• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆତଙ୍କବାଦୀଙ୍କ ନିକଟରେ ପହଞ୍ଚୁଥିଲା କ୍ରିପ୍ଟୋ କରେନ୍ସୀ । ଦିଲ୍ଲୀ ପୋଲିସ କଲା ଖୁଲାସା । ଗତ ୨୦୨୧ରେ ଏକ କ୍ରିପ୍ଟୋ କେସ ତଦନ୍ତ କରିବା ସମୟରେ ଏହି ତଥ୍ୟ ସାମ୍ନାକୁ ଆସିଛି । ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋ କରେନ୍ସି ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟି ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି ।

ଏହା ସହ କେତେକ ସନ୍ଦିଗ୍ଧ ଆଇଡି ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ଆଇଡିରୁ କ୍ରିପ୍ଟୋ କରେନ୍ସି ଗୁଡ଼ିକ ହମାସ ଆତଙ୍କବାଦୀଙ୍କ ନିକଟକୁ ଯାଇଥାଇପାରେ ବୋଲି ସନ୍ଦେହ କରୁଛି ଦିଲ୍ଲୀ ପୋଲିସ । ସନ୍ଦିଗ୍ଧ ଆଇଡି ଗୁଡ଼ିକ ପାଲେଷ୍ଟାଇନର ଆତଙ୍କୀ ଗୋଷ୍ଠୀ ଅଲ୍ କାସମ୍ ଦ୍ବାରା ପରିଚାଳିତ ହେଉଥିଲା । ଏଣୁ ଇସ୍ରାଏଲର ନ୍ୟାସନାଲ ବ୍ୟୁରୋ ଉକ୍ତ ଆଇଡି ଗୁଡ଼ିକୁ ବନ୍ଦ କରି ଦେଇଥିବା ଜଣାପଡ଼ିଛି ।

ତେବେ କରେନ୍ସି ଗୁଡ଼ିକୁ ହମାସ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ଓ ଜୁଆ ଖେଳରେ ଲଗାଉଥିଲା ବୋଲି ଜଣା ପଡ଼ିଛି । ୪ କୋଟି ଟଙ୍କାର ବିଟ କଏନରୁ ପାଖାପାଖି ୨.୯୫ କୋଟି ଅହମ୍ମଦ ମଜରୁକ୍ ନାମକ ଜଣେ ଇଜିପ୍ଟୀୟଙ୍କ ପାଖକୁ ଏବଂ ୯ ଲକ୍ଷ ଟଙ୍କା ଅହମ୍ମଦ ସାଫୀଙ୍କ ନିକଟକୁ ପଠା ଯାଇଛି ବୋଲି ପୋଲିସ ସୂଚନା ଦେଇଛି । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଘମାଗୋଟ ଯୁଦ୍ଧ ଚାଲିଥିବା ବେଳେ ଏହି ଖବର ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି।