Advertisment

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ, ୫୨ ମୃତ

ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍‌ପି ନୱାଜ ଗଶ୍‌କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Pakistan Blast

Pakistan Blast

Advertisment

ପାକିସ୍ତାନରେ ବଡ଼ ଧରଣର ବିସ୍ଫୋରଣ। ବେଲୁଚିସ୍ତାନ ମାସ୍ତୁଙ୍ଗ ଜିଲ୍ଲାର ଏକ ମସଜିଦ୍‌ ନିକଟରେ ଏହି ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପ୍ରାୟ ୫୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମାସ୍ତୁଙ୍ଗ ଜିଲ୍ଲାରେ ଥିବା ଏହି ମସଜିଦ୍‌ରେ ଇଦ୍ ପାଳନ ପାଇଁ ଏକତ୍ରିତ ହୋଇଥିବାବେଳେ ଏହି ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ପୋଲିସ୍ ଅଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।

Advertisment

ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ପୋଲିସ୍ ଅଫିସର ହେଉଛନ୍ତି ଡିଏସ୍‌ପି ନୱାଜ ଗଶ୍‌କୋରି। ଅନ୍ୟପକ୍ଷରେ ଏହି ବିସ୍ଫୋରଣରେ ଆହତ ହୋଇଥିବା ଲୋକମାନଙ୍କୁ ନିକଟରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ସେପ୍ଟେମ୍ବର ମାସରେ ଏହା ହେଉଛି ମସ୍ତୁଙ୍ଗ୍‌ ଜିଲାରେ ଦ୍ବିତୀୟ ପ୍ରମୁଖ ବିସ୍ଫୋରଣ। ଏହା ପୂର୍ବରୁଚଳିତ ମାସ ପ୍ରାରମ୍ଭରେ ଆଉ ଏକ ବଡ଼ ବିସ୍ଫୋରଣ ହୋଇଥିଲା। ଆଜି ହୋଇଥିବା ବିସ୍ଫୋରଣ ପାଇଁ କୌଣସି ସଂଗଠନ ଦାୟୀ ବୋଲି କେହି ପର୍ଯ୍ୟନ୍ତ ଦାବି କରିନାହାନ୍ତି।

Bomb Blast Pakistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ