Advertisment

Miguel Uribe Shooting: ଗୁଳିମାଡର ଶିକାର କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ

କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେଙ୍କୁ ଗୁଳିମାଡ଼ ପରେ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଗିରଫ କରାଯାଇଛି।

ଅଦ୍ୟତନ ହୋଇଛି
Colombian presidential candidate

Colombian presidential candidate

Advertisment

ଆସନ୍ତା ବର୍ଷ କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବା ବେଳେ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏହି କ୍ୟାମ୍ପେନିଂ ବେଳେ ଘଟିଛି ବଡ ଅଘଟଣ । କଲମ୍ବିଆର ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଛି। ରାଷ୍ଟ୍ରପତି ପ୍ରାର୍ଥୀ ମିଗୁଏଲ୍ ଉରିବେ ଗୁଳିମାଡର ଶିକାର ହୋଇଛନ୍ତି। ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ମିଗୁଏଲ୍। ଗୋଗୋଟାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ତାଙ୍କ ଉପରକୁ ଫାୟାରିଂ ହୋଇଥିଲା। ଗୁଳିମାଡ଼ କରିଥିବା ଦୁର୍ବୃତ୍ତକୁ ଗିରଫ କରି ତଦନ୍ତ କରୁଛି ପୋଲିସ। 

Advertisment

ମିଳିଥିବା ସୂଚନା ମୁତାବକ, ୩୯ ବର୍ଷୀୟ ମିଗୁଏଲଙ୍କ ଦେହରେ ୩ ଥର ଗୁଳି ବାଜିଛି । ତାଙ୍କ ମୁଣ୍ଡରେ ଦୁଇ ଥର ଓ ଆଣ୍ଠୁରେ ଥରେ ଗୁଳି ବାଜିଛି । ମିଗୁଏଲ ଏକ ପବ୍ଲିକ ରାଲିରେ ଅଭିଭାଷଣ ଦେଉଥିବା ବେଳେ ତାଙ୍କ ଉପରେ ଗୁଳିମାଡ ହୋଇଥିବା ଏକ୍ସରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଦେଇଛି । ମିଗୁଏଲଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ଘଟଣାକୁ ନେଇ ସମଗ୍ର ଲାଟିନ ଆମେରିକାରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି । ମିଗୁଏଲଙ୍କ ଉପରେ ଆକ୍ରମଣକୁ ନେଇ ତାଙ୍କ ଦଳ କନଜରଭେଟିବ ଡେମୋକ୍ରାଟିକ ସେଣ୍ଟର ପାର୍ଟି ତୀବ୍ର ନିନ୍ଦା କରିବା ସହ ହିଂସା ଗ୍ରହଣୀୟ ନୁହେଁ ବୋଲି କହିଛି । ଏହି ଘଟଣାରେ ଜଣେ ଦୁର୍ବୃତ୍ତଙ୍କୁ ଗିରଫ କରାଯାଇଛି । ସେ ନାବାଳକ ହୋଇଥିବା ସୂଚନା ମିଳିଛି ।

ଅଧିକ ପଢ଼ନ୍ତୁ: ଏଲନ୍ ମସ୍କ କରିବେ ନୂଆ ରାଜନୈତିକ ପାର୍ଟି ? ସାମ୍ନାକୁ ଆସିଲା ଦଳ ନାଁ !

Advertisment

ପୂର୍ବରୁ ଥରେ ମିଗୁଏଲଙ୍କ ବାପା ଜଣେ ସାମ୍ବାଦିକ ଥିବା ବେଳେ ୧୯୯୧ ମସିହାରେ ତାଙ୍କୁ କିଡନାପ କରାଯାଇ ହତ୍ୟା କରାଯାଇଥିଲା । ଯାହା ସେତେବେଳେ କଲମ୍ବିଆରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଥିଲା । ସୂଚନାଯୋଗ୍ୟ, ବର୍ତ୍ତମାନର ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ୨୦୨୬ ମେ ୩୧ ତାରିଖରେ କଲମ୍ବିଆରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାର ଅଛି ।

ଅଧିକ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି, ୧୨ ଦେଶର ଲୋକଙ୍କୁ ଆମେରିକାରେ ଏଣ୍ଟ୍ରି ନାହିଁ

Advertisment
Colombia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ