Iran-Israel Conflict
ଚାଲିଛି ଅପରେସନ ସିନ୍ଧୁ । ଇରାନ-ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଜାରି ରହିଥିବାବେଳେ ଭାରତୀୟଙ୍କୁ ଫେରାଇ ଆଣିବାରୁ ସରକାର ପ୍ରତିଶ୍ରୁତିବଦ୍ଧ । ଏହାରି ଭିତରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଇରାନରେ ଫସିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାକୁ ରାଜ୍ୟ ସରକାର ପ୍ରଚେଷ୍ଟା ଚଳାଇଛନ୍ତି । ସୁରକ୍ଷିତ ଭାବେ ସ୍ୱଦେଶ ଫେରିଥିବା ଭାରତୀୟ ଏଥିପାଇଁ ସରକାରଙ୍କୁ ଧନ୍ୟବାଦ ଜଣାଉଥିବାବେଳେ ଆଉ କେତେକ ଲୋକଙ୍କ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ସେମାନଙ୍କ କହିବା କଥା ହେଉଛି ଭାରତ ଫେରିବାଠୁ ଭଲ ଇରାନରେ ସହିଦ ହୋଇଯିବା ।
ଦିଲ୍ଲୀ ବାସିନ୍ଦା ନିଦାଙ୍କ କ୍ଷେତ୍ରରେ ଏପରି ଘଟିଛି । ନିଦା ଇରାନରୁ ଭାରତ ଫେରିଥିବାବେଳେ ତାଙ୍କୁ ନେବା ପାଇଁ ଏୟାରପୋର୍ଟ ଆସିଥିଲେ ସ୍ୱାମୀ । ଭାରତ ସରକାରଙ୍କ ଦ୍ୱାରା ଜାରି ରହିଥିବା ଅପରେସନର ତୃତୀୟ ପର୍ଯ୍ୟାୟରେ ୫୬ ଜଣ ଭାରତୀୟ ଆସିଥିଲେ । ସେହି ବିମାନରେ ନିଦା ମଧ୍ୟ ଥିଲେ । ସେପଟେ ନିଦା ଆସିବା ପରେ ତାଙ୍କ ସ୍ୱାମୀ ପ୍ରତିକ୍ରିୟା ରଖି କହିଛନ୍ତି, ଇରାନ ମାଟିରେ ମୃତ୍ୟୁ ହୋଇଥିଲେ ସହିଦ ହୋଇଥାନ୍ତା । ସେଠାରେ ଯିଏ ମରିବ ସେ ଅମର ହୋଇଯିବ । ଏବେ ଇରାନର ମାଟିରେ ସହିଦ ହେବାର ସମୟ ଆସିଛି ।
ନିଦା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସେ ୩ ଜୁନରେ ଇରାନ ଯାଇଥିଲେ । ଇରାନରେ ସ୍ଲୋ ନେଟୱାର୍କ କାରଣରୁ କାହା ସହ ଯୋଗାଯୋଗ ହୋଇପାରୁନଥିଲା । ଏଭଳି ସ୍ଥିତିରେ ଭାରତ ସରକାର ସହାୟତା କରି ଫେରାଇ ଆଣିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ନିଦା । ସେ କହିଛନ୍ତି ଯେ, କେବଳ ସୀମାରେ ସମସ୍ୟା ହେଲା । ତା' ପରେ ଆମେ ସୁରକ୍ଷିତ ଭାବେ ଆସିଗଲୁ ।
ନିଦାଙ୍କ ସ୍ୱାମୀ ଏହା ମଧ୍ୟ କହିଛନ୍ତି, "ଆମ ଧର୍ମ ଅନୁସାରେ ମୃତ୍ୟୁଠାରୁ ଶ୍ରେୟସ୍କର ଆଉ କିଛି ନୁହେଁ । ତେଣୁ ଏଠାକୁ ଫେରିବା ଅପେକ୍ଷା ସେଠାରେ ସହିଦ ହୋଇଯାଇଥିଲେ ଭଲ ହୋଇଥାଆନ୍ତା । ସମୟ ଆସିଲେ ଭାରତ ପାଇଁ ମଧ୍ୟ ସହିଦ ହେବୁ । ଏବେ ଇରାନ ପାଇଁ ସହିଦ ହେବାର ସମୟ ।" ନିଦାଙ୍କ ସ୍ୱାମୀଙ୍କ ଏହି କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us