• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥାରେ ଅଛି ରଖେ ହରି ତ ମାରେ କିଏ । ପାଞ୍ଚ ମହଲାରୁ ପଡ଼ିବା ପରେ ନୂଆ ଜୀବନ ପାଇଲା ଶିଶୁ । ଇଣ୍ଟରନେଟରେ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି । ଖସି ପଡ଼ୁଥିବା ଦୁଇ ବର୍ଷର ଝିଅକୁ ନୂଆ ଜୀବନ ଦେଇଥିବା ଯୁବକ ଜଣକ ଏବେ ବାହାବା ସାଉଣ୍ଟୁଛନ୍ତି । ଏପରିକି ଶିଶୁକୁ ବଞ୍ଚାଇବାକୁ ଯାଇ ସେ ତାଙ୍କର ମହଙ୍ଗା ଫୋନ୍‌ ଫୋପାଡ଼ି ଦେଉଥିବା ଦେଖିବାକୁ ମିଳିଛି । ଚୀନ୍ ବୈଦେଶିକ ମନ୍ତ୍ରଣାଳୟ ସୂଚନା ବିଭାଗର ମୁଖପାତ୍ର ଲିଜିଆନ୍ ଜାଓ ଏହି ଭିଡିଓ ସେୟାର କରିଛନ୍ତି ।

ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ଯୁବକ ଫୋନରେ କଥା ହେଉଥିବା ବେଳେ ତାଙ୍କ ସମ୍ମୁଖରେ ଥିବା ଏକ ଉଚ୍ଚ କୋଠାର ଝରକା ପାଖରେ କୁନି ଝିଅଟି ମନ ଆନନ୍ଦରେ ଖେଳୁଛି । ହେଲେ ଖେଳୁ ଖେଳୁ ପିଲାଟିର ଗୋଡ ଖସିଯାଉଛି । ଏହା ଦେଖି କାଳ ବିଳମ୍ବ ନକରି ସେ ଏବଂ ତାଙ୍କ ପାଖରେ ଥିବା ଜଣେ ମହିଳା ପିଲାଟିକୁ ଧରିବା ପାଇଁ ବିଲ୍ଡିଂ ପାଖକୁ ଦଉଡ଼ି ଆସନ୍ତି ।

ଉଭୟେ ହାତ ପତାଇ କୁନ ଝିଅକୁ ବଞ୍ଚାଇବାକୁ ଚେଷ୍ଟା କରନ୍ତି । ହେଲେ ଯୁବକ ଜଣକ ପିଲାଟିକୁ କ୍ୟାଚ୍‌ କରିବାରେ ସଫଳ ହୁଅନ୍ତି । ବର୍ତ୍ତମାନ ଭିଡିଓ ଭାଇରାଲ୍ ହେବାପରେ ଯୁବକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ସୋସିଆଲ ମିଡିଆ ୟୁଜର । ତାଙ୍କର ଉପସ୍ଥିତ ବୁଦ୍ଧି ପାଇଁ ଆଜି ଗୋଟିଏ ଜୀବନ ବଞ୍ଚିଯାଇଛି । ଭିଡିଓ ସୟାର କରିବା ସହ କ୍ୟାପସନରେ ଲେଖାହୋଇଛି, ରିୟଲ୍‌ ହିରୋ ।