Fighter Jet
ବିଦେଶର ଏଇ ଫାଇଟର୍ ଜେଟ୍ ଭାରତ ମାଟିରେ ଜରୁରୀକାଳୀନ ଅବତରଣ କଲା । ଏବେ ଆଉ ଉଠିପାରୁନି ।
ବ୍ରିଟିଶ ରୟାଲ ନେଭିର ଏଫ୍-୩୫ ଫାଇଟର୍ ଜେଟ୍ ଗତ ଜୁନ୍ ୧୦ ତାରିଖରେ କେରଳରେ ଏମରଜେନ୍ସୀ ଲ୍ୟାଣ୍ଡିଂ କଲା । କେରଳର ତିରୁବନନ୍ତପୁରମ୍ ଅନ୍ତର୍ଜାତିକ ବିମାନ ବନ୍ଦରରେ ସେବେଠୁ ରହିଛି । ଆଜି ପର୍ଯ୍ୟନ୍ତ ଉଡାଣ ଭରିପାରୁନି । ସେଇମିତି ପଡିରହିଛି । ଏହା କେମିତି ଉଡି ଉଡି ପୁଣି ଇଂଲଣ୍ଡ ଯିବ, ସେଥିପାଇଁ ବହୁତ ଉଦ୍ୟମ ହେଲାଣି । କିନ୍ତୁ ଏହି ବିମାନ ଏବେ ଆଉ ଉଡିବା ଅବସ୍ଥାକୁ ଆସିପାରୁନି । ସମସ୍ତ ଚେଷ୍ଟା ବିଫଳ ହେଲାଣି । ଇଞ୍ଜିନିୟରମାନେ ହାତ ଟେକି ଦେଲେଣି ।
ଇଂଲଣ୍ଡରୁ ଇଞ୍ଜିନିୟରମାନେ ଆସିବାର ଅଛି । ଶେଷ ଚେଷ୍ଟା କରାଯିବ । ନହେଲେ ଖଣ୍ଡ ଖଣ୍ଡ ହୋଇ ବିମାନରେ ବୁହା ହୋଇ ନିଜ ଦେଶକୁ ଯିବ ଏହି ବିମାନ । ବର୍ତ୍ତମାନ ପରିସ୍ଥିତିରେ ଏହାଠାରୁ ଆଉ ଭଲ ଅପ୍ସନ ନାହିଁ ବୋଲି କୁହାଯାଉଛି ।
କେରଳ ଉପକୂଳ ଠାରୁ ୧୦୦ ନଟିକାଲ୍ ମାଇଲ୍ସ ଦୂରରେ ସମୁଦ୍ରରେ ଅପରେସନରେ ଥିଲା । ପ୍ରତିକୂଳ ପାଗର ସାମନା କରିଥିଲା ଏହି ଲଢ଼ୁଆ ବିମାନ । ଇନ୍ଧନ ବି ସରି ସରି ଆସୁଥିଲା । ଜରୁରୀକାଳୀନ ଅବତରଣ ଛଡା ଅନ୍ୟ ବାଟ ହିଁ ନଥିଲା । ତେଣୁ ତିରୁବନନ୍ତପୁରରେ ବିମାନନ ବନ୍ଦରରେ କରିଥିଲା ଅବତରଣ । ଭାରତୀୟ ବାୟୁସେନା ବି ଏହି ଅବତରଣରେ ସହାୟତା କରିଥିଲା । ଏହି ବିମାନରେ ଇନ୍ଧନ ମଧ୍ୟ ଦେଇଥିଲା ବାୟୁସେନା ।
ପରେ ବିମାନଟି ଫେରିଯିବାକୁ ବାହାରିଥିଲା । ତେବେ ଚେକିଂ ବେଳେ ହାଇଡ୍ରଲିକ ଫେଲୁଅର୍ ଥିବାର ଜଣାଡିଥିଲା । ରୟାଲ ନେଭିର ଏକ ଟିମ୍ ଆସି ଏହାର ରିପେୟାର୍ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଏହି ସମସ୍ୟା ଜଟିଳ ଥିବାରୁ ରିପେୟାର ହୋଇପାରିନଥିଲା । ଏବେ ଏହା ଆଉ ଉଡିପାରିବନି ବୋଲି ଟେକନିସିଆନମାନେ କହୁଛନ୍ତି । ଏହାକୁ ନିଆଯାଇ ବିମାନବନ୍ଦରର ବେ୪ ରେ ପାର୍କ କରାଯାଇଛି ଓ ସିଆଇଏସଏଫ୍ କର୍ମଚାରୀମାନେ ଏହାକୁ ଜଗି ରହିଛନ୍ତି । ଏହି ଲଢ଼ୁଆ ବିମାନ ଏବେ ଶକ୍ତିହୀନ ହୋଇପଡିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751544593.jpg)