Sunita Williams
ମହାକାଶରେ ଥାଇ ଭୋଟ ଦେବେ ସୁନୀତା ୱିଲିୟମସ୍ । ଆସନ୍ତା ନଭେମ୍ବରରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବେ ସୁନୀତା । ପୃଥିବୀ ଠାରୁ ୪୦୦ କିଲୋମିଟର ଦୂର ସ୍ପେସ୍ ସେଣ୍ଟରରୁ ସୁନିତା ୱିଲିୟମ୍ସ ଓ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର ଭୋଟ ଦେବେ ।
ବୋଇଙ୍ଗ ଷ୍ଟାରଲାଇନର ମହାକାଶ ଯାନରେ ଗତ ଜୁନ ୫ ତାରିଖରେ ମହାକାଶକୁ ଯାତ୍ରା କରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସାଥୀ ମହାକାଶଚାରୀ ବ୍ୟାରି ୱିଲମୋର । ଦୁଇ ମହାକାଶଚାରୀ ୮ ଦିନ ପାଇଁ ଯାଇଥିବା ବେଳେ ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଫେରି ପାରିନଥିଲେ। ବିନା କ୍ରୁ ମେମ୍ବରରେ ଷ୍ଟାରଲାଇନର ଗତ ସେପ୍ଟେମ୍ବର ୭ ତାରିଖରେ ପୃଥିବୀକୁ ଫେରିଛି ।
ଆସନ୍ତାବର୍ଷ ଫେବ୍ରୁଆରୀରେ ସ୍ପେଶ ଏକ୍ସରେ ଫୃଥିବୀକୁ ଫେରିବେ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି । ପୂର୍ବରୁ ୨୦୨୦ରେ ସ୍ପେଶ ସେଣ୍ଟରରୁ ଆମେରିକୀୟ ମହାକାଶଚାରୀ କେଟ୍ ରୁବିନ୍ସ ଭୋଟ୍ ଦେଇଥିଲେ । ସେହିପରି ଋଷର ଦୁଇ ମହାକାଶଚାରୀ ମଧ୍ୟ ଓଲେଗ ନୋବିସ୍ତିକି ଓ ୟୋତ୍ରୋ ଦୁବେବ ମହାକାଶରେ ଥାଇ ନିର୍ବାଚନ ବେଳେ ଭୋଟ୍ ଦେଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726387117.jpg)