• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମହାମାରୀ ପରଠାରୁ ଅଫଲାଇନ୍‌ ନୁହେଁ ଚାଲିଛି ଅନଲାଇନ୍‌ ମିଟିଂର ଜମାନା । ଅଫିସ୍‌ ମିଟିଂ ଠାରୁ ଆରମ୍ଭ କରି ଧାର୍ମିକ କାର୍ଯ୍ୟକ୍ରମ, ସତସଙ୍ଗ ଆଦି ଜୁମ୍, କିମ୍ବା ଗୁଗଲ ମିଟରେ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ପ୍ରଥମେ ପ୍ରଥମେ ଅନଲାଇନ୍‌ ମିଟିଂକୁ ଗ୍ରହଣ କରିପାରୁ ନଥିବା ଲୋକେ ଏବେ ଭର୍ଚୁଆଲ ମିଟକୁ ଅଧିକ ପସନ୍ଦ କରୁଛନ୍ତି । ତେବେ ଅନଲାଇନ୍ ମିଟିଂ ଚାଲିଥିବା ବେଳେ ହଳେ ଦମ୍ପତି ଏପରି ଭୁଲ୍ କରିଛନ୍ତି, ଯେଉଁଥିପାଇଁ ସେମାନେ ଲଜ୍ଜାର ଶିକାର ହେବାକୁ ପଡ଼ିଛି ।

ଆମେରିକାର ମିନିପଲିରେ ଏପରି ଅଭାବନୀୟ ଘଟଣା ଘଟିଛି । ଜୁମ୍ କଲ୍ ମାଧ୍ୟମରେ ହଳେ ଦମ୍ପତି ଇହୁଦିଙ୍କ ଏକ ଧାର୍ମିକ କାର୍ଯ୍ୟକ୍ରମ (Bat Mitzvah of Temple Beth El ) ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ମଧ୍ୟ ଉପସ୍ଥିତ ଥିଲେ । ସମସ୍ତଙ୍କର କ୍ୟାମେରା ଏବଂ ସ୍ପିକର ଅନ୍ ଥିଲା । ତେବେ ଜୁମ୍ କଲରେ ଯୋଡ଼ି ହୋଇଥିବା ଦମ୍ପତି ଭାବିଥିଲେ, ସେମାନେ ମଧ୍ୟ ମ୍ୟୁଟ୍ ଅଛନ୍ତି ଏବଂ ସେମାନଙ୍କର ଭିଡିଓ ଅପ୍ସନ ବନ୍ଦ ରହିଛି ।

ହେଲେ ଟିକିଏ ଅସାବଧାନତା ଯୋଗୁଁ ସବୁ କିଛି ବିଗିଡ଼ି ଯାଇଥିଲା । ଜୁମ୍ କଲ୍ ସମୟରେ ଦମ୍ପତିଙ୍କ ଭିଡିଓ ଅପ୍ସନ୍‌ ବନ୍ଦ ନଥିବା ​​ଏବଂ କ୍ୟାମେରାରେ ସେମାନଙ୍କର ବ୍ୟକ୍ତିଗତ ମୂହୁର୍ତ୍ତ ଗୁଡିକ ଲାଇଭ୍‌ ଚାଲିଥିଲା । ଆଶ୍ଚର୍ଯ୍ୟର କଥା ହେଉଛି ୪୫ ମିନିଟ ମିନିଟ୍ ପର୍ଯ୍ୟନ୍ତ ରୋମାନ୍ସ ଲାଇଭ ହୋଇଥିଲେ ସୁଦ୍ଧା ସେମାନେ ଜାଣିପାରି ନଥିଲେ ।

ତେବେ ଏହାରି ଭିତରେ କିଛି ଲୋକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଦମ୍ପତି ଏଥିପ୍ରତି ଧ୍ୟାନ ଦେଇନଥିଲେ । ଅନ୍ୟପଟେ କିଛି ଲୋକ ତାଙ୍କୁ ବ୍ୟକ୍ତିଗତ ମେସେଜ କରିବା ପରେ ଦମ୍ପତି ନିଜ ଭୁଲ ବୁଝି ପାରିଥିଲେ । ଆଉ ନିଜର ଅସାବଧାନତା ପାଇଁ ତାଙ୍କୁ ଲଜ୍ଜିତ ହେବାକୁ ପଡ଼ିଲା । ତେବେ ସେହି ଦମ୍ପତିଙ୍କ ପରିଚୟ ପ୍ରଦାନ କରାଯାଇ ନାହିଁ ।

ତେବେ ଏହା କୌଣସି ପ୍ରଥମ ଘଟଣା ନୁହେଁ । ଜୁମ୍‌ ମିଟରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଲାଇଭ ହେବା ପରି ଘଟଣା ପୂର୍ବରୁ ମଧ୍ୟ ଘଟିସାରିଛି ।