Advertisment

ଶ୍ରୀଲଙ୍କାରେ ଆକାଶଛୁଆଁ ଦର : ସେଓ କିଲୋ ହଜାରେ, ନାସପାତି କେଜି ୧୫ଶହ

ଶ୍ରୀଲଙ୍କା ପରିବା ବଜାରର ଅବସ୍ଥା କହିଲେ ନସରେ । ଦୋକାନରେ ଫଳ ଓ ପନିପରିବା ତ ଅଛି, ହେଲେ କିଣିବାକୁ ଗ୍ରାହକ ନାହାନ୍ତି । କାଁ ଭାଁ ଲୋକ ଦରଦାମ୍ ପଚାରିବାକୁ ଆସୁଛନ୍ତି ।

author-image
Prangyan Parimita
ଅଦ୍ୟତନ ହୋଇଛି
Sri Lanka

Sri Lanka

ଅସନ୍ତୋଷର ନିଆଁରେ କୁହୁଳୁଛନ୍ତି ଶ୍ରୀଲଙ୍କାବାସୀ । ଅସନ୍ତୋଷର ମୂଳ କାରଣ ଖାଦ୍ୟ ସାମଗ୍ରୀର ଦର । କୌଣସି ଖାଦ୍ୟସାମଗ୍ରୀରେ ହାତ ମାରିହେଉନି । ଦୋକାନରୁ ଖାଲି ହାତରେ ଫେରିବାକୁ ବାଧ୍ୟ ହେଉଛନ୍ତି ଖାଉଟି । ହୁଏତ ଦୋକାନରେ ସାମଗ୍ରୀ ନାହିଁ, ନଚେତ୍ ନିଜ ପକେଟରେ ଟଙ୍କା ନାହିଁ ,ଯାହାକି ଲୋକଙ୍କ କଷ୍ଟକୁ ବହୁଗୁଣ ବଢ଼ାଇ ଦେଇଛି । ସେପଟେ ଏହି ପଡ଼ୋଶୀ ଦ୍ୱୀପରାଷ୍ଟ୍ରକୁ ଭାରତ ବଢ଼ାଇଛି ସହାୟତାର ହାତ ।

Advertisment

ଶ୍ରୀଲଙ୍କା ପରିବା ବଜାରର ଅବସ୍ଥା କହିଲେ ନସରେ । ଦୋକାନରେ ଫଳ ଓ ପନିପରିବା ତ ଅଛି, ହେଲେ କିଣିବାକୁ ଗ୍ରାହକ ନାହାନ୍ତି । କାଁ ଭାଁ ଲୋକ ଦରଦାମ୍ ପଚାରିବାକୁ ଆସୁଛନ୍ତି । ଯେଉଁଠି ସେଓ କିଲୋ ହଜାରେ, ନାସପାତି କେଜି ଦେଢ଼ ହଜାର, ସେଠି ଫଳରେ ହାତ ମାରିବ କିଏ? ଶ୍ରୀଲଙ୍କାରେ ଏବେ ଚାଉଳ କେଜି ୨୨୦ ଟଙ୍କା, ଗହମ ୧୯୦ ଟଙ୍କା, ଚିନି ୨୪୦ ଟଙ୍କା, ଗୁଣ୍ଡ କ୍ଷୀର କିଲୋ ୧୯ଶହ ଟଙ୍କା, ନଡ଼ିଆ ତେଲ ଲିଟର ୮୫୦ ଟଙ୍କା ରହିଛି ।

କଲମ୍ବୋରେ ଅଣ୍ଡା ଗୋଟା ୩୦ ଟଙ୍କାରେ ବିକ୍ରି ହେଉଛି । ଗତ କିଛି ସପ୍ତାହ ଭିତରେ ପରିବା ଦର ଦୁଇ ଗୁଣ ବଢ଼ିଛି । ସେପଟେ ଦେଶରେ ପର୍ଯ୍ୟଟନ ଶିଳ୍ପ ବି ରସାତଳଗାମୀ ହୋଇଥିବାରୁ ହୋଟେଲ୍ ବ୍ୟବସାୟୀ ସଂଘ ପକ୍ଷରୁ ପର୍ଯ୍ୟଟନ ବୋର୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Advertisment

ଶ୍ରୀଲଙ୍କାକୁ ଏଭଳି ଦୁଃସ୍ଥିତି ବେଳେ ଏକାଧିକ ସହାୟତା ଯୋଗାଇ ଦେଉଛି ଭାରତ । ଆର୍ଥିକ ସହାୟତା ସହ ଡିଜେଲ୍ ଏବଂ ଚାଉଳ ମଧ୍ୟ ଯୋଗାଇ ଦିଆଯାଉଛି । ଖାଦ୍ୟ ଓ ଇନ୍ଧନ ବାବଦରେ ପ୍ରାୟ ଦେଢ଼ଶହ କୋଟି ଡଲାରର ସହାୟତା ଭାରତ ଯୋଗାଇ ଦେଇଥିବା କହିଛନ୍ତି ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଗୋପାଳ ବାଗଲେ । ଏହା ଆଗକୁ ମଧ୍ୟ ଜାରି ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ।

Srilanka Economic Crisis
Advertisment
Advertisment