/odishatv-khabar/media/post_attachments/uploadimage/library/16_9/16_9_0/arrest_1753789405.jpg)
arrest
ସାନ ଫ୍ରାନ୍ସିସ୍କୋ ଆନ୍ତର୍ଜାତିକ ବିମାନବନ୍ଦରରେ ଡେଲ୍ଟା ଏୟାରଲାଇନ୍ସର ଜଣେ କୋ-ପାଇଲଟଙ୍କୁ ତାଙ୍କ ବିମାନ ଅବତରଣ କରିବାର ୧୦ ମିନିଟ୍ ପରେ ଗିରଫ କରାଯାଇଛି। ୩୪ ବର୍ଷୀୟ ରୁସ୍ତମ ଭାଗୱାଗରଙ୍କୁ ଶିଶୁ ଯୌନ ନିର୍ଯାତନା ଅଭିଯୋଗରେ ଗିରଫ କରାଯାଇଛି । ଏହି କୋ-ପାଇଲଟ ଜଣକ ହେଉଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ ।
କଣ୍ଟ୍ରା କୋଷ୍ଟା କାଉଣ୍ଟି ଶେରିଫ ବିଭାଗ ଏବଂ ହୋମଲ୍ୟାଣ୍ଡ ସିକ୍ୟୁରିଟି ଇନଭେଷ୍ଟିଗେସନର ଏଜେଣ୍ଟମାନେ ଡେଲ୍ଟା ଫ୍ଲାଇଟ ୨୮୦୯, ଏକ ବୋଇଙ୍ଗ ୭୫୭-୩୦୦ରେ ମିନିଆପୋଲିସରୁ ଆସିବା ପରେ କକପିଟରେ ପ୍ରବେଶ କରିଥିଲେ। ଯାତ୍ରୀମାନେ ବିମାନରୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଥିବା ସମୟରେ ତାଙ୍କୁ ଅଚାନକ ଗିରଫ କରାଯାଇଥିଲା ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ବିମାନ ଗେଟରେ ପାର୍କ ହେବା ମାତ୍ରେ ଅତି କମରେ ୧୦ ଜଣ ଡିଏଚଏସ ଏଜେଣ୍ଟ ବିମାନରେ ପ୍ରବେଶ କରି ପାଇଲଟଙ୍କୁ ଗିରଫ କରିଥିଲେ।
ଜଣେ ଯାତ୍ରୀ କହିଛନ୍ତି, “ଅଧିକାରୀ ଏବଂ ଏଜେଣ୍ଟମାନେ ବ୍ୟାଜ, ବନ୍ଧୁକ ଏବଂ ଭିନ୍ନ ଏଜେନ୍ସି ଚିହ୍ନ ସହିତ ସିଟ୍ ମଝି ଦେଇ କକପିଟ ଆଡ଼କୁ ଠେଲି ହୋଇ ଯାଉଥିଲେ । ଏଜେଣ୍ଟମାନେ କୋ-ପାଇଲଟଙ୍କୁ ହାତକଡ଼ି ପକାଇ ନେଇଗଲେ।”
ଭାଗୱାଗରଙ୍କ କୋ-ପାଇଲଟ୍ କହିଛନ୍ତି ଯେ ସେ ଆଶ୍ଚର୍ଯ୍ୟ ହୋଇଥିଲେ ଏବଂ ଗିରଫ ବିଷୟରେ ତାଙ୍କୁ କିଛି ଜଣା ନଥିଲା। ଏଜେଣ୍ଟମାନେ ତାଙ୍କୁ ଗିରଫ ବିଷୟରେ ଜଣାଇ ନଥିଲେ ।
କାରଣ ସେମାନେ ଭାବୁଥିଲେ ଯେ ଭାଗୱାଗରଙ୍କୁ ସୂଚନା ଦେଲେ ସେ ଖସି ଯାଇପାରନ୍ତି । ଏଜେଣ୍ଟମାନେ ତାଙ୍କୁ ପଳାଇବାର କୌଣସି ସୁଯୋଗ ନଦେଇ ଗିରଫ କରିବାକୁ ଚାହୁଁଥିଲେ ।
ଏପ୍ରିଲ ୨୦୨୫ରେ ଶିଶୁ ବିରୋଧୀ ଯୌନ ଅପରାଧର ରିପୋର୍ଟ ପାଇବା ପରେ ଡିଟେକ୍ଟିଭମାନେ ତଦନ୍ତ ଆରମ୍ଭ କରିଥିଲେ। ପରେ ଅଭିଯୁକ୍ତଙ୍କ ପାଇଁ ଏକ ଓ୍ୱାରେଣ୍ଟ ପାଇଥିଲେ । ଭାଗୱାଗରଙ୍କ ଗିରଫ ଜଣେ୧୦ ବର୍ଷରୁ କମ ବୟସର ଶିଶୁ ସହ ଘଟିଥିବା ଘଟଣା ସହ ଜଡିତ ।
ଏହି ମାମଲାରେ ତାଙ୍କୁ ଅଭିଯୁକ୍ତ ଭାବେ ଚିହ୍ନଟ କରାଯାଇଛି । ସେ ବର୍ତ୍ତମାନ ମାର୍ଟିନେଜ ଡିଟେନସନ ଫେସିଲିଟିରେ ୫ ମିଲିୟନ ଡଲାର ଜାମିନରେ ଅଟକ ଅଛନ୍ତି।
ଡେଲ୍ଟା ଏୟାରଲାଇନ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି, “ଡେଲ୍ଟା ବେଆଇନ ଆଚରଣ ପାଇଁ ଶୂନ୍ୟ ସହନଶୀଳତା ନୀତି ପାଳନ କରେ । ତଦନ୍ତକାରୀ ସଂସ୍ଥାଙ୍କ ସହ ପୂର୍ଣ୍ଣ ସହଯୋଗ କରିବ,” । ଆହୁରି କୁହାଯାଇଛି, “ଗିରଫ ସହ ଜଡ଼ିତ ଅଭିଯୋଗର ରିପୋର୍ଟରେ ଆମେ ଆଶ୍ଚର୍ଯ୍ୟ ହୋଇଛୁ ଏବଂ ତଦନ୍ତ ଚାଲୁ ରହିଥିବା ପର୍ଯ୍ୟନ୍ତ ସଂପୃକ୍ତ ବ୍ୟକ୍ତିଙ୍କୁ ନିଲମ୍ବିତ କରାଯାଇଛି।”
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)