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ରରେ କୁକୁର ଛୁଆର ଦସ୍ତଖତ !

କିନ୍ତୁ ସେମାନଙ୍କୁ ଜଣାନଥିଲା ଯେ, ଯାହାକୁ ସେମାନେ ନିଜର ସୁରକ୍ଷା ପାଇଁ ସାଙ୍ଗରେ ନେଉଛନ୍ତି, ସେହିଁ ସେମାନଙ୍କ ମୃତ୍ୟୁର କାରଣ ହେବ। ସୂଚନାଯୋଗ୍ୟ ଯେ, ବନ୍ଧୁକରୁ ହଠାତ୍ ଗୁଳି ଫୁଟି ମୃତାହତ ହେବା ଘଟଣା ଆମେରିକାରେ ଏକ ସାଧାରଣ ଘଟଣା ହେଇଗଲାଣି। 

ଗତ ୨୦୨୧ରେ ଏଭଳି ଘଟଣାରେ ଆମେରିକାରେ ୫ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଛି।  ଏକ ସର୍ଭେରୁ ଜଣାଯାଇଛି ଯେ, ଆମେରିକାରେ ଯେତିକି ଲୋକ ଅଛନ୍ତି ତା’ଠୁ ଅଧିକ ସଂଖ୍ୟକ ବନ୍ଧୁକ ରହିଛି।  ଅସାବଧାନତା ପାଇଁ ଏଭଳି ଘଟଣା ବାରମ୍ବାର ଘଟୁଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

Advertisment
Dog Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ