Advertisment

ଭାରତ ସୀମାରେ ଡ୍ରାଗନ୍‌ର ରାତ୍ରିକାଳୀନ ଯୁଦ୍ଧାଭ୍ୟାସ

ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍‌ । ଭାରତୀୟ ସୀମାର ୧୬ ହଜାର ଫୁଟ୍‌ ଉଚ୍ଚରେ ଚୀନ୍‌ର ନିଜ ରାତ୍ରିକାଳୀନ ଯୁଦ୍ଧାଭ୍ୟାସ କରୁଛି ।

ଅଦ୍ୟତନ ହୋଇଛି
 president Xi Jinping

president Xi Jinping

Advertisment

ନୂଆଦିଲ୍ଲୀ : ପୁଣି ଷଡ଼ଯନ୍ତ୍ର ରଚୁଛି ଚୀନ୍‌ । ଭାରତୀୟ ସୀମାର ୧୬ ହଜାର ଫୁଟ୍‌ ଉଚ୍ଚରେ ଚୀନ୍‌ର ନିଜ ରାତ୍ରିକାଳୀନ ଯୁଦ୍ଧ୍ୟଭ୍ୟାସ କରୁଛି । ଚୀନ୍‌ର ପିପୁଲ ଲିବରେସନ୍‌ ଆର୍ମି (ପିଏଲ୍ଏ) ଭାରତ ସୀମା ନିକଟସ୍ଥ ସିନଜିଆଙ୍ଗରେ ୧୬ ଫୁଟରୁ ଅଧିକ ଉଚ୍ଚ ସ୍ଥାନରେ ନିଜ ସେନାର ଯୁଦ୍ଧ୍ୟଭ୍ୟାସ କରିଛି । ଚୀନ୍‌ ତାର ପଶ୍ଚିମ ଥିଏଟର୍‌ କମାଣ୍ଡର ସାମରିକ ଶକ୍ତି ବଢାଇବା ପାଇଁ ଏପରି ରାତ୍ରୀ ଯୁଦ୍ଧ୍ୟଭ୍ୟାସ କରିଥିବାର ସୂଚନା ମିଳିଛି ।

Advertisment

ଚୀନ୍‌ର ଏହି ପଶ୍ଚିମ ଥିଏଟର କମାଣ୍ଡ ଜିନଜିଆଙ୍ଗ, ତିବ୍ଦତ ଅଞ୍ଚଳ ତଥା ଭାରତର ସୀମା ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଚଳିତ ବର୍ଷ ଆରମ୍ଭରେ ଚୀନ୍, ତିବ୍ଦତ ସେନାକୁ ମିଲିଟାରୀ ଅଞ୍ଚଳରୁ ଜିନଜିଆନ୍ ଅଞ୍ଚଳକୁ ସ୍ଥାନାନ୍ତର କରିଥିଲା। ସେମାନେ ଏବେ ଦକ୍ଷିଣ ଉତ୍ତରାଖଣ୍ଡର କରାକୋରାମ ପାସ୍ ଅଞ୍ଚଳର ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏହାସହ ସେମାନେ ବହୁ ସଂଖ୍ୟକ ଦୂରଗାମୀ ଆର୍ଟିଲାରି ବନ୍ଧୁକ ମଧ୍ୟ ନିୟୋଜିତ କରିଥିବାବେଳେ ଜୋରସୋରରେ ତିବ୍ଦତୀୟ ମାଳଭୂମିରେ ଭିତ୍ତିଭୂମି ନିର୍ମାଣ କରୁଛନ୍ତି ।ୟ

Advertisment

ଏହି ସେନାକୁ ଆଣିବା ପରେ PLA ଏହି ଅଞ୍ଚଳରେ ସାମରିକ ଅଭ୍ୟାସ କରିବା ଆରମ୍ଭ କରିଛି । ଏଥିସହ ଚାଇନା ତିବ୍ଦତୀୟରେ ଥିବା ଏୟାରଫିଲ୍ଡକୁ ନବୀକରଣ କରିଛି ଯେଉଁଠାରେ ଦୁଇ ଇଞ୍ଜିନ୍ ବିଶିଷ୍ଟ ଯୁଦ୍ଧ ବିମାନ ନିୟୋଜନ ହୋଇପାରିବ । ବର୍ତ୍ତମାନ ସେମାନେ ସେନା ପରିବହନ ପାଇଁ ଜିନଜିଆନ୍ ଏବଂ ତିବ୍ଦତରେ ନିର୍ମିତ ଥିବା ଏବଂ ନିର୍ମାଣାଧୀନ ୩୦ ବିମାନବନ୍ଦରର ଉନ୍ନତିକରଣ କାମରେ ଲାଗିଛନ୍ତି।   

China Indian Borders
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ