Advertisment

କରୋନାର ବୁଷ୍ଟର ଡୋଜ ନେଲେ ବାଇଡେନ

ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି।

biden got a booster dose

biden got a booster dose

Advertisment

ୱାଶିଂଟନ: କୋଭିଡ-୧୯ର ମୁକାବିଲା କରିବା ପାଇଁ ଭାକ୍କିନର ତୃତୀୟ ଡୋଜର କେତେଦୂର  ଆବଶ୍ୟକତା ରହିଛି ତାହାକୁ ନେଇ ଚର୍ଚ୍ଚା ସରିନି। ହେଲେ ଏହା ଭିତରେ ଅନେକ ଭାକ୍ସିନ୍‌ର ବୁଷ୍ଟର ଡୋଜ ନେଇ ସାରିଲେଣି। ନିକଟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ କରୋନାର ବୁଷ୍ଟର ଡୋଜ ନେଇଥିବା ଜଣାଯାଇଛି।

Advertisment

ରାଷ୍ଟ୍ରପତି ବାଇଡେନ ସୋମବାର ଭାକ୍ସିନର ତୃତୀୟ ଡୋଜ ନେଇଛନ୍ତି। ଏପରିକି ଭାକ୍ସିନ ନେବାକୁ ରାଜି ହେଉ ନ ଥିବା ବ୍ୟକ୍ତିଙ୍କୁ ସମାଲୋଚନା କରି କହିଛନ୍ତି, ଯେଉଁମାନେ ଭାକ୍ସିନ ନେଉ ନାହାନ୍ତି ସେମାନେ ଆମେରିକାର କ୍ଷତି କରୁଛନ୍ତି। ଯାହା ବି ହେଉ, ଏବେ କରୋନାକୁ ମୂଳପୋଛ କରିବା ପାଇଁ ଆମେରିକାରେ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯାଉଛି। 

ମିଳିଥିବା ସୂଚନା ଅନୁଯାୟୀ, ବାଇଡେନ ଫାଇଜରର ତୃତୀୟ ଡୋଜ ଟିକା ନେଇଛନ୍ତି। ଟିକା ନେବା ପରେ ସେ କହିଛନ୍ତି, ମୁଁ ଜାଣେ, ଏହା ସେପରି ଦିଶୁ ନାହିଁ। କିନ୍ତୁ ମୁଁ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି।’ ଖାଲି ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବନି, ବରଂ ବ୍ୟତୀତ ଗମ୍ଭୀର ରୋଗରେ ଆକ୍ରାନ୍ତ ପ୍ରତ୍ୟେକ ବୟସ୍କଙ୍କୁ ଏହି ବୁଷ୍ଟର ଡୋଜ ଦିଆଯିବ। 

Advertisment

ବାଇଡେନ କହିଛନ୍ତି, ଭାକ୍ସିନକୁ ନେଇ ଏବେ ସମସ୍ୟା ଦେଖାଦେଇଛି। ଅ଼ମେରିକାରେ ଏବେ ଏମିତି ଲୋକ ଅଛନ୍ତି ଯେଉଁମାନେ କୋଭିଡ ଭାକ୍ସିନର ପ୍ରଥମ ଡୋଜ ବି ନେବାକୁ ଚାହୁଁ ନାହାନ୍ତି। ଏମାନଙ୍କ ଦ୍ୱାରା ଡେଲ୍‌ଟା ଭାରିଏଣ୍ଟ ମାମଲା ବୃଦ୍ଧି ପାଉଛି। ସେ କହିଛନ୍ତି, ୭୭ ପ୍ରତିଶତ ଆମେରିକା ନାଗରିକ ଭାକ୍ସିନ ନେଇ ସାରିଛନ୍ତି। ହେଲେ ସେତିକି ଯଥେଷ୍ଟ ନୁହେଁ। କାରଣ ଏକ ଚତୁର୍ଥାଂଶ ନାଗରିକ ଏବେ ବି ଭାକ୍ସିନ ନେବାକୁ ଅମଙ୍ଗ ହେଉଛନ୍ତି। ରାଷ୍ଟ୍ରପତି ସେମାନଙ୍କୁ ଭାକ୍ସିନ ନେବାକୁ ନିବେଦନ କରିଛନ୍ତି।

Advertisment

ସେ କହିଛନ୍ତି, ଏହି ଅଳ୍ପସଂଖକ ଆମ ପାଇଁ ଏବଂ ଅନ୍ୟ ଦେଶ ପାଇଁ ବିପଦର କାରଣ ହୋଇଛନ୍ତି। ତେଣୁ ସେମାନଙ୍କୁ ଠିକ୍‌ କାମ କରିବା ପାଇଁ ନିବେଦନ କରିଛନ୍ତି। ଏଠି କହି ରଖିବୁ, ବାଇଡେନ ଗତ ଡିସେମ୍ବରରେ ପ୍ରଥମ ଡୋଜ ଏବଂ ଜାନୁଆରୀରେ ଦ୍ୱିତୀୟ ଡୋଜ ଟିକା ନେଇଥିଲେ। 

COVID Vaccine COVID19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ