Advertisment

India Pakistan War: ଅପରେସନ ସିନ୍ଦୂରରେ ଘାଇଲା ପାକ୍, DGMO ଦେଲେ ସବିଶେଷ ତଥ୍ୟ

ଭାରତୀୟ ବାୟୁସେନାର ହମଲାରେ ଘାଇଲା ପାକିସ୍ତାନ । ଅପରେସନ 'ସିନ୍ଦୂର' ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି DGMO । ପାକ୍ କେତେ କ୍ଷତିଗ୍ରସ୍ତ ହୋଇଛି ଏବଂ ଆଗକୁ ଭାରତର ଆଭିମୁଖ୍ୟ କ'ଣ ରହିଛି ତାହା ବ୍ରିଫିଂରେ ଦର୍ଶାଯାଇଛି ।

ଅଦ୍ୟତନ ହୋଇଛି
DGMO

DGMO

Advertisment

ଭାରତ-ପାକିସ୍ତାନ ଯୁଦ୍ଧ ନେଇ ତିନି ସେନାଙ୍କ ମିଳିତ ପ୍ରେସମିଟ୍ ହୋଇଛି । ଏହି ସାମ୍ୱାଦିକ ସମ୍ମିଳନୀରେ DGMO ବଡ଼ ସୂଚନା ଦେଇଛନ୍ତି ।  ଅପରେସନ 'ସିନ୍ଦୂର' ନେଇ ଏହା ହେଉଛି ଦ୍ବିତୀୟ ବ୍ରିଫିଂ । ସନ୍ଧ୍ୟାରେ ଭାରତ-ପାକିସ୍ତାନ DGMO ସ୍ତରୀୟ ଆଲୋଚନା ହେବାକୁ ଥିବାବେଳେ ଏହା ପୂର୍ବରୁ ପ୍ରେସ ବ୍ରିଫିଂ କରାଯାଇଛି ।  ଏୟାର ମାର୍ଶଲ ଏକେ ଭାରତୀ କହିଛନ୍ତି, "ଆମର ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ । ମାତ୍ର ପାକିସ୍ତାନ ସେନା ଆତଙ୍କବାଦୀଙ୍କ ସାଥ ଦେଲା ଓ ଆମ ସାଙ୍ଗରେ ଲଢ଼େଇ ପାଇଁ ଆଗେଇ ଆସିଲା ।" ବାୟୁସେନା କିପରି ପାକିସ୍ତାନ ଏୟାର ବେସ୍‌ ଟାର୍ଗେଟ୍‌ କଲା, ତାହା ଦେଖାଇବା ସହ ବିସ୍ତୃତ ତଥ୍ୟ ରଖିଲେ ଏୟାର ମାର୍ଶଲ ଏକେ ଭାରତୀ । ଏହାସହ ପ୍ରେସ ବ୍ରିଫିଂ ସମୟରେ ଶତ୍ରୁ ଦେଶର ମିସାଇଲର ଭଗ୍ନାବଶେଷ ମଧ୍ୟ ଦେଖାଇଛନ୍ତି ।  

Advertisment

ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ କହିଛନ୍ତି, "ଆମର ଚାରି ସ୍ତରର ସୁରକ୍ଷା କବଚ ରହିଛି, ଯାହାକି ପାକିସ୍ତାନ ପାଖରେ ନାହିଁ । ସେଥିପାଇଁ ଆମର କିଛି କ୍ଷତି ହୋଇନି, ସେମାନେ ପହଞ୍ଚି ପାରି ନାହାନ୍ତି । ମୁଁ ସ୍ପଷ୍ଟ ଭାବେ କହିରଖୁଛି, ଆମର ସମସ୍ତ ସିଷ୍ଟମ କାର୍ଯ୍ୟକ୍ଷମ ରହିଛି ।  ସବୁ ଦିଗରୁ ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ ।  ଯଦି ସେପରି କିଛି ପରିସ୍ଥିତି ଉତ୍ପନ୍ନ ହୁଏ ମୁକାବିଲା କରିବୁ । ଯଦି ଆଗକୁ କେବେ ଲଢ଼େଇ ହେବ ତାହା ପୂରା ଅଲଗା ଧରଣର ହେବ । ମୁକାବିଲା ଆମେ ସମସ୍ତ ପ୍ରକାର କୌଶଳ ଆପଣାଉଛୁ । ଭଗବାନ କରନ୍ତୁ ଲଢ଼େଇ ନହେଉ, ଯଦି ହୁଏ ପୂରା ଅଲଗା ଧରଣର ହେବ ।"

ସୂଚନା ଯୋଗ୍ୟ, ଭାରତ-ପାକିସ୍ତାନ ଯୁଦ୍ଧରେ ପାକିସ୍ତାନର ବ୍ୟାପକ କ୍ଷତି ହେଲାଣି । ଭାରତର ହମଲାରେ ପାକିସ୍ତାନର ସାମରିକ ଘାଟି ମଧ୍ୟ ଧ୍ୱଂସ ହୋଇଯାଇଛି । ଆଗକୁ ଯଦି ଲଢେଇ ଜୋରଦାର ହୁଏ, ତେବେ ଭାରତ ପୂରା ପ୍ରସ୍ତୁତ ଥିବା କହିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ । ଏହା ସହ ପାକିସ୍ତାନ ପକ୍ଷରେ ଭାରତର ସୁରକ୍ଷା ଭେଦ କରିବା ମୁସ୍କିଲ ବୋଲି କହି ସେ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି । ସେପଟେ ବସିବାକୁ ଥିବା ଭାରତ-ପାକିସ୍ତାନ DGMO ସ୍ତରୀୟ ବୈଠକ ବହୁ ଗୁରୁତ୍ବ ବହନ କରୁଛି ।

Advertisment

ଅଧିକ ପଢ଼ନ୍ତୁ: ଶତ୍ରୁର ଛାତିକୁ ଚିରିବ ଭାରତ; ଉଦଘାଟନ ହେଲା କ୍ଷେପଣାସ୍ତ୍ର ଉତ୍ପାଦନ ୟୁନିଟ୍

India Pakistan Army Indo-Pak Ceasefire
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ