Advertisment

PAK-CHINA CONFLICT : ପାକିସ୍ତାନ ଉପରେ ଚୀନ ଖପ୍ପା; ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି

ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଚୀନ୍ କହିଛି, ନାଗରିକଙ୍କ ପ୍ରତି ହେଉଥିବା ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି। ଚୀନ ଏହି ଆକ୍ରମଣକୁ ନିନ୍ଦା କରୁଛି ।

ଅଦ୍ୟତନ ହୋଇଛି
China Issues Rare Rebuke To Pakistan

China Issues Rare Rebuke To Pakistan

Advertisment

ପାକିସ୍ତାନ-ଚୀନ୍ ଭିତରେ ମତଭେଦ। ଇସଲାମାବାଦରେ ଚୀନ୍ ପ୍ରୋଜେକ୍ଟକୁ ବିରୋଧ କରି ଘାତକ ହମଲା କରୁଛନ୍ତି ଆତଙ୍କବାଦୀ। ୬ ମାସର ବ୍ୟବଧାନ ମଧ୍ୟରେ ଦୁଇ ଦୁଇଟି ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପରେ ଇସଲାମାବାଦ ଉପରେ ଚିହିଁକି ଉଠିଛି ବେଜିଂ। ସଫା ସଫା ଶୁଣାଇ ଦେଇଛି, ଆଉ ଏମିତି କାଣ୍ଡ ଗ୍ରହଣୀୟ ନୁହେଁ। ଆତଙ୍କୀ ହମଲାଠାରୁ ଚୀନ୍ ନାଗରିକଙ୍କୁ ସୁରକ୍ଷିତ ରଖିବାକୁ କଡ଼ା ତାଗିଦ ବି କରିଛି। ଏମିତି ନ ହେଲେ ପାକିସ୍ତାନର କିଛି ବି ବିକାଶ ହୋଇ ପାରିବ ନାହିଁ ବୋଲି ସଫା ସଫା ଶୁଣାଇ ଦେଇଛି ଚୀନ୍।

Advertisment

କେବଳ ସେତିକି ନୁହେଁ ଚୀନ୍ ବିରୋଧୀ ଆତଙ୍କବାଦୀ ସମୂହ ଉପରେ ଇସଲାମାବାଦ କାର୍ଯ୍ୟାନୁଷ୍ଠାନ ନେଉ ବୋଲି କହିଛି ଜିନପିଙ୍ଗ୍ ସରକାର। ପାକିସ୍ତାନରେ ଅବସ୍ଥାପିତ ଚୀନର ରାଷ୍ଟ୍ରଦୂତ ଜିଆଙ୍ଗ୍ ଜାଇଡଙ୍ଗ ଏନେଇ ପାକିସ୍ତାନର ଶେହବାଜ ସରିଫ୍ ସରକାର ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଚୀନ୍ ଆଟ୍ ସେଭେଣ୍ଟି ଫାଇଭ୍- ଶୀର୍ଷକ ଆଲୋଚନା ଚକ୍ରରେ ଏହା ଉପରେ ଗୁରୁତ୍ବ ଦେଇଛନ୍ତି ଜିଆଙ୍ଗ ଜାଇଡଙ୍ଗ।

ପାକିସ୍ତାନକୁ କଡ଼ା ଚେତାବନୀ ଦେଇ ଚୀନ୍ କହିଛି, ନାଗରିକଙ୍କ ପ୍ରତି ହେଉଥିବା ଆତଙ୍କୀ ଆକ୍ରମଣକୁ ଆଦୌ ବରଦାସ୍ତ କରାଯିବନି। ଚୀନ ଏହି ଆକ୍ରମଣକୁ ନିନ୍ଦା କରୁଛି । ମାର୍ଚ୍ଚରୁ ଆତ୍ମଘାତୀ ଆକ୍ରମଣରେ ପ୍ରାୟ ୭ଜଣ ଚୀନ୍ ନାଗରିକ ପ୍ରାଣ ହରାଇଛନ୍ତି। ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପାଇଁ ଚୀନ୍ ନାଗରିକଙ୍କ ସୁରକ୍ଷା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଜିଆଙ୍ଗ ଚେତାବନୀ ଦେଇଛନ୍ତି ଯେ ଚୀନର ସାଧାରଣ ନାଗରିକଙ୍କ ପ୍ରତି ହେଉଥିବା ହିଂସା ଯୋଗୁଁ ବେଜିଂ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଅଧୀନରେ ନିବେଶର ପୁନର୍ବିଚାର କରିବାକୁ ଯାଉଛି।

Advertisment

ପରବର୍ତ୍ତୀ ଆକ୍ରମଣକୁ ରୋକିବା ପାଇଁ ପାକିସ୍ତାନକୁ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ଜେଡୋଙ୍ଗଙ୍କ ବିବୃତ୍ତିକୁ ପାକିସ୍ତାନ ଦ୍ୱନ୍ଦ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରିଥିବାବେଳେ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମମତାଜ ଜାହରା ବାଲୋଚ ଏହାକୁ ଦୁଇ ଦେଶ ମଧ୍ୟରେ ସାଧାରଣ କୂଟନୈତିକ ନୀତିରୁ ଏକ ଗୁରୁତ୍ୱପୂର୍ଣ୍ଣ ବିଚ୍ୟୁତ ବୋଲି କହିଛନ୍ତି।

ଅକ୍ଟୋବରରେ, କରାଚି ବିମାନବନ୍ଦର ନିକଟରେ ଦୁଇ ଜଣ ଚୀନ୍ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦଶ ଜଣ ଆହତ ହୋଇଥିଲେ। ମାର୍ଚ୍ଚରେ ଖାଇବର ପାଖ୍ଟନଖୱାଙ୍କ ବେଶାମ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ଚୀନର ୫ ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ଘଟିଥିଲା। ୧୦ ବର୍ଷ ପୂର୍ବେ ଚାଇନା ପାକିସ୍ତାନ ଇକୋନମିକ୍ କରିଡର (CPEC) ଆରମ୍ଭ ହେବା ପରଠାରୁ ପାକିସ୍ତାନରେ ହୋଇଥିବା ଆକ୍ରମଣରେ ୨୧ ଜଣ ଚୀନ୍ ନାଗରିକଙ୍କର ମୃତ୍ୟୁ ଘଟିଛି।

Advertisment

ପାକିସ୍ତାନ ଓ ଚୀନ୍ ମଧ୍ୟରେ ସଂପର୍କ କେତେ ଘନିଷ୍ଠ ତାହା ସମସ୍ତେ ଜାଣନ୍ତି। ଚୀନକୁ ଗଡ ଫାଦର ଭାବି ଆସୁଛି ପାକିସ୍ତାନ। ଆଉ ପାକିସ୍ତାନକୁ ସବୁବେଳେ ସାମରିକ ଓ ଆର୍ଥିକ କ୍ଷେତ୍ରରେ ସହଯୋଗ ପ୍ରଦାନ କରି ଆସୁଛି ବେଜିଂ। ଏପରିକି ଦୁଇ ଦେଶର ଫାଇଦା ପାଇଁ ଆଗକୁ ବଢୁଛି ଚାଇନା ପାକିସ୍ତାନ ଇକୋନମିକ୍ କରିଡର ବା ସିପିଇସି ପ୍ରୋଜେକ୍ଟ। ଏବେ ଚୀନର ଅସନ୍ତୋଷ ପରେ ପାକିସ୍ତାନ କ’ଣ ନିଷ୍ପତ୍ତି ନେଉଛି ତା’ଉପରେ ନଜର।

China Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ