• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଡୁବୁଥିବା ବ୍ରିଟିଶ୍ ଅର୍ଥନୀତିକୁ ପୁଣି ଗତିଶୀଳ କରିବା ପାଇଁ ବଡ଼ ଆଶା ଥିଲା ଭାରତ ସହ ସ୍ୱାକ୍ଷର ହେବାକୁ ଥିବା ଫ୍ରି-ଟ୍ରେଡ୍ ଏଗ୍ରିମେଣ୍ଟ ବା ମୁକ୍ତ ବାଣିଜ୍ୟ ଚୁକ୍ତି । ଭାରତରେ ମଧ୍ୟବିତ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ଏହାର ବିଶାଳ ବଜାର ବ୍ରିଟେନ୍ ଲାଗି ଉନ୍ମୁକ୍ତ ହେବ । ତେବେ ଏହା ବଦଳରେ ଭାରତ ମଧ୍ୟ କିଛି ରିହାତି ଦାବି କରିଛି । ଚୁକ୍ତି ଅନୁଯାୟୀ ଭାରତୀୟଙ୍କ ଟେକି ଓ ଛାତ୍ରଛାତ୍ରୀଙ୍କ ବ୍ରିଟେନ୍ ଯିବା ଓ ରହଣୀ ସହଜ ହେବ । ମାତ୍ର ବ୍ରିଟିଶ ଗୃହ ସଚିବ ସୁଏଲା ବ୍ରେଭରମ୍ୟାନ୍ ତଥା ଭାରତୀୟ ବଂଶଦ୍ଭୋବ ସୁଏଲା ବ୍ରାଭରମ୍ୟାନ୍ ଭାରତ ସହ ବ୍ରିଟେନର ମୁକ୍ତ ବାଣିଜ୍ୟ ଚୁକ୍ତିନାମା (FTA) କୁ ବିରୋଧ କରିଛନ୍ତି। । ଏହାଦ୍ୱାରା ବ୍ରିଟେନଙ୍କୁ ଭାରତୀୟଙ୍କ ଆଗମନ ଆହୁରି ବଢିବ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।

ବହୁସଂଖ୍ୟାରେ ଭାରତୀୟ ଭିସା ଅବଧି ସରିବା ପରେ ମଧ୍ୟ ବ୍ରିଟେନରେ ରହୁଛନ୍ତି । ଫଳରେ ଚୁକ୍ତି ଦ୍ୱାରା ସ୍ଥିତି ଆହୁରି ଜଟିଳ ହେବ ବୋଲି ସେ କହିଛନ୍ତି । ତେବେ ବ୍ରେଭରମ୍ୟାନଙ୍କ ଏଭଳି ମନ୍ତବ୍ୟକୁ ନେଇ କଡା ଆପତ୍ତି ଉଠାଇଛି ନୂଆଦିଲ୍ଲୀ । ଖାସ୍ କରି ଭାରତୀୟଙ୍କୁ ମାଇଗ୍ରାଣ୍ଟ କହିବା ନେଇ ଅସନ୍ତୋଷ ପ୍ରକାଶ କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଚୁକ୍ତି ସ୍ୱାକ୍ଷର ହେବାକୁ ହେଲେ ପ୍ରଧାନମନ୍ତ୍ରୀ ଟ୍ରସ୍ ପ୍ରଥମେ ବ୍ରେଭରମ୍ୟାନଙ୍କ ମନ୍ତବ୍ୟକୁ ଅଗ୍ରାହ୍ୟ କରନ୍ତୁ ବୋଲି ଦାବି କରିଛି ଭାରତ ।

ବିଶାଳ ଭାରତୀୟ ବଜାରକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ସହ ଫ୍ରି-ଟ୍ରେଡ୍ ଏଗ୍ରିମେଣ୍ଟ ଲାଗି ପଦକ୍ଷେପ ନେଇଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ । ଦୀପାବଳି ସୁଦ୍ଧା ଏହା ଚୁକ୍ତି ହୋଇଯିବା ସେ ଆଶା ରଖିଥିଲେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି ବ୍ରିଟେନ୍ ଗସ୍ତରେ ଯିବାର ଥିଲା । ମାତ୍ର ସୁଏଲା ବ୍ରେଭରମ୍ୟାନଙ୍କ ମନ୍ତବ୍ୟ ଏହି ଚୁକ୍ତି ସ୍ୱାକ୍ଷର ରାସ୍ତାରେ ଅନ୍ତରାୟ ସୃଷ୍ଟି କରିବା ଆଶଙ୍କା ବଢିଛି । ଆର୍ଥିକ ସଂକଟ ମଧ୍ୟରେ ଫସି ଥିବା ପ୍ରଧାନମନ୍ତ୍ରୀ ଟ୍ରସ୍ ଚୁକ୍ତିକୁ ନେଇ ଆଶାବାଦୀ ଅଛନ୍ତି । ଚୁକ୍ତି ସ୍ୱାକ୍ଷର ଲାଗି ତାଙ୍କ ସରକାର କାର୍ଯ୍ୟ କରୁଥିବା ପ୍ରଧାନମନ୍ତ୍ରୀ ଟ୍ରସଙ୍କ ମୁଖପାତ୍ର କହିଛନ୍ତି ।