Advertisment

ସମାନା ସାମ୍‌ନି ଦୁଇ ମହାଶକ୍ତି ଆମେରିକା ଓ ଚୀନ୍

ନାନସି ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସହ ଦେଶର ସର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିବା ବେଜିଂ ଅଭିଯୋଗ କରିଛି।

China military drills talk of island after Pelosi visit

China military drills talk of island after Pelosi visit

Advertisment

ତାଇଓ୍ୱାନକୁ ନେଇ ବଢୁଛି ଟେନସନ୍। ମୁହାଁମୁହିଁ ଆମେରିକା ଓ ଚୀନ୍। ତାଇଓ୍ୱାନ୍ ଗସ୍ତକୁ ବିରୋଧ କରି ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ଉପରେ କଟକଣା ଲଗାଇଲା ବେଜିଂ। ଆମେରିକା ଏହାର କି ଜବାବ ଦେଉଛି ତାକୁ ଅପେକ୍ଷା ରହିଥିବା ବେଳେ, ତାଇଓ୍ୱାନ୍ ଉପସାଗରରେ ପିଏଲଏର ସମରାଭ୍ୟାସ ଜାରି ରହିଛି। ତେଣେ ତାଇଓ୍ୱାନ୍ ଉପରେ ମନ୍ତବ୍ୟକୁ ନେଇ G-7 ଗୋଷ୍ଠୀକୁ ଚେତାବନୀ ଶୁଣାଇଛି ଚୀନ୍। ଅନ୍ୟପକ୍ଷରେ ପୁରା ପ୍ରସଙ୍ଗରେ ଭାରତ ଏବେ ସଂପୂର୍ଣ୍ଣ ନିରବ ରହିଛି।

Advertisment

ବଢୁଛି ତାଇଓ୍ୱାନ୍ ତାତି। ସମାନା ସାମ୍ନି ଦୁଇ ମହାଶକ୍ତି ଆମେରିକା ଓ ଚୀନ୍। ଆମେରିକା କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ୱାନ୍ ଗସ୍ତ ପ୍ରତିବାଦରେ, ତାଙ୍କ ଉପରେ କଟକଣା ଲଗାଇଛି ବେଜିଂ। ନାନସି ଚୀନ୍‌ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ସହ ଦେଶର ସର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରିଥିବା ବେଜିଂ ଅଭିଯୋଗ କରିଛି। ତେବେ ନାନସିଙ୍କ ଗସ୍ତକୁ ନେଇ ଚୀନ୍ ଓଭର ରିଆକ୍ଟ କରୁଥିବା ପାଲଟା ଜବାବ ରଖିଛି ଆମେରିକା।

ଏକ ସ୍ବତନ୍ତ୍ର  ଗଣତାନ୍ତ୍ରିକ ରାଷ୍ଟ୍ରକୁ ନାନ୍ସିଙ୍କ ଗସ୍ତକୁ ନେଇ ଏତେ ପ୍ରତିକ୍ରିୟାଶୀଳ ହେବାରେ କୌଣସି କାରଣ ନାହିଁ ବୋଲି ଓ୍ୱାଶିଂଟନ କହିଛି। ତେବେ ନାନ୍‌ସିଙ୍କ ଉପରେ ଚୀନ୍ କଟକଣା ଲଗାଇବା ପରେ ଆମେରିକା ଚୁପ୍ ବସିବ ନାହିଁ ଏକ ପ୍ରକାର ନିଶ୍ଚିତ। ତେଣୁ ଜୋ-ବାଇଡେନ୍ ସରକାର ଚୀନ୍ ଆକ୍ସନ ପ୍ରତିବାଦରେ  କି ପଦକ୍ଷେପ ନେଉଛି ତାକୁ ଅପେକ୍ଷା ରହିଛି।

Advertisment

ନାନସିଙ୍କ ଗସ୍ତ ଚିର କାଳ ଲାଗି ତାଇଓ୍ୱାନକୁ ସ୍ବାଧୀନତା ଦେବା ଦିଗରେ ଏକ ପଦକ୍ଷେପ ବୋଲି ଆଶଙ୍କା କରୁଛି ବେଜିଂ। ସେଥିଲାଗି ତାଙ୍କ ଗସ୍ତକୁ ତୀବ୍ର ବିରୋଧ ସହ, ପ୍ରତିବାଦ ସ୍ୱରୂପ ଗତ କାଲିଠାରୁ ତାଇଓ୍ୱାନ୍ ଚାରିପାଖରେ ସମରାଭ୍ୟାସ ଚଳାଇଛି ପିଏଲ୍ଏ। ଶହେରୁ ଅଧିକ ଫାଇଟର ଜେଟ୍, ମାଳମାଳ ଯୁଦ୍ଧ ଜାହାଜ ସାଙ୍ଗକୁ ତାଇଓ୍ୱାନ୍ ଉପସାଗରକୁ ଗଣ୍ଡା ଗଣ୍ଡା କ୍ଷେପଣାସ୍ତ୍ର ମାଡ଼ କରିଛି ଚୀନ୍ ସେନା। ଏମିତିକି କିଛି କ୍ଷେପଣାସ୍ତ୍ର ତାଇଓ୍ୱାନକୁ ଅତିକ୍ରମ କରି ସମୁଦ୍ରରେ ପଡିଥିବା ତାଇଓ୍ୱାନ୍ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ସେହିପରି ୫ଟି କ୍ଷେପଣାସ୍ତ୍ର ଜାପାନ ଏକ୍ସକ୍ଲୁସିଭ ଇକୋନୋମିକ୍ ଜୋନ୍‌ରେ ପଡିଛି। ଏହାକୁ ନେଇ ଜାପାନ୍ ଗଭୀର ଉଦବେଗ ପ୍ରକାଶ କରିବା ସହ ଦେଶର ସୁରକ୍ଷା ପ୍ରତି ଏହା ବଡ଼ ଚ୍ୟାଲେଞ୍ଜ ବୋଲି କହିଛି। ଶିଳ୍ପ ସମୃଦ୍ଧ ଦେଶଙ୍କୁ ନେଇ ଗଠିତ G-7 ମଧ୍ୟ ଚୀନ୍‌ର ସମରାଭ୍ୟାସକୁ ନିନ୍ଦା କରିଛି। ତେବେ ଉଭୟ ଜାପାନ ଓ G-7 ଗୋଷ୍ଠୀର ପ୍ରତିନିଧିଙ୍କୁ ଡାକି ଚୀନ୍ ଦୃଢ଼ ପ୍ରତିବାଦ ଜଣାଇବା ସହିତ ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ  ହସ୍ତକ୍ଷେପ ନକରିବାକୁ ଚେତାବନୀ ଦେଇଛି। ଜାପାନ ରାଷ୍ଟ୍ରଦୂତଙ୍କୁ ସମନ୍ କରିବା ସହିତ ଜାପାନ ଓ ଚୀନ୍ ମଧ୍ୟରେ ହେବାକୁ ଥିବା ବୈଦେଶିକ ମନ୍ତ୍ରୀ ସ୍ତରୀୟ ବୈଠକକୁ ବାତିଲ କରିଦେଇଛି ବେଜିଂ।

Advertisment

୧୯୪୯ ଗୃହଯୁଦ୍ଧ ବେଳେ ପୃଥକ ହୋଇଥିବା ତାଇଓ୍ୱାନକୁ ଚୀନ୍ ନିଜ ଅଞ୍ଚଳ ଦାବି କରୁଛି। ଅଖଣ୍ଡ ଚୀନ୍ ନୀତି ଅନ୍ତର୍ଗତ ଗଣତନ୍ତ୍ରିକ ତାଇଓ୍ୱାନକୁ ବଳପୂର୍ବକ ଅଧିକାର କରିବାକୁ ଯୋଜନା ରଖିଛି ସି. ଜିନପିଙ୍ଗ ପ୍ରଶାସନ। ଯାହାକୁ ଆମେରିକା ବିରୋଧ କରିଆସୁଛି। ଏଣେ ଋଷିଆର ୟୁକ୍ରେନ ବିରୋଧୀ ଯୁଦ୍ଧ ପରେ, ଚୀନ୍ ତାଇଓ୍ୱାନ୍ ଉପରେ ଆକ୍ରମଣ କରିବା ଆଶଙ୍କା ବଢିଛି। ତେଣୁ ତାଇଓ୍ୱାନ ନାନସୀଙ୍କୁ ସାହାସ ଓ ସମର୍ଥନ ଜଣାଇବା ଲାଗି ସେଠାରେ ପହଞ୍ଚିଥିଲେ ଆମେରିକା କଂଗ୍ରେସ ବାଚସ୍ପତି ନାନସି ପେଲୋସି।

ଆମେରିକା ସେମାନଙ୍କ ହାତ ଛାଡିବ ନାହିଁ ବୋଲି ନାନସି ନିଜ ଗସ୍ତ ଅବସରରେ ତାଇଓ୍ୱାନ୍ ରାଷ୍ଟ୍ରପତି ସାଇ ଇଙ୍ଗୱେନଙ୍କୁ ପ୍ରତିଶ୍ରୁତି ବି ଦେଇଛନ୍ତି।ତେବେ ନାନସିଙ୍କ ତାଇଓ୍ୱାନ୍ ଗସ୍ତ, ଚୀନ୍‌ର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ଆମେରିକାର ଖୋଲା ଉଲ୍ଲଙ୍ଘନ ବୋଲି ବେଜିଂ ଅଭିଯୋଗ କରିବା ସହ ନିଆଁ ସହ ନଖେଳିବାକୁ ଚେତାବନୀ ଦେଇଛି। ଏପଟେ ତାଇଓ୍ୱାନ୍ ତାତି ବଢୁଥିବା ବେଳେ ପୁରା ପ୍ରସଙ୍ଗରେ ଭାରତ ସଂପୂର୍ଣ୍ଣ ନିରବ ରହିଛି।

China Taiwan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ