Advertisment

ପଞ୍ଜଶୀର ଆକ୍ରମଣ କରିବାକୁ ଆସିଥିବା ୩୫୦ ତାଲିବାନ ନିହତ, ନର୍ଦ୍ଦନ ଏଲାଏନ୍ସ କବ୍‌ଜାରେ ୪୦

ଆମେରିକା ସେନା ଆ‍ଫଗାନ ମାଟି ଛାଡିବା ପରେ ସକ୍ରିୟ ହୋଇଉଠିଛି ତାଲିବାନ। ପଞ୍ଜଶୀରକୁ ଛାଡ଼ିଦେଲେ ଏବେ ପୂରା ଆଫଗାନିସ୍ତାନ ତାଲିବାନ କବ୍‌ଜାରେ। ତେବେ ପଞ୍ଜଶୀରକୁ କବ୍‌ଜାକୁ ନେବା ପାଇଁ ସୋମବାରଠାରୁ ତାଲିବାନ ଏଂବ ନର୍ଦ୍ଦନ ଏଲାଏନ୍ସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି।

ଅଦ୍ୟତନ ହୋଇଛି
taliban attack panjashir

taliban attack panjashir

Advertisment

କାବୁଲ୍‌:ଆମେରିକା ସେନା ଆ‍ଫଗାନ ମାଟି ଛାଡିବା ପରେ ସକ୍ରିୟ ହୋଇଉଠିଛି ତାଲିବାନ। ପଞ୍ଜଶୀରକୁ ଛାଡ଼ିଦେଲେ ଏବେ ପୂରା ଆଫଗାନିସ୍ତାନ ତାଲିବାନ କବ୍‌ଜାରେ। ତେବେ ପଞ୍ଜଶୀରକୁ କବ୍‌ଜାକୁ ନେବା ପାଇଁ ସୋମବାରଠାରୁ ତାଲିବାନ ଏଂବ ନର୍ଦ୍ଦନ ଏଲାଏନ୍ସ  ମଧ୍ୟରେ ମୁହାଁମୁହିଁ ସ୍ଥିତି ଲାଗି ରହିଛି। ମିଳିଥିବା ଖବର ଅନୁଯାୟୀ, ତାଲିବାନ ଆତଙ୍କୀମାନେ ମଙ୍ଗଳବାର ରାତିରେ ପଞ୍ଜଶୀର ଘାଟିରେ ପଶିବା ପାଇଁ ଚେଷ୍ଟା କରିଥିଲେ। ତାଲିବାନମାନେ ଏକ ପୋଲକୁ ଉଡ଼ାଇ ଦେବା ସହ ନର୍ଦ୍ଦନ ଆଲିଏନ୍ସ ସେନା ଯେପରି ଜୀବନ ବଞ୍ଚାଇ ଯାଇ ନ ପାରିବେ ସେଥିପାଇଁ ରାସ୍ତା ବନ୍ଦ କରିବାକୁ ଚେଷ୍ଟା କରୁଥିଲେ।

Advertisment

ସୋମବାର ହୋଇଥିବା ଯୁଦ୍ଧରେ ତାଲିବାନର ୮ ଜଣ ଆତଙ୍କୀ ନିପାତ ହୋଇଥିବା ନର୍ଦ୍ଦନ ଏଲାଏନ୍ସ  ଦାବି କରୁଥିବାବେଳେ ନର୍ଦ୍ଦନ ଆଲଏନ୍ସର ୨ ଯୋଦ୍ଧା ନିହତ ହୋଇଥିବା କୁହାଯାଉଛି। ସ୍ଥାନୀୟ ସମ୍ବାଦଦାତା ନାତିକ ମାଲିକଜାଦ ପଞ୍ଜଶୀର ଆକ୍ରମଣକୁ ନେଇ ଏକ ଟୁଇଟ କରିଛନ୍ତି। ଏହି ଟୁଇଟ ଅନୁଯାୟୀ, ଆଫଗାନିସ୍ତାନର ପଞ୍ଜଶୀର ଏଣ୍ଟ୍ରାନ୍ସର ଗୁଲବାହାର ଇଲାକାରେ ତାଲିବାନ ଆତଙ୍କୀ ଏବଂ ନର୍ଦ୍ଦନ ଆଲିଏନ୍ସ ଯୋଦ୍ଧା ମୁହାଁମୁହିଁ ହୋଇଥିଲେ। ତାଲିବାନମାନେ ଏକ ପୋଲ ଉଡ଼ାଇ ଦେଇଥିଲେ। ଏହି ପୋଲ ଗୁଲବାହାର ଏବଂ ପଞ୍ଜଶୀରକୁ ସଂଯୋଗ ପଥ ଥିଲା। ଏହା ବ୍ୟତୀତ ନର୍ଦ୍ଦନ ଆଲିଏନ୍ସର ଅନେକ ଯୋଦ୍ଧାଙ୍କୁ  ତାଲିବାନ ଧରି ନେଇଥିବା କୁହାଯାଉଛି। 

Advertisment

Also Read

ଅନ୍ୟପକ୍ଷେ ନର୍ଦ୍ଦନ ଏଲାଏନ୍ସ ଟୁଇଟ କରି ଦାବି କରିଛି, ଗତ ରାତିରେ ଘାତକ ଆକ୍ରମଣ କରିବା ପାଇଁ ଆସିଥିଲେ। ପାଖାପାଖି ୩୫୦ ତାଲିବାନୀ ନିହତ ହୋଇଛନ୍ତି। ୪୦ରୁ ଅଧିକ ନର୍ଦ୍ଦନ ଏଲାଏନ୍ସ  କବ୍‌ଜାରେ ଅଛନ୍ତି।  କୁହାଯାଉଛି, ଏବେ ପଞ୍ଜଶୀର ତାଲିବାନ କବ୍ଜରୁ ଅନେକ ଦୂରରେ ରହିଛି।  ସୂଚନାଥାଉ କି, କାବୁଲଠାରୁ ୧୫୦ କିମି ଦୂରରେ ଉତ୍ତରରେ  ହିନ୍ଦୁକୁଶ ପାହାଡ ନିକଟରେ ଅବସ୍ଥିତ ପଞ୍ଜଶୀର ଘାଟି । ଉତ୍ତରରେ ପଞ୍ଜଶୀର ନଦୀ ଏହାକୁ ଅଲଗା କରିଛି। ଏହାର ଉତ୍ତର ଭାଗକୁ ପାହାଡ ଘେରି ରହିଛି। ଦକ୍ଷିଣରେ କୁହେସ୍ତାନ ପାହାଡ ଘେରି ରହିଛି। ଏହି ପାହାଡ ବର୍ଷସାରା ବରଫାବୃତ୍ତ ହୋଇ ରୁହେ। ଏଥିରୁ ଅନୁମାନ କରାଯାଇ ପାରେ ପଞ୍ଜଶୀର କେତେ ଦୁର୍ଗମ ଅଞ୍ଚଳ । ଏହାର ଭୌଗଳିକ ସ୍ଥିତି ହିଁ ତାଲିବାନଙ୍କ ପାଇଁ  ଚାଲେଞ୍ଜ ସୃଷ୍ଟି କରିଛି। ଆଜିଯାଏ କେହି ବି ପଞ୍ଜଶୀରକୁ ନିଜ କବ୍‌ଜାକୁ ନେଇ ପାରିନାହାନ୍ତି। ସେ ସୋଭିଏତ ୟୁନିୟନ ହେଉ ବା ତାଲିବାନ। 

Advertisment
Afghanistan Taliban Militants Killed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ