Advertisment

ଈଶ୍ୱରଙ୍କ ଚମତ୍କାର; ମୃତ ମହିଳାଙ୍କ ଫେରିଲା ଜୀବନ

ଚିକିତ୍ସା ହେବା ସମୟରେ ତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା।

ଅଦ୍ୟତନ ହୋଇଛି
Dead Woman Found Breathing In Body Bag at Funeral Home

Dead woman found breathing in body bag at funeral home

Advertisment

ଜୀବିତ ହେଲେ ମୃତ ମହିଳା । ଶବଗୃହରେ ଚାଲିଲା ମହିଳାଙ୍କ ନିଃଶ୍ୱାସ ପ୍ରଶ୍ୱାସ । ଡାକ୍ତରଙ୍କ ମୃତ ଘୋଷଣା ପରେ ମହିଳା କିପରି ଜୀବନ୍ତ ହେଲେ ତାକୁ ନେଇ ଚାଲିଲା ଚର୍ଚ୍ଚା । ଏପରି ଏକ ଘଟଣା ଘଟିଛି ଆମେରିକାର ଆଇଏଏଆର ଗୃହରେ ।

Advertisment

ସୂଚନା ମୁତାବକ ଜଣେ ୬୬ ବର୍ଷିୟ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଗ୍ଲେନ୍ ଓଆକ୍ସ ଅଲଝିମର ସ୍ପେଶାଲ କେୟାର ସେଣ୍ଟର ପକ୍ଷରୁ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।

ପରେ ମହିଳା ଜଣକ ବଞ୍ଚିଥିବା ଜଣାପଡ଼ିବା ପରେ ସମ୍ପୃକ୍ତ କେୟାରକୁ ୧୦,୦୦୦ ଡଲାର ଜରିମାନା କରାଯାଇଥିଲା । ସୂଚନା ଅନୁଯାୟୀ ମହିଳା ଜଣ ଡିମେନସିଆ ରୋଗରେ ପୀଡ଼ିତ ହୋଇଥିଲେ । ତାଙ୍କୁ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ଡିସେମ୍ବର ୨୮ ତାରିଖରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Advertisment

ଅଧିକ ପଢ଼ନ୍ତୁ: ଜନ୍ମରୁ ୧୭ ମିନିଟ୍ ପାଇଁ ବନ୍ଦ ହୋଇଗଲା ଶ୍ୱାସକ୍ରିୟା; ୩ ମାସ ପରେ ଘରକୁ ଫେରିଲା

ଫଳରେ ମହିଳା ଜଣକ ଚିକିତ୍ସିତ ହେଉଥିଲେ । ଚିକିତ୍ସା ହେବା ସମୟରେ ତାଙ୍କର ଜାନୁଆରୀ ୫ ତାରିଖରେ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିଲା । ମୃତ ଘୋଷଣା ହେବା ପରେ ଲୋକ ମାନେ ମହିଳାଙ୍କୁ ଅନ୍ତିମ ସଂସ୍କାର କରିବାକୁ ନେଇଥିଲେ ।

Advertisment

ମହିଳାଙ୍କୁ ଅନ୍ତିମ ଯାତ୍ରା ପାଇଁ ଶବଗୃହରେ ରଖିଥିବା ବେଳେ ହଠାତ୍ ମହିଳାଙ୍କ ନିଃଶ୍ୱାସ ଚାଲିଥିବା ଦେଖିବାକୁ ମିଳିଥିଲା । ଏନେଇ ଖବର ଜଣାପଡ଼ିବା ପରେ ସମ୍ପୃକ୍ତ କେୟାରକୁ ୧୦,୦୦୦ ଡଲାର ଜରିମାନା କରାଯାଇଛି । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ।

Breathing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ