Advertisment

ତାଣ୍ଡବ ରଚିଲା ବାତ୍ୟା: ୧୦ ମୃତ, ୪୮ ହଜାର ଲୋକ ପ୍ରଭାବିତ

ଭାରତ ମହାସାଗର ଦ୍ୱୀପ ଦେଶରେ ଧ୍ୱଂସର ତାଣ୍ଡବ ରଚିବା ପରେ ଘୂର୍ଣ୍ଣିବାତ୍ୟାଟି ଦୁର୍ବଳ ହୋଇଥିଲା।

ଅଦ୍ୟତନ ହୋଇଛି
Cyclone Batsirai

Cyclone Batsirai

Advertisment

ତାଣ୍ଡବ ରଚିଲା ବାତ୍ୟା ‘ବତ୍ସିରାଇ’। ୨୩୫ କିଲୋମିଟର ବେଗରେ ବହିଲା ପବନ। ଆସିଲା ବହୁ ଉଚ୍ଚର ସମୁଦ୍ର ଲହଡି। ଉପୁଡି ପଡିଲା ବଡ ବଡ଼ ଗଛ। କ୍ଷତିଗ୍ରସ୍ତ ହେଲା ବହୁତଳ କୋଠା। ନେଇଗଲା ୧୦ରୁ ଅଧିକ ଲୋକଙ୍କ ଜୀବନ। ପ୍ରଭାବିତ ହେଲେ ୪୮ ହଜାର ଲୋକ। ପ୍ରକୃତିର ଏମିତି କରାଳ ରୂପ ଦେଖିଛି ମାଡାଗାସ୍କର। ଯେଉଁଠାରେ ଧ୍ୱଂସର ତାଣ୍ଡବ ରଚିଛି ବାତ୍ୟା ‘ବତ୍ସିରାଇ’।

Advertisment

ଘଣ୍ଟା ପ୍ରତି ୨୩୫ କିଲୋମିଟର ବେଗରେ ବାତ୍ୟା ‘ବତ୍ସିରାଇ’ ଲ୍ୟାଣ୍ଡଫଲ କରି ଅନେକ କ୍ଷତି ଘଟାଇଛି। ଉଚ୍ଚ ଲହରୀ ଓ ପ୍ରବଳ ପବନ ଯୋଗୁ ଅନେକ ଘର ଧୂଳିସାତ୍‌ ହୋଇଯାଇଥିବା ବେଳେ ଅନେକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏଥି ସହିତ ଏହି ଘୂର୍ଣ୍ଣିବାତ୍ୟା କାରଣରୁ ପାଖାପାଖି ୪୮ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ପ୍ରବଳ ବେଗରେ ପବନ ବହିବା ହେତୁ ଅନେକ ଗଛ ଉପୁଡ଼ି ପଡ଼ିଥିବା ବେଳେ କେତେକ ଅଟ୍ଟାଳିକା ବି କ୍ଷତିଗ୍ରସ୍ତ ହୋଇଛି।

ମାଡାଗାସ୍କରର ମନଞ୍ଜରୀରେ ଘୂର୍ଣ୍ଣିବାତ୍ୟା ପୂର୍ବରୁ ଦେଶର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ପବନ ବହିଥିଲା। ମାଡାଗାସ୍କରର ପାଣିପାଗ ବିଭାଗ କହିଥିଲା କି, ବର୍ଷା ଦେଶର କିଛି ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ। ତେବେ ଭାରତ ମହାସାଗର ଦ୍ୱୀପ ଦେଶରେ ଧ୍ୱଂସର ତାଣ୍ଡବ ରଚିବା ପରେ ଘୂର୍ଣ୍ଣିବାତ୍ୟାଟି ଦୁର୍ବଳ ହୋଇଥିଲା। ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ପ୍ରାୟ ୮୦ କିଲୋମିଟର ପହଞ୍ଚିଥିଲା। ଯେତେବେଳେ ପବନର ଦ୍ରୁତ ଗତି ଥିଲା ଘଣ୍ଟା ପ୍ରତି ୨୩୫ କିଲୋମିଟର।

Advertisment

ସମୁଦ୍ର ଲହରୀ ମାଡ଼ି ଯାଇ ବାଲିର ପାହାଡ଼କୁ ନଷ୍ଟ କରିବା ସହ ମନଞ୍ଜରୀ ସହରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଛି। ସହରର ପାଖାପାଖି ୯୫ ପ୍ରତିଶତ ଭାଗରେ ଅନେକ କ୍ଷୟକ୍ଷତି ହୋଇଛି। ପୂର୍ବରୁ ଟ୍ରପିକାଲ୍ ଷ୍ଟର୍ମ ‘ଏନା’ ମାଡାଗାସ୍କର ଓ ଭାରତ ମହାସାଗର ସଂଲଗ୍ନ ଅଂଚଳରେ ଲ୍ୟାଣ୍ଡଫଲ୍‌ କରି ଅନେକ ଲୋକଙ୍କ ଜୀବନ ନେଇଥିଲା।

ବାତ୍ୟା ‘ବତ୍ସିରାଇ’ ମରିସସ୍‌ ଦେଇ ଯିବା ପରେ ପ୍ରବଳ ବର୍ଷା ହେବା ସହିତ ଫ୍ରାନ୍ସିସି ଦ୍ୱୀପକୁ ପ୍ରଭାବିତ କରିବ। ଏହା ପରେ ମାଡାଗାସ୍କର ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ପୂର୍ବାନୁମାନ କରିଥିଲା ଫ୍ରାନ୍ସ ପାଣିପାଗ ବିଭାଗ।

Advertisment
Weather Cyclone Disaster
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ