• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଇଏ ଏମିତି ଏକ ଫଟୋ ଯାହା ଦେଖିବାକୁ ଯେତିକି ସୁନ୍ଦର, ବାସ୍ତବରେ ସେତିକି ଭୟଙ୍କର । ଏହାକୁ ଯିଏ କୁଣୁଛି, କିଛିଦିନ ପରେ ବିକ୍ରି କରିଦେଉଛି । ଫଟୋ ବିକ୍ରି ବେଳେ ତଳେ ଲେଖାଯାଇଛି ଯେ ସି ଇଜ୍‌ ବ୍ୟାକ୍‌ ! ଏହା ଦୁଇଥର ବିକ୍ରି ହୋଇଛି ଏବଂ ଦୁଇଥର ଯାକ ଫେରି ଆସିଛି । ଏହି ଫଟୋ ଇଷ୍ଟ ସସେକ୍ସ ଚାରିଟି ସପ୍‌ରେ ଆସିବା ପରେ ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଫଟୋରେ ଝିଅଟି ନାଲି ରଙ୍ଗର ଡ୍ରେସ୍‌ ପିନ୍ଧିଛି ଏବଂ ତା’ମୁହଁରେ ଅସନ୍ତୋଷର ଗନ୍ଧ ବାରି ହେଉଛି । ଏହାକୁ ଦୁଇଜଣ କିଣିବା ପରେ ଭୟଭୀତ ହୋଇ ସେହି ଦୋକାନରେ ଫେରାଇ ଦେଇଛନ୍ତି । ଏହି ଫଟୋଟି କୌଣସି ଆତ୍ମା ସହ ଜଡ଼ିତ ଥିବା କୁହାଯାଉଛି ।

ଜୋଇ ଏଲିଅଟ୍‌ ଯିଏକି ଏହି ଫଟୋକୁ ଶେଷଥର ଅଗଷ୍ଟରେ HARCରୁ କିଣିଥିଲେ । ତାଙ୍କ କହିବାନୁଯାୟୀ ଏହି ବହି କିଣିବାର ପର ଦିନ ସକାଳେ ସେହି ଫଟୋଟି ଆପେ ଆପେ କଳା ପଡ଼ିଗଲା ଏବଂ ତାଙ୍କ ସହ ଅଘଟଣ ଘଟିଲା । ସେଇଥି ଲାଗି ସେ ଫଟୋକୁ ଆଣି ଫେରାଇଦେଲେ । ଏହାପରଠୁ ଏହି ଫଟୋକୁ ଆଜି ଯାଏଁ କେହି କିଣି ନାହାନ୍ତି ।

ହାର୍କର ମ୍ୟାନେଜର ଷ୍ଟିଭ୍‌ଙ୍କ କହିବାନୁଯାୟୀ ଏହି ପେଣ୍ଟିଂରେ ଥିବା ଝିଅର ଆଖି ଘର ଭିତରେ ଯୁଆଡ଼େ ଯିବେ ଆପଣଙ୍କୁ ଅନାଇ ରହିଥିବ । ତେବେ ହାର୍କ ପକ୍ଷରୁ ଏହି ଫଟୋର ଦାମ ୩୭ ହଜାର ଟଙ୍କା ରଖାଯାଇଥିଲା । କିନ୍ତୁ ଏ ଫଟୋ ଭାଇରାଲ ହେବା ପରେ ହାର୍କର ମ୍ୟାନେଜର୍‌ ଏହାର ଅନଲାଇନ୍‌ ଦାମ ୧ ଲକ୍ଷ ୭୩ ହଜାର ଟଙ୍କା ରଖିଛନ୍ତି ।