Advertisment

Brahmaputra Water Threat: ବ୍ରହ୍ମପୁତ୍ର ନଦୀ ଜଳ ଯଦି ଚୀନ ନଛାଡେ, ଭାରତର କ'ଣ ହେବ ? ଏମିତି ଜବାବ ଦେଲେ ଆସାମ ମୁଖ୍ୟମନ୍ତ୍ରୀ...

ବ୍ରହ୍ମପୁତ୍ର ନଦୀ ଜଳ ଉପରେ କେତେ ନିର୍ଭରଶୀଳ ଭାରତ ? ଚୀନ ଯଦି ବ୍ରହ୍ମପୁତ୍ର ପ୍ରବାହ ରୋକିଦିଏ ତେବେ କ'ଣ ହେବ? ଏମିତି ଅନେକ ପ୍ରଶ୍ନ ଉଠାଇ ଭାରତକୁ ଧମକାଇଛି ପାକିସ୍ତାନ । ତେବେ ପାକିସ୍ତାନକୁ କଡ଼ା ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

ଅଦ୍ୟତନ ହୋଇଛି
Assam CM's reaction on Brahmaputra

Assam CM's reaction on Brahmaputra

Advertisment

ଯଦି ବ୍ରହ୍ମପୁତ୍ର ନଦୀ ପ୍ରବାହକୁ ଚୀନ ରୋକିଦିଏ, ତାହାଲେ ଭାରତର କ'ଣ ହେବ ? ଏଭଳି ପ୍ରଶ୍ନ ଏବେ ଭାରତକୁ ପଚାରିଛି ପାକିସ୍ତାନ । କାରଣ ଭାରତ ପାକିସ୍ତାନ ସହ ସିନ୍ଧୁ ଚୁକ୍ତି ବାତିଲ କରିଛି । ଯେଉଁଥିପାଇଁ ପାକିସ୍ତାନକୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି । ସେପଟେ ପାକିସ୍ତାନକୁ ଜବାବ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କରିଥିବା ପୋଷ୍ଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 

Advertisment

ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ (X)ରେ ପୋଷ୍ଟ କରି ହିମନ୍ତ ଲେଖିଛନ୍ତି, "ବହ୍ମପୁତ୍ର ପ୍ରବାହରେ ଚୀନର ଯୋଗଦାନ ମାତ୍ର  ୩୦-୩୫ ପ୍ରତିଶତ । ଯାହାକି ମୁଖ୍ୟତଃ ଗ୍ଲାସିୟର ତରଳିଲେ କିମ୍ବା ତିବତରେ ହେଉଥିବା ସୀମିତ ବର୍ଷା କାରଣରୁ ଆସିଥାଏ । ଯେତେବେଳେ କି, ୬୫-୭୦ ପ୍ରତିଶତ ଜଳ ଭାରତ ଭିତରେ ହିଁ ପ୍ରବାହିତ ହୁଏ । ଏହା ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ ଏବଂ ମେଘାଳୟରେ ମୁଶଳ ଧାରାରେ ହେଉଥିବା ବର୍ଷାରୁ ଆସିଥାଏ ।"

ସିଏମ ହିମନ୍ତ ବିଶ୍ୱଶର୍ମା ଏହା ମଧ୍ୟ କହିଛନ୍ତି, "ଚୀନ ବ୍ରହ୍ମପୁତ୍ର ନଦୀ ଜଳ ପ୍ରବାହ ବନ୍ଦ କରିବା ନେଇ ପାକିସ୍ତାନ ମନଗଢା କାହାଣୀ ଶୁଣାଉଛି । ଯେତେବେଳେ କି ଚୀନ ଏନେଇ କିଛି ଘୋଷଣା କରିନାହିଁ । ଏହାବ୍ୟତୀତ କେବଳ ବ୍ରହ୍ମପୁତ୍ର ନଦୀର ଜଳ ଉପରେ ଭାରତ ନିର୍ଭରଶୀଳ ନୁହେଁ । ସୁବନସିରି, ଲୋହିତ, କାମେଙ୍ଗ, ମାନସ, ଧନସିରି, ଜିୟା-ଭରଲୀ ଏବଂ କୋପିଲୀ ଭଳି ପ୍ରମୁଖ ଶାଖା ନଦୀର ବି ଯୋଗଦାନ ରହିଛି । ଖାସି, ଗାରୋ ଏବଂ ପାହାଡିଆ ଅଞ୍ଚଳରୁ କୃଷ୍ଣାଇ, ଦିଗାରୁ ତଥା କୁଲସୀ ଭଳି ନଦୀମାନଙ୍କରୁ ମଧ୍ୟ ଅତିରିକ୍ତ ଜଳ ପ୍ରବାହ ଆସିଥାଏ । ଭାରତ-ଚୀନ ସୀମା(ଟୁଟିଂ)ରେ ନଦୀ ପ୍ରବାହ 2,000-3,000 m³/s ହୁଏ । ଯେତେବେଳେ କି ଆସାମର ଗୌହ୍ୱାଟୀ ଭଳି ଇଲାକାରେ ମୌସୁମୀ ସମୟରେ 15,000-20,000 m³/s ଭଳି ଜଳ ପ୍ରବାହ ହୋଇଥାଏ । ଭାରତର ପାଣିପାଗ, ମୌସୁମୀ ପ୍ରବେଶ ଓ ଭୌଗୋଳିକ ସ୍ଥିତି ଏମିତି ରହିଛି ଯେ ସେପରି କୌଣସି ସମସ୍ୟା ହେବ ନାହିଁ ।"

Advertisment

ଅଧିକ ପଢନ୍ତୁ : ସିନ୍ଧୁ ଚୁକ୍ତି ସ୍ଥଗିତ ପରେ ପାକିସ୍ତାନରେ ଦେଖା ଦେଲାଣି ମରୁଡ଼ି, ପାଣି ଅଭାବରୁ ଶୁଖି ଗଲାଣି ଚାଷ ଜମି

China Brahmaputra River Himanta Biswa Sarma Assam CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ