Advertisment

Banana Sells For Rs 52 Crore In Art Auction: ବିକ୍ରି ହେଲା ବିଶ୍ବର ସବୁଠୁ ଦାମୀ କଦଳୀ 'କମେଡିଆନ୍'; ଜାଣନ୍ତୁ କିଏ କିଣିଲେ...

କଦଳୀର ଦାମ୍‌ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା ।

ଅଦ୍ୟତନ ହୋଇଛି
Banana Sells For Rs 52 Crore In Art Auction

Banana Sells For Rs 52 Crore In Art Auction

Advertisment

ଗୋଟିଏ ପାଚିଲା କଦଳୀର ଦାମ୍ କେତେ ହୋଇପାରେ ? ଆପଣ ହୁଏତ ଗଣ୍ଡା କିମ୍ବା ଡଜନରେ କିଣୁଥିବେ କଦଳୀ । ଯଦି ଆପଣଙ୍କୁ ଗୋଟିଏ କଦଳୀର ଦାମ୍ ସର୍ବାଧିକ କେତେ ଟଙ୍କା ହୋଇପାରେ ବୋଲି ଜଣେ କହିବ ? ଆପଣ ହୁଏତେ ୫ରୁ ୫୦ ଟଙ୍କା କହି ପାରନ୍ତି । କିନ୍ତୁ ଏଠି ଟିକେ ଭିନ୍ନ । କଦଳୀର ଦାମ୍‌ ଶୁଣିଲେ ଆପଣଙ୍କ ହୋଶ୍ ଉଡ଼ିଯିବ । ଏହାକୁ କୁହାଯାଉଛି ବିଶ୍ବର ସବୁଠୁ ଦାମୀ କଦଳୀ । ଦାମ୍ ହେଉଛି ୫୨ କୋଟି ୭୦ ଲକ୍ଷ ଟଙ୍କା । ଠିକ୍ ପଢିଛନ୍ତି । ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି । 

Advertisment

ତେବେ ଆହୁରି ସବୁଠୁ ବଡ଼ ପ୍ରଶ୍ନ ଏହି କଦଳୀ କେଉଁଠି ନିଲାମ ହେଲା ? ଏହାର ନିଲାମକାରୀ କିଏ ? ଏତେ ଦାମୀ କଦଳୀକୁ କିଏ କିଣିଲେ ? ଆସନ୍ତୁ ଜାଣିବା ଏସବୁ ପ୍ରଶ୍ନରୁ ଉତ୍ତର...

ଅଧିକ ପଢ଼ନ୍ତୁ: ବର୍ଷ ବର୍ଷ ଧରି ଯେଉଁଠି ଖାଉଥିଲେ, ଏବେ ଜାଣିଲେ ସେଇ ରେଷ୍ଟୁରାଣ୍ଟ ନିଜ ମାଆର...

Advertisment

ବିକ୍ରି ହେଲା ବିଶ୍ବର ସବୁଠୁ ଦାମୀ କଦଳୀ 'କମେଡିଆନ୍'ବିକ୍ରି ହେଲା ବିଶ୍ବର ସବୁଠୁ ଦାମୀ କଦଳୀ 'କମେଡିଆନ୍'

ଆପଣ ଯେଉଁ କଦଳୀ ଫଟୋ ଦେଖୁଛନ୍ତି, ଆମେରିକାରେ ଏହା ନିଲାମ୍ ହୋଇଛି ୬.୨୪ ମିଲିୟନ୍ ଡଲାର୍ ବା ପାଖାପାଖି ୫୨ କୋଟି ୭୦ ଲକ୍ଷ ଟଙ୍କାରେ। କଦଳୀକୁ ଏକ ଟେପ୍ ସାହାଯ୍ୟରେ କାନ୍ଥରେ ଲଗାଯାଇଛି । ଏହି କଦଳୀର ଗୋଟିଏ ନାଁ ବି ରହିଛି । କଦଳୀର ନାଁ ହେଉଛି କମେଡିଆନ୍ । 

Advertisment

ପୂର୍ବରୁ ୨୦୧୯ ମସିହାରେ ଇଟାଲିର ଜଣେ ଭିଜୁଆଲ୍ ଆର୍ଟିଷ୍ଟ ମୌରିଜିଓ କାଟେଲାନ୍ ପ୍ରଦର୍ଶନୀରେ ନିଲାମ କରିଥିବା ଏଭଳି କଦଳୀର ଦାମ୍ ଥିଲା ୧୨ ହଜାର ଡଲାର୍ । ତେବେ ପୁଣିଥରେ ଆମେରିକାର ନ୍ୟୁୟର୍କରେ ଏଭଳି କଦଳୀ ପ୍ରଦର୍ଶିତ ହେବା ସହ ନିଲାମ ହୋଇଛି ୬.୨୪ ମିଲିୟନ୍ ଡଲାର୍ ବା ପାଖାପାଖି ୫୨ କୋଟି ୭୦ ଲକ୍ଷ ଟଙ୍କାରେ । ଏହାର ନିଲାମକାରୀ ହେଉଛନ୍ତି ଓଲିଭର୍ ବାର୍କର୍ । ଆଉ ଏହି ବିଶ୍ବର ସବୁଠୁ ଦାମୀ କଦଳୀକୁ କିଣିଛନ୍ତି ଚୀନ୍‌ର ଜଣେ ଉଦ୍ୟୋଗୀ ଜଷ୍ଟିନ୍ ସନ୍ । 

ତେବେ ଭାରତରେ ବର୍ଷସାରା ସବୁବେଳେ କଦଳୀ ମିଳିଥାଏ  । ୧ ଡଜନରେ କଦଳୀର ଦାମ୍‌ ୨୦ରୁ ଆରମ୍ଭ କରି ୫୦ ଓ ୬୦ ଟଙ୍କାରେ ମିଳିଥାଏ । ସବୁଠାରୁ ଦାମୀ କଦଳୀ ଗୋଟାକୁ ୧୦ରୁ ୨୦ ଟଙ୍କା ହୋଇପାରେ । କିନ୍ତୁ ଏତେ ଟଙ୍କାରେ କଦଳୀ ବିକ୍ରି ପରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । 

ଅଧିକ ପଢ଼ନ୍ତୁ: ବାୟୁରେ ବିଷ ! ଦିଲ୍ଲୀ-NCRରେ ୭୫% ପରିବାର ଶ୍ୱାସଜନିତ ସମସ୍ୟାରେ ପୀଡ଼ିତ

Auction
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ