• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେବଦୂତ ସାଜିଲେ ଡେଲିଭରୀ ବୟ । ନିଜ ଜୀବନକୁ ବାଜିରେ ଲାଗାଇ ନିଆଁ ଭିତରୁ ୫ ଜଣକୁ ଉଦ୍ଧାର କଲେ ଡେଲିଭରୀ ବୟ । ଆମେରିକାର ଇଣ୍ଡିଆନା ରାଜ୍ୟରୁ ସାମ୍ନାକୁ ଆସିଛି ଏହି ନିଆରା ଘଟଣା ।

ଇଣ୍ଡିଆନାର ଥିବା ଜଣଙ୍କ ଘରେ ନିଆଁ ଲାଗିଥିଲା । ନିଆଁ ଲାଗିଥିବାର ଦେଖି ପିଜ୍ଜା ଡେଲିଭରୀ ବୟ ନିଜ ଜୀବନ ସହ ଖେଳି ଘରେ ପଶି ସେଠାରେ ଫସିଥିବା ୫ ଜଣ ପିଲାଙ୍କ ଜୀବନ ବଞ୍ଚାଇଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଲାଫାୟେଟ୍‌ ପୋଲିସ ବିଭାଗ (Lafayette Police Department) ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ଗତ ଜୁଲାଇ ମାସ ୧୧ ତାରିଖରେ ୨୫ ବର୍ଷିୟ ଯୁବକ ତଥା ଡେଲିଭରୀ ବୟ ନିକୋଲସ୍ ବୋଷ୍ଟିକ୍ ଲାଫାୟେଟ୍‌ ପିଜ୍ଜା ଡେଲୀଭରୀ ପାଇଁ ଯାଉଥିଲେ । ସେହି ସମୟରେ ଏକ ଘରେ ନିଆଁ ଲାଗିଥିବାର ଦେଖି ସେଠାରେ ଫସିଥିବା ପିଲାଙ୍କ ଜୀବନ ବଞ୍ଚାଇଛନ୍ତି ବୋଲି ବିଭାଗ ପକ୍ଷରୁ ଟ୍ୱିଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି ।

ଏହି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ପୋଲିସ୍ ନିଜ କ୍ୟାମେରାରେ କଏଦ୍ କରିଥିଲେ । ଯେଉଁଥିରେ ନିକୋଲସ୍ ଘରେ ପଶି ଛୋଟ ପିଲାଙ୍କୁ ଉଦ୍ଧାର କରୁଥିବାର ଦୃଶ୍ୟ ମଧ୍ୟ କଏଦ୍‌ ହୋଇଛି । ଏହାସହ ଘଟଣା ପରେ ଡେଲିଭରୀ ବୟ ଗୁରୁତର ଆହତ ହୋଇଛନ୍ତି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

କେବଳ ଏତିକି ନହେଁ ଘଟଣାକୁ ନେଇ ପୋଲିସ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ମଧ୍ୟ ଜାରି କରାଯାଇଛି । ନିକୋଲସ୍‌ଙ୍କ ଉପସ୍ଥିତ ବୁଦ୍ଧି ପାଇଁ କେତେ ଜୀବନ ବଞ୍ଚିଯାଇଛି । ନିସ୍ୱାର୍ଥପର ଭାବେ ଲୋକଙ୍କ ଜୀବନ ରକ୍ଷା କରି ସେ ସମାଜରେ ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି ।

ତେବେ ଟ୍ୱିଟରରେ ଶେୟାର ହୋଇଥିବା ଭିଡ଼ିଓ ଦେଖି ୟୁଜର୍ସ ନିକୋଲସ୍‌ଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।