Advertisment

Baba Vanga Predictions: ଏହି ମୁସଲିମ୍ ଦେଶରୁ ଆରମ୍ଭ ହେବ ତୃତୀୟ ବିଶ୍ୱଯୁଦ୍ଧ; ଡରାଇଲା ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ବାବା ଭେଙ୍ଗା ୧୯୧୧ ମସିହାରେ ବୁଲଗେରିଆରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଅନେକ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଛି । ଆଫଗାନିସ୍ତାନ 9/11 ଆତଙ୍କବାଦୀ ଆକ୍ରମଣ ଏବଂ ବ୍ରେକ୍ସିଟ୍ ବିଷୟରେ ମଧ୍ୟ ସେ ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନ ସିରିଆ ଉପରେ ତାଙ୍କର ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି।

ଅଦ୍ୟତନ ହୋଇଛି
world war

world war

Advertisment

ପୁଣି ଚର୍ଚ୍ଚାରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ। ବୁଲଗେରିଆର ପ୍ରସିଦ୍ଧ ଦୃଷ୍ଟିହୀନ ଫକୀର ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଏବେ ମୁଣ୍ଡବ୍ୟଥାର କାରଣ ପାଲଟିଛି। ୧୯୧୧ ମସିହାରେ ଜନ୍ମିତ ଭେଙ୍ଗା ଦ୍ୱିତୀୟ ବିଶ୍ୱଯୁଦ୍ଧ ନେଇ ପୂର୍ବାନୁମାନ କରିଥିଲେ। କୁହାଯାଏ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମ୍ବନ୍ଧରେ ତାଙ୍କର ଅନେକ ଭବିଷ୍ୟବାଣୀ ସତ ହୋଇଛି । ଯଦି ବାବା ଭେଙ୍ଗାଙ୍କ ଦଶନ୍ଧି ପୁରୁଣା ଭବିଷ୍ୟବାଣୀକୁ ବିଶ୍ୱାସ କରାଯାଏ ତେବେ ତୃତୀୟ ବିଶ୍ୱଯୁଦ୍ଧକୁ ମାତ୍ର କିଛି ମାସ ବାକି ଅଛି । ତାଙ୍କ ଭବିଷ୍ୟବାଣୀ ଅନୁଯାୟୀ, ତୃତୀୟ ବିଶ୍ୱଯୁଦ୍ଧ ସିରିଆର ପତନରୁ ଆରମ୍ଭ ହୋଇପାରେ ଏବଂ ମଧ୍ୟ ପୂର୍ବର ଅବସ୍ଥା ଖରାପ ଆଡ଼କୁ ଗତି କରିପାରେ।ଏପରି ପରିସ୍ଥିତିରେ, ଯଦି ପରିସ୍ଥିତି ଅଧିକ ଖରାପ ହୁଏ, ତେବେ ଏହି ଭବିଷ୍ୟବାଣୀ ସହଜରେ ସତ୍ୟ ହୋଇପାରେ ।

Advertisment

୧୩ ବର୍ଷ ପରେ ସିରିଆରେ ବିଦ୍ରୋହ ଆରମ୍ଭ ହୋଇଛି । ବିଦ୍ରୋହୀମାନେ ଦେଶର ବୃହତ୍ତମ ସହର ଆଲେପ୍ପୋକୁ କାବୁ କରିଛନ୍ତି। ଇସ୍ରାଏଲ-ହାମାସ ଏବଂ ଇସ୍ରାଏଲ-ହିଜବୁଲ ମଧ୍ୟରେ ଯୁଦ୍ଧ ପରେ ମଧ୍ୟ ପୂର୍ବରେ ଏକ ନୂତନ ଯୁଦ୍ଧ ଆରମ୍ଭ ହୋଇଛି । ସିରିଆ ରାଷ୍ଟ୍ରପତି ବାଶାର ଅଲ-ଅସଦଙ୍କ ସମର୍ଥନରେ ବାହାରିଛନ୍ତି ରୁଷ ଏବଂ ଇରାନ । ବିଦ୍ରୋହୀମାନେ ହୋମସ୍ ସହର ମୁହାଁ ହୋଇଛନ୍ତି। ଏହି ସମୟରେ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ବିଶ୍ୱକୁ ଚକିତ କରିଛି।

ବାବା ଭେଙ୍ଗା କଣ ଭବିଷ୍ୟବାଣୀ କରିଛନ୍ତି?

ବାବା ଭେଙ୍ଗା କହିଛନ୍ତି ଯେ ସିରିଆର ପତନ ହେବାପରେ ଆଉ ଏକ ବିଶ୍ୱଯୁଦ୍ଧ ଆରମ୍ଭ ହେବ। ବର୍ତ୍ତମାନ ଏହି ଭବିଷ୍ୟବାଣୀ ଅନୁଯାୟୀ ସିରିଆର ବିଦ୍ରୋହୀମାନେ ଆଲେପ୍ପୋ ଏବଂ ହାମା ସହରକୁ କାବୁ କରିଛନ୍ତି । ବର୍ତ୍ତମାନ ସେମାନେ ହୋମସ୍ ଆଡକୁ ଗତି କରୁଛନ୍ତି। ଏହା ପରେ ସେମାନଙ୍କର ପରବର୍ତ୍ତୀ ଲକ୍ଷ୍ୟ ସିରିଆର ରାଜଧାନୀ ଦମିଶ୍କ ହେବ। ଏଠାରେ ସିରିଆର ରାଷ୍ଟ୍ରପତି ବାଶାର ଅଲ-ଅସଦ ରହନ୍ତି। ଯଦି ବିଦ୍ରୋହୀମାନେ ଦମିଶ୍କକୁ କାବୁ କରନ୍ତି, ତେବେ ବାଶାର ଅଲ-ଅସଦ ସରକାରର ପତନ ସୁନିଶ୍ଚିତ । ଏଭଳି ପରିସ୍ଥିତିରେ ବାବା ଭେଙ୍ଗାଙ୍କ ଏହି ଭବିଷ୍ୟବାଣୀ ଭୟ ସୃଷ୍ଟି କରିଛି।

Advertisment

ବାବା ଭେଙ୍ଗା ବୁଲଗେରିଆର ବାସିନ୍ଦା ଥିଲେ। ୧୯୯୬ ରେ ତାଙ୍କର ଦେହାନ୍ତ ହୋଇଥିଲା । କିନ୍ତୁ ସେ ପରବର୍ତ୍ତୀ ଶହଶହ ବର୍ଷ ପାଇଁ ଭବିଷ୍ୟବାଣୀ କରିଯାଇଛନ୍ତି । ତେବେ ତୃତୀୟ ବିଶ୍ୱଯୁଦ୍ଧ ନେଇ ତାଙ୍କର ଭବିଷ୍ୟବାଣୀ ଏବେ ସମସ୍ତଙ୍କର ଚିନ୍ତା ବଢାଇ ଦେଇଛି। ସେ ପୂର୍ବାନୁମାନ କରିଛନ୍ତି ଯେ ସିରିଆର ପତନ ବିଶ୍ୱବ୍ୟାପୀ ବିବାଦ ସୃଷ୍ଟି କରିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସିରିଆର ପତନ ସହିତ ପଶ୍ଚିମ ଏବଂ ପୂର୍ବର ଶକ୍ତି ମଧ୍ୟରେ ଏକ ବଡ଼ ଯୁଦ୍ଧ ଆରମ୍ଭ ହେବ । ଏହା ତୃତୀୟ ବିଶ୍ୱଯୁଦ୍ଧ ହେବ। ଯାହାକି ପାଶ୍ଚାତ୍ୟକୁ ଧ୍ୱଂସ କରିଦେବ। ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ, ତେବେ ଅସଂଖ୍ୟ ଲୋକ ପ୍ରାଣ ହରାଇବେ। ଏହା ବିଶ୍ୱ ଅର୍ଥନୀତି ପାଇଁ ଏକ ଚିନ୍ତାର କାରଣ ପାଲଟିବ। ଏହା ବ୍ୟତୀତ ଭୌଗୋଳିକ ଅବସ୍ଥା କ’ଣ ହେବ ତାହା କହିବା ମଧ୍ୟ କଷ୍ଟକର ହେବ।

ଅଧିକ ପଢନ୍ତୁ :  ଉତ୍ତର କାଲିଫର୍ଣ୍ଣିଆରେ ବଡ଼ଧରଣର ଭୂକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା ୭.୦ ରେକର୍ଡ

Advertisment

ହାୟାତ୍ ତାହିର ଅଲ-ଶାମଙ୍କ ନେତୃତ୍ୱରେ ବିଦ୍ରୋହୀ ଦଳ ଅସଦଙ୍କ ସରକାରକୁ ହଟାଇବାକୁ ଯୋଜନା କରୁଛନ୍ତି। ଏହି ବିଦ୍ରୋହୀମାନେ ତୁର୍କୀ, ଇସ୍ରାଏଲ, ଆମେରିକା ଏବଂ ଅନେକ ଆରବ ଦେଶରୁ ସମର୍ଥନ ପାଇଛନ୍ତି । ଅନ୍ୟାନ୍ୟ ପାଶ୍ଚାତ୍ୟ ଦେଶ ମଧ୍ୟ ଏହି ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ ପାଣ୍ଠି ଯୋଗାଇବାରେ ନିୟୋଜିତ ଅଛନ୍ତି। ଏହି ବିଦ୍ରୋହୀମାନେ ସିରିଆର ବଡ଼ ଅଂଶକୁ ନିୟନ୍ତ୍ରଣ କରନ୍ତି। ବିଦ୍ରୋହୀମାନଙ୍କ ଦ୍ୱାରା ଆଲେପ୍ପୋର ଅନ୍ତର୍ଜାତୀୟ ବିମାନବନ୍ଦର ମଧ୍ୟ ନିୟନ୍ତ୍ରିତ ହେଉଛି।

ସିରିଆର ବଳକା ଅଂଚଳକୁ ରାଷ୍ଟ୍ରପତି ବାଶର ଅଲ-ଅସଦର ସୈନ୍ୟମାନେ ନିୟନ୍ତ୍ରଣ କରୁଛନ୍ତି। ଅସଦଙ୍କୁ ରୁଷ ଏବଂ ଇରାନ ଖୋଲାଖୋଲି ଭାବେ ସମର୍ଥନ କରୁଛନ୍ତି। ବିଦ୍ରୋହୀମାନଙ୍କ ଉପରେ ଲଗାତାର ବୋମା ବିସ୍ଫୋରଣରେ ରୁଷ ମଧ୍ୟ ନିୟୋଜିତ ଅଛି। ସିରିଆର ଅନେକ ସହରରେ ରୁଷର ସାମରିକ ବେସ ମଧ୍ୟ ଅଛି । ଏହାପୂର୍ବରୁ ୨୦୧୧ ରେ ସିରିଆରେ ଅସଦ ସରକାରଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା।

Syria World War III Baba Vanga Predictions
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ