Advertisment

Chinese Ships: ଫିଲିପାଇନ୍ସ ଜାହାଜକୁ ପିଛା କରୁକରୁ ୨ଟି ଚୀନ୍ ଜାହାଜ ଧକ୍କା

ଦକ୍ଷିଣ ଚୀନ୍ ସାଗରରେ ଫିଲିପାଇନ୍ସ ଜାହାଜକୁ ପିଛା କରିବା ବେଳେ ମଝି ସମୁଦ୍ରରେ ନିଜର ଦୁଇଟି ଯୁଦ୍ଧ ଜାହାଜ ମଧ୍ୟରେ ଜୋରଦାର ଧକ୍କା ହୋଇଛି।

chin ships

chin ships

Advertisment

ଦକ୍ଷିଣ ଚୀନ ସାଗରରେ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ଉତ୍ତେଜନା ଏବେ ତୀବ୍ର ସଂଘର୍ଷର ରୂପ ନେଉଛି। ସୋମବାର ଏକ ଫିଲିପାଇନ୍ସ ଜାହାଜକୁ ତଡ଼ିବା ସମୟରେ ଚୀନର ଦୁଇଟି ଯୁଦ୍ଧ ଜାହାଜ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା। ଚୀନ୍ କୋଷ୍ଟଗାର୍ଡ ଜାହାଜ ମଧ୍ୟରେ ଧକ୍କା ହେବା ଫଳରେ ଯୁଦ୍ଧ ଜାହାଜଟି ଭୀଷଣ କ୍ଷତିଗ୍ରସ୍ତ ହୋଇଛି। ଏହାର ଫରୱାର୍ଡ ଡେକ୍ ବା ଅଗ୍ରଭାଗ ଚେପା ହୋଇଯାଇଛି ଏବଂ କାର୍ଯ୍ୟକ୍ଷମ ହେବା ଅବସ୍ଥାରେ ନାହିଁ ବୋଲି ସୂଚନା ମିଳିଛି।

Advertisment

ଏକାଧିକ ଭିଡିଓ ଓ ଫଟୋ ଭାଇରାଲ୍ ହେଉଥିବା ବେଳେ, ଚୀନ୍ ସେନା କିମ୍ବା ସରକାରଙ୍କ ପକ୍ଷରୁ ଏନେଇ ବିଧିବଦ୍ଧ ଭାବେ କୌଣସି ବିବୃତି ଜାରି କରାଯାଇନାହିଁ। ଫିଲିପାଇନ୍ସ ତଟରକ୍ଷୀ ବାହିନୀ ପକ୍ଷରୁ କୁହାଯାଇଛି ଯେ, ବିବାଦୀୟ ସ୍କାରବୋପୋ ସୋଆଲ୍ ଅଞ୍ଚଳରେ ମତ୍ସ୍ୟଜୀବୀଙ୍କୁ ସହାୟତା ସାମଗ୍ରୀ ବିତରଣ କରୁଥିବା ବେଳେ ଚୀନର କୋଷ୍ଟଗାର୍ଡ ଜାହାଜ ପିଛା କରିବା ସହ ଅତି ବିପଜ୍ଜନକ ଭାବେ ଏକ ମୋଡ଼ ନେଇଥିଲା। ଯାହା ଫଳରେ ଚୀନ୍ ର ଯୁଦ୍ଧ ଜାହାଜ ଏହାକୁ ଜୋରଦାର ଧକ୍କା ହୋଇଥିଲା ।

ଚୀନର ତଟରକ୍ଷୀ ବାହିନୀ କହିଛି ଯେ ସେମାନେ ଦକ୍ଷିଣ ଚୀନ ସାଗରର ଏକ ବିବାଦୀୟ ସ୍କାରବୋପୋ ସୋଆଲ୍ ଅଞ୍ଚଳରେ ଫିଲିପାଇନ୍ସ ଜାହାଜଗୁଡ଼ିକୁ ତଡ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ତେବେ, ଏହି ସମୟରେ ଜାହାଜଗୁଡ଼ିକର ଧକ୍କା ସମ୍ବନ୍ଧରେ କୌଣସି ସୂଚନା ଦିଆଯାଇ ନାହିଁ।

Advertisment

ଚୀନର ତଟରକ୍ଷୀ ବାହିନୀର ମୁଖପାତ୍ର ଗାନ ୟୁ ଏକ ବୟାନରେ କହିଛନ୍ତି ଯେ “ଚୀନର ତଟରକ୍ଷୀ ବାହିନୀ ଅନେକ ଫିଲିପାଇନ୍ସ ଯୁଦ୍ଧ ଜାହାଜଗୁଡ଼ିକୁ ତଡି ଦେଇଛି। ଫିଲିପାଇନ୍ସ ଜାହାଜଗୁଡ଼ିକ ଚୀନର ବାରମ୍ବାର ଚେତାବନୀକୁ ଅଣଦେଖା କରି ସ୍କାରବୋରୋ ଶୋଲ୍ ନିକଟରେ ଜଳପଥରେ ଲଗାତାର ଅନୁପ୍ରବେଶ କରିଛି। ତେଣୁ ସେମାନେ ତାହାକୁ ଅଟକାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇଛନ୍ତି।”

ସୋମବାର ସକାଳେ ଫିଲିପାଇନ୍ସ ତଟରକ୍ଷୀ ବାହିନୀ ଏକ ଭିଡିଓ ପୋଷ୍ଟ କରିଥିଲା, ଯେଉଁଥିରେ ଚୀନର ଜାହାଜ ଫିଲିପାଇନ୍ସର ଜାହାଜଗୁଡ଼ିକ ଉପରେ ପାଣି ଛିଞ୍ଚୁଥିବା ଦେଖାଯାଇଛି। ଭିଡିଓରେ 3104 ହଲ୍ ନମ୍ବର ବିଶିଷ୍ଟ ଏକ ଚୀନ ତଟରକ୍ଷୀ ଜାହାଜ 164 ନମ୍ବର ବିଶିଷ୍ଟ ଏକ ବଡ଼ ଜାହାଜ ସହ ଧକ୍କା ହେଉଥିବା ଦେଖାଯାଇଛି, ଯାହା ପରେ ଏକ ଜୋରଦାର ବିସ୍ଫୋରଣ ହୋଇଥିଲା।

Advertisment

ଦକ୍ଷିଣ ଚୀନ ସାଗରରେ ଅବସ୍ଥିତ ସ୍କାରବୋରୋ ଶୋଲ୍‌କୁ ନେଇ ଦୀର୍ଘ ଦିନରୁ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ବିବାଦ ଲାଗି ରହିଛି। ଚୀନ୍ ଏହାକୁ ନିଜର ଦାବି କରୁଥିବା ବେଳେ ଫିଲିପାଇନ୍ସ ଏହାକୁ ନିଜର ଅଂଶ ବୋଲି କହୁଛି। ସ୍କାରବୋରୋ ଶୋଲ୍‌କୁ ଚୀନରେ ହୁଆଙ୍ଗୟାନ ଦ୍ୱୀପ ଓ ଫିଲିପାଇନ୍ସରେ ବାଜୋ ଡେ ମାସିନଲୋକ ନାମରେ ଜଣାଯାଏ। ଏହା ଦକ୍ଷିଣ ଚୀନ ସାଗରର ସବୁଠାରୁ ବିବାଦୀୟ ସାମୁଦ୍ରିକ ଅଞ୍ଚଳ ମଧ୍ୟରୁ ଗୋଟିଏ। ଏଠାରେ ଚୀନ ଓ ଫିଲିପାଇନ୍ସ ଜାହାଜଗୁଡ଼ିକ ମଧ୍ୟରେ ସଂଘର୍ଷ ବଢ଼ିଚାଲିଛି।

ଏହି ଅଞ୍ଚଳରେ ଚୀନ, ଫିଲିପାଇନ୍ସ ଓ ଭିଏତନାମୀ ନାବିକମାନେ ମାଛ ଧରନ୍ତି। 2022 ଠାରୁ ଦକ୍ଷିଣ ଚୀନ ସାଗରରେ ସ୍କାରବୋରୋ ଶୋଲ୍ ଓ ଅନ୍ୟାନ୍ୟ ବିବାଦୀୟ ସ୍ଥାନଗୁଡ଼ିକରେ ଚୀନ ଓ ଫିଲିପାଇନ୍ସ ମଧ୍ୟରେ ଉତ୍ତେଜନା ଓ ସଂଘର୍ଷ ବଢ଼ିଚାଲିଛି।

ଅଧିକ ପଢ଼ନ୍ତୁ: ଏୟାର ଇଣ୍ଡିଆ ନେଲା ବଡ଼ ନିଷ୍ପତ୍ତି, ଏହି କାରଣରୁ ସେପ୍ଟେମ୍ୱର ୧ରୁ…

China Philippines Naval Warships
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ