Train Hijack: ବଲୁଚ୍ ବିଦ୍ରୋହୀଙ୍କ ଦାବି- ମିଛ କହୁଛି ପାକିସ୍ତାନ, ଏବେ ବି ପଣବନ୍ଦୀ ୧୫୦ ସୈନିକ

ଜାଫର୍ ଟ୍ରେନ ହାଇଜାକ ଘଟଣା । ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ପାକିସ୍ତାନ ସେନା କହୁଥିବାବେଳେ ଏବେ ୧୫୦ରୁ ଅଧିକ ସୈନିକ ପଣବନ୍ଦୀ ଥିବା ଦାବି କଲା ବିଏଲ୍‌ଏ । ପାକିସ୍ତାନ ନିଜ ପରାଜୟ ଲୁଚାଇବାକୁ ଏମିତି ମିଛ କହୁଥିବା ବିଏଲ୍‌ଏ ଦାବି କରିଛି ।

ଟ୍ରେନ ହାଇଜାକ୍ ଘଟଣା

ବଲୁଚିସ୍ତାନରେ ସରିନି ଲଢ଼େଇ । ଅପରେସନ୍ ଶେଷ ହୋଇଥିବା ନେଇ ପାକିସ୍ତାନ ମିଛ ପ୍ରଚାର କରୁଛି । ଏବେ ବି ବଲୁଚ୍ ବିଦ୍ରୋହୀଙ୍କ କବଳରେ ଅଛନ୍ତି ୧୫୦ ପାକ୍ ସୈନିକ । ଏନେଇ ପ୍ରେସ ରିଲିଜ ଜାରି କରି ପାକିସ୍ତାନର ପୋଲ୍ ଖୋଲିଛି ବଲୁଚ୍ ଲିବରେସନ୍ ଆର୍ମି । ଏ ପର୍ଯ୍ୟନ୍ତ ଅପରେସନ ଶେଷ ହୋଇନି । ପାକିସ୍ତାନ ନିଜ ପରାଜୟକୁ ଓ ବିଳଫତାକୁ ଲୁଚାଇବା ପାଇଁ ମିଛ ପ୍ରୟାସ କରୁଛି ବୋଲି ବିଏଲ୍‌ଏ (BLA) ପକ୍ଷରୁ ଦାବି କରାଯାଇଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ଟ୍ରେନ ହାଇଜାକ୍: ମୁକ୍ତ ହେଲେ ୧୦୪ ପଣବନ୍ଦୀ

BLA କବଜାରେ ଥିବା ଜାଫର ଏକ୍ସପ୍ରେସ ଟ୍ରେନରୁ ୩୪୦ରୁ ଅଧିକ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଥିବା ପାକିସ୍ତାନ ସରକାର ଓ ସେନା ଘୋଷଣା କରିଥିଲେ । ଏବେ ବଲୁଚ୍ ଲିବରେସନ୍ ଆର୍ମିର ଦାବି ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି । BLA ମୁଖପାତ୍ର ଜିୟାନ୍ଦ ବଲୁଚ୍ କହିଛନ୍ତି, ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ସମସ୍ତ ଦାବି ମିଛ । ନିଜ ପରାଜୟକୁ ଲୁଚାଇବା ପାଇଁ ଏକ ବୃଥା ପ୍ରୟାସ କରିଛନ୍ତି । ସତ ହେଉଛି ଏବେ ବି ପାକିସ୍ତାନ ସେନା ସହ ବିଭିନ୍ନ ମୋର୍ଚ୍ଚାରେ ଘମାଘୋଟ ଯୁଦ୍ଧ ଚାଲିଛି । ଏଥିରେ ଶତ୍ରୁ ତାର ସୈନିକଙ୍କୁ ହରାଇଥିବା ବେଳେ ବିପୁଳ କ୍ଷତିର ସମ୍ମୁଖୀନ ହେଉଛି ।

ପାକିସ୍ତାନ ସେନା ଏଯାଏଁ ଯୁଦ୍ଧକ୍ଷେତ୍ରରେ ବିଜୟ ହାସଲ କରିପାରି ନାହିଁ କିମ୍ବା ଏହାର ବନ୍ଧକ ସୈନିକମାନଙ୍କୁ ବଞ୍ଚାଇବାରେ ସଫଳ ହୋଇପାରି ନାହିଁ । ଏବେ ବି ଶତାଧିକ ପଣବନ୍ଦୀଙ୍କୁ ରଖିଛୁ ବୋଲି କହିଛି BLA । 

ସେହିପର ପାକିସ୍ତାନ ଯେଉଁ ପଣବନ୍ଦୀଙ୍କୁ ମୁକ୍ତି କରିଥିବା ଦାବି କରୁଛି ସେମାନଙ୍କୁ ପ୍ରକୃତରେ ବଲୁଚ୍ ଲିବରେସନ୍ ଆର୍ମି ନିଜ ଯୁଦ୍ଧ ନୀତି ଓ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ମୁକ୍ତ କରିଥିବା କହିଛି । BLS ଦାବି କରିଛି, ପାକିସ୍ତାନ ନିଜ ଦୁର୍ବଳତାକୁ ଘଉଡ଼ାଇବାକୁ ପ୍ରକୃତ ମୃତ୍ୟୁସଂଖ୍ୟା ଓ ପଣବନ୍ଦୀଙ୍କ ସଂଖ୍ୟା ଲୁଚାଉଛି  । ପାକ୍ ସେନା ଏଯାଏ ମୃତ ଓ ନିଖୋଜ ସୁରକ୍ଷାକର୍ମୀଙ୍କ ନାଁ କାହିଁକି ସାର୍ବଜନୀନ କରିନି ବୋଲି ପ୍ରଶ୍ନ କରିଛି BLA । 

ବୁଧବାର ପାକିସ୍ତାନ ସେନା ପକ୍ଷରୁ କୁହାଯାଇଥିଲା ଯେ, BLA ଆତଙ୍କବାଦୀ ୨୧ ଜଣ ପଣବନ୍ଦୀଙ୍କୁ ହତ୍ୟା କରିଥିବା ବେଳେ ୫୦ ଜଣ ଆତଙ୍କୀଙ୍କୁ ପାକ୍ ସେନା ନିପାତ କରିଛି ଏବଂ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତୁ: ପାକିସ୍ତାନ ଟ୍ରେନ ହାଇଜାକ: ସବୁ ଆତଙ୍କୀ ନିପାତ