/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712834822.jpg)
Crime Against Women
ରୋଗୀଙ୍କୁ ମିଛ ପ୍ରଲୋଭନ ଦେଖାଇ ରଖିଲେ ଶାରୀରିକ ସମ୍ପର୍କ। ମାଗଣାରେ ଇଞ୍ଜେକ୍ସନ ଦେବାକୁ କହି ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କଲେ ଡାକ୍ତର। ଏଭଳି ଘଟଣା ବ୍ରିଟେନ୍ରେ ଦେଖିବାକୁ ମିଳିଛି। ଯେଉଁଠି ଜଣେ ଚର୍ମ ରୋଗ ବିଶେଷଜ୍ଞ ରୋଗୀଙ୍କୁ ନିଜ କ୍ଲିନିକ୍ରେ ବୋଟକ୍ସ ଇଞ୍ଜେକ୍ସନ ଦେଇ ଶାରୀରିକ ସମ୍ପର୍କ ରଖିଛନ୍ତି।
ବ୍ରିଟେନ୍ର ଜଣେ ୪୨ ବର୍ଷୀୟ ଚର୍ଚ୍ଚିତ ଚର୍ମ ରୋଗ ବିଶେଷଜ୍ଞ ଟିଜିୟନ ଇଶୋଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ରହିଛି। ସେ ଜଣେ ଅଭିନେତ୍ରୀଙ୍କୁ ବାଧ୍ୟ କରି ଶାରୀରିକ ସମ୍ପର୍କ ରଖିଥିବା ଶୁଣିବାକୁ ମିଳିଛି। ଏନେଇ ମହିଳା ଜଣକ ଅଭିଯୋଗ ବି କରିଛନ୍ତି। ତେବେ ଡାକ୍ତର ଜଣକ ଏ କଥାକୁ ଖଣ୍ତନ କରିଛନ୍ତି। ସେ କେବଳ ମହିଳାଙ୍କୁ ଇନଷ୍ଟାଗ୍ରାମରେ ଅଶ୍ଲୀଳ ମେସେଜ୍ କରିଥିବା କହିଛନ୍ତି। ଡଃ ଇଶୋ ପ୍ରାୟତଃ ସେଲିବ୍ରିଟିମାନଙ୍କୁ ଚିକିତ୍ସା କରିଥାନ୍ତି।
ମେଡିକାଲ ଟ୍ରିବ୍ୟୁନାଲ ପ୍ରାକ୍ଟିସର୍ସ ସର୍ଭିସ (MPTS) ପ୍ୟାନେଲ୍ ଏହି ଘଟଣାର ଶୁଣାଣି କରି କହିଛନ୍ତି କି ଡଃ ଇଶୋ ନିଜ କ୍ଲିନିକ୍ରେ ଜଣେ ମହିଳାଙ୍କ ସହ ବାଧ୍ୟ କରି ଶାରୀରିକ ସମ୍ପର୍କ ରଖିଛନ୍ତି। ଏହା ବଦଳରେ ସେ ମହିଳାଙ୍କୁ ମାଗଣାରେ ବୋଟକ୍ସ ଇଞ୍ଜେକ୍ସନ ଦେଇଛନ୍ତି। ସେଲିବ୍ରିଟି ମାନେ ୟଙ୍ଗ ଦେଖାଯିବା ପାଇଁ ବୋଟକ୍ସ ଇଞ୍ଜେକ୍ସନ ନେଇଥାନ୍ତି। ତେବେ ଅଭିନେତ୍ରୀଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଛନ୍ତି ଡଃ ଇଶୋ।
ଡଃ ଇଶୋ ମାମଲାର ଶୁଣାଣି କରୁଥିବା ପ୍ୟାନେଲ୍କୁ କହିଛନ୍ତି ଯେ, ସେ କେବଳ ମହିଳାଙ୍କୁ ଇନଷ୍ଟାଗ୍ରାମରେ ଅଶ୍ଲୀଳ କଥା କହିଛନ୍ତି। ମହିଳା ଜଣକ ୱେବକ୍ୟାମ୍ରେ ତାଙ୍କୁ ଯୌନ ସେବା ଯୋଗାଉଥିଲେ। କିନ୍ତୁ ତାଙ୍କ ସହ ସେ କୌଣସି ଶାରୀରିକ ସମ୍ପର୍କ ରଖିନାହାନ୍ତି। ଡାକ୍ତରଙ୍କ ବିରୋଧରେ ଆହୁରି ଅଭିଯୋଗ ଅଛି ଯେ, ମହିଳା ଜଣକ ଅଭିଯୋଗ କରିବା ପରେ ସେ ତାଙ୍କୁ ଶାରୀରିକ ନିର୍ଯାତନା ମଧ୍ୟ ଦେଇଛନ୍ତି। ଏହିସବୁ ଅଭିଯୋଗ ଆଧାରରେ ଡାକ୍ତରଙ୍କ ଲାଇସେନ୍ସକୁ ଏକମାସ ପାଇଁ ରଦ୍ଦ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)