• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୌଣସି ମୁହୂର୍ତ୍ତରେ ତାଇୱାନ୍‌ ଉପରେ ଆକ୍ରମଣ କରିପାରେ ଚୀନ୍‌ । ତେବେ ଯୁଦ୍ଧ ଆଶଙ୍କା ଥିବାବେଳେ ଏହାର ପ୍ରଭାବ ଗ୍ଲୋବାଲ ଟ୍ରେଡ ଉପରେ ବହୁଳ ଭାବରେ ପଡିବ ବୋଲି କୁହାଯାଉଛି । ଟେକ୍ନୋଲୋଜି, ଚିପ୍ସ ଏବଂ ଅନ୍ୟାନ୍ୟ ବୈଷୟିକ କ୍ଷେତ୍ରରେ ତାଇଓ୍ୱାନର କ୍ଷମତା ଶକ୍ତିଶାଳୀ ରହିଛି । ତେଣୁ ଯୁଦ୍ଧ ହେଲେ ଏହି ଜିନିଷ ଗୁଡିକର ତାଇଓ୍ୱାନରୁ ଆମଦାନୀ, ରପ୍ତାନୀ ବାଧାପ୍ରାପ୍ତ ହେବ ।

ବିଶେଷ କରି ଭାରତରେ ଯେଉଁ ସେମିକଣ୍ଡର ଚିପ୍ସର ଅଭାବ ଦେଖାଦେଇଛି, ତାହା ଆହୁରି ବଢି ଯିବ । ଏପରିକି କରୋନା ପରେ ଅନେକ ମାତ୍ରାରେ ଜିନିଷ ଗୁଡିକର ଦରଦାମ ବୃଦ୍ଧି ପାଇଥିବାରୁ ଏହି ଯୁଦ୍ଧ ହେଲେ ଆହୁରି ଟ୍ରେଡ୍ ଆଣ୍ଡ କମର୍ସ ମଧ୍ୟ ବାଧାପ୍ରାପ୍ତ ପାଇବ ।

ଅନ୍ୟପଟେ କେବଳ ଆକାର କି ଜନସଂଖ୍ୟା ନୁହେଁ, ସାମରିକ ଶକ୍ତି ଦୃଷ୍ଟିରୁ ମଧ୍ୟ ତାଇଓ୍ୱାନ ଠାରୁ ବହୁ ଶକ୍ତିଶାଳୀ ଚୀନ୍ । ନଜର ପକାନ୍ତୁ କିଛି ସଂଖ୍ୟା ଉପରେ ...

- ଫାୟାର୍ ପାଓ୍ୱାର୍ ରାଙ୍କିଙ୍ଗରେ ତାଇଓ୍ୱାନ୍ ୨୧ତମ ସ୍ଥାନରେ ଥିବା ବେଳେ, ଚୀନରେ ସ୍ଥାନ ୩ ନମ୍ବରରେ

- ତାଇଓ୍ୱାନ୍ ସ୍ଥଳସେନାର ସକ୍ରିୟ ସୈନ୍ୟ ସଂଖ୍ୟା ୧ ଲକ୍ଷ ୭୦ ହଜାର, ଚୀନର ୨୦ ଲକ୍ଷ

- ତାଇଓ୍ୱାନର ରିଜର୍ଭ ସୋଲଜର୍ ସଂଖ୍ୟା ୧୬ ଲକ୍ଷ, ଚୀନର ୫ ଲକ୍ଷ ୧୦ ହଜାର

- ତାଇଓ୍ୱାନ୍ ନୌସେନାରେ ଅଛନ୍ତି ୪୦ ହଜାର ଯବାନ, ଚୀନର ଏହି ସଂଖ୍ୟା ୨ ଲକ୍ଷ ୬୦ ହଜାର

- ତାଇଓ୍ୱାନ୍ ବାୟୁସେନାରେ ଅଛନ୍ତି ୩୫ ହଜାର ସୈନ୍ୟ, ଚୀନରେ ଅଛନ୍ତି ୩ ଲକ୍ଷ ୯୫ ହଜାର

- ତାଇଓ୍ୱାନ୍ ପାଖରେ ରହିଛି ୬୫୦ଟି ଟ୍ୟାଙ୍କ୍, ଆଉ ଚୀନ୍ ପାଖରେ ୫ ହଜାର ୪ଶହ ଟ୍ୟାଙ୍କ୍

- ଲଢୁଆ ବିମାନ ଓ ହେଲିକପ୍ଟର ମିଶି ତାଇଓ୍ୱାନ୍ ବାୟୁସେନାରେ ୫୦୪ଟି ଏୟାରକ୍ରାଫ୍ଟ, ଚୀନ୍ ପାଖରେ ୩ହଜାର ୨୨୭

- ବୁଡ଼ାଜାହାଜ କଥା ଦେଖିଲେ, ତାଇଓ୍ୱାନର ମାତ୍ର ୪ଟି ସବମରିନ୍ ଥିବା ବେଳେ ଚୀନ୍ ରଖିଛି ୫୯ଟି

- ନୌସେନାର ଯୁଦ୍ଧପୋତ ତାଇଓ୍ୱାନ୍ ପାଖରେ ୨୬ଟି, ଚୀନ୍ ପାଖରେ ୮୬ଟି

- ଚୀନ୍ ପାଖରେ ପରମାଣୁ ଯୁଦ୍ଧାସ୍ତ୍ର ଥିବା ବେଳେ, ତାହା ତାଇଓ୍ୱାନ୍ ପାଖରେ ନାହିଁ

ତେବେ ଆଉ ଏକ ବଡ଼ କଥା ହେଉଛି ଚୀନ୍ ତୁଳନାରେ ତାଇଓ୍ୱାନ୍ ଦୁର୍ବଳ ଜଣାପଡ଼ୁଥିଲେ ବି ତାଇଓ୍ୱାନ୍ ପଛରେ ରହିଛି । ଆମେରିକାର ତାକତ୍ ଯଦି ଚୀନ୍ ଓ ତାଇଓ୍ୱାନ୍ ଯୁଦ୍ଧ ଲାଗେ, ତେବେ ଆମେରିକା ନିଜ ସାମରିକ ବଳ ତାଇଓ୍ୱାନ୍ ସମର୍ଥନରେ ଲଗାଇପାରେ ।