Advertisment

ଉଡାଣ ଭରିବା ପରେ ବିମାନ ଇଞ୍ଜିନରେ ଲାଗିଲା ନିଆଁ, ଥିଲେ ୩୦୦ରୁ ଅଧିକ ଯାତ୍ରୀ

ଲସ୍ ଏଞ୍ଜେଲସ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାଉଥିବା ଡେଲଟା ଏୟାରଲାଇନ୍ସର ବୋଇଂ 767 ର ଫ୍ଲାଇଟ୍ DL446 ର ଇଞ୍ଜିନରେ ନିଆଁ ଲାଗିବା ଯୋଗୁଁ ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି ବିମାନ।

ଅଦ୍ୟତନ ହୋଇଛି
Flight

Flight

Advertisment

ପୁଣି ବିମାନରେ ତ୍ରୁଟି। ଉଡାଣ ଭରିବାର ମାତ୍ର କିଛି ସମୟ ପରେ ବିମାନରେ ଲାଗିଗଲା ନିଆଁ। ଲସ୍ ଏଞ୍ଜେଲସ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାଉଥିବା ଏକ ବିମାନରେ ନିଆଁ ଲାଗିବା ପରେ ଜରୁର ଅବତରଣ କରିଛି। ଡେଲଟା ଏୟାରଲାଇନ୍ସର ବୋଇଂ 767 ବିମାନର ଇଞ୍ଜିନ ଆକାଶରେ ନିଆଁ ଲାଗିବା ପରେ ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।

Advertisment

ଗତ ଜୁଲାଇ ୧୮ ତାରିଖରେ ବୋଇଂ 767-400 ର ଫ୍ଲାଇଟ୍ DL446, ଲସ୍ ଏଞ୍ଜେଲସ୍‌ରୁ ଆଟଲାଣ୍ଟା ଅଭିମୁଖେ ଯାଉଥିଲା। ଉଡ଼ାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ଏହାର ବାମ ଇଞ୍ଜିନରେ ନିଆଁ ଲାଗିଥିବା କ୍ରୁ ମେମ୍ବର୍ସମାନେ ଜାଣି ପାରିଥିଲେ। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ବିମାନର ବାମ ଇଞ୍ଜିନରୁ ନିଆଁ ବାହାରୁଥିବା ଦୃଶ୍ୟ ଦେଖାଯାଇଛି।

ପାଇଲଟମାନେ ତୁରନ୍ତ ଜରୁରୀ ପରିସ୍ଥିତି ଘୋଷଣା କରି ବିମାନବନ୍ଦରକୁ ୟୁ-ଟର୍ଣ୍ଣ ନେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ (ATC) କୁ ଯୋଗାଯୋଗ କରାଯାଇଥିଲା। ବିମାନଟି ପ୍ରଶାନ୍ତ ମହାସାଗର ଉପରେ ଉଠିବା ପରେ ଡାଉନୀ ଓ ପାରାମାଉଣ୍ଟ ଅଞ୍ଚଳ ଉପରେ ବୁଲି ନିରାପଦରେ ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା।

Advertisment

ଅବତରଣ ପରେ ଅଗ୍ନିଶମ ଦଳ ନିଆଁକୁ ଆୟତ୍ତ କରିଥିଲେ ଏବଂ କୌଣସି ଆହତ ହେବାର ଖବର ମିଳି ନାହିଁ। ଡେଲଟା ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି, "ଫ୍ଲାଇଟ୍ DL446 ବାମ ଇଞ୍ଜିନରେ ସମସ୍ୟାର ସୂଚନା ପାଇବା ପରେ ସତର୍କତା ଅବଲମ୍ବନ କରି ଲସ୍ ଏଞ୍ଜେଲସ୍ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିଥିଲା।"

ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଦ୍ୱାରା ଏହି ଘଟଣାର ତଦନ୍ତ ଆରମ୍ଭ ହୋଇଛି। ବିମାନରେ ଦୁଇଟି ଜେନେରାଲ ଇଲେକ୍ଟ୍ରିକ୍ CF6 ଇଞ୍ଜିନ୍ ଲାଗିଥିଲା। ଚଳିତବର୍ଷ ଡେଲଟା ଏୟାରଲାଇନ୍ସର କୌଣସି ବିମାନରେ ନିଆଁ ଲାଗିବା ଦ୍ବିତୀୟ ଘଟଣା। ଗତ ଜାନୁଆରୀ ୧ ତାରିଖରେ ଆଟଲାଣ୍ଟାରୁ ବ୍ରାଜିଲର ସୋ ପାଉଲୋ ଅଭିମୁଖେ ଯାଉଥିବା ଫ୍ଲାଇଟ୍ DL105 ରେ ବାମ ଇଞ୍ଜିନରେ ନିଆଁ ଲାଗିବା ଯୋଗୁଁ ଉଡ଼ାଣର କିଛି ସମୟ ପରେ ଆଟଲାଣ୍ଟାକୁ ୟୁ-ଟର୍ଣ୍ଣ ନେଇଥିଲା।

Advertisment

ଅଧିକ ପଢନ୍ତୁ: ଓଲଟିଲା ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ବୋଟ୍; ୩୪ ମୃତ

Atlanta Los Angeles Fire In Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ