Advertisment

ଦେଶ ଛାଡ଼ି ପଳାଇଲେ ଅଶରଫ ଘନି, କଲେ ଭାବପ୍ରବଣ ପୋଷ୍ଟ

ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ୨୦ ବର୍ଷ ପରେ ପୁଣି ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା ସୂଚନା ମିଳିଛି । କାବୁଲରୁ ସେ ପଡ଼ୋଶୀ ଦେଶ ତାଜିକିସ୍ତାନକୁ ପଳାଇ ଯାଇଛନ୍ତି ।

ଅଦ୍ୟତନ ହୋଇଛି
ଦେଶ ଛାଡ଼ି ପଳାଇଲେ ଅଶରଫ ଘନି, କଲେ ଭାବପ୍ରବଣ ପୋଷ୍ଟ

ashraf-ghani government collapsed

Advertisment

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ୨୦ ବର୍ଷ ପରେ ପୁଣି ତାଲିବାନ କବ୍‌ଜାରେ ଆଫଗାନିସ୍ତାନ। ରାଜଧାନୀ କାବୁଲ ରାଷ୍ଟ୍ରପତି ଅଶ୍ରଫ ଘନି ଗାଦି ଛାଡ଼ିବା ପରେ ଦେଶ ବି ଛାଡ଼ିଦେଇଥିବା ସୂଚନା ମିଳିଛି । କାବୁଲରୁ ସେ ପଡ଼ୋଶୀ ଦେଶ ତାଜିକିସ୍ତାନକୁ ପଳାଇ ଯାଇଛନ୍ତି । ରକ୍ତପାତକୁ ଏଡାଇବା ପାଇଁ ପଦ ଛାଡିଥିବା ନେଇ ଅଶରଫ ଘନି କହିଥିବା ସୂଚନା ମିଳିଛି ।

Advertisment

ତାଲିବାନ ସେନା ରାଷ୍ଟ୍ରପତି ପ୍ୟାଲେସକୁ ନିଜ କବଜାକୁ ନେଇଛନ୍ତି । ଏହାରି ଭିତରେ କାବୁଲ ବିମାନ ବନ୍ଦରରେ ଗୁଳିମାଡ ହୋଇଥିବା ଆମେରିକା ଦୂତାବାସ ପକ୍ଷରୁ ସୂଚନା ମିଳିଛି  । ଆଫଗାନିସ୍ତାନର ବଗରାମ୍‌ ଏୟାର ବେସ୍‌କୁ  ନିଜ ଅକ୍ତିଆରକୁ ନେବା ସହ ୫ ହଜାର ବନ୍ଦୀଙ୍କୁ ମୁକ୍ତ କରିଛି ତାଲିବାନ ।

Advertisment

ତେବେ ସହରରେ ତାଲିବାନ ସେନା ପଶିବା ପରେ କାବୁଲବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ତାଲିବାନ କ୍ଷମତାକୁ ଆସିବା ପରେ, ସଂଗଠନର ଟପ୍ ନେତା ମୁଲ୍ଲା ଅବଦୁଲ ଘନି ବରାଦର୍ ଆଫଗାନିସ୍ତାନର ନୂଆ ରାଷ୍ଟ୍ରପତି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଲିବାନର ସହ ପ୍ରତିଷ୍ଠାତା ହେଉଛନ୍ତି ମୁଲ୍ଲା ଅବଦୁଲ। ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଓମାରଙ୍କ ସେ ଅତ୍ୟନ୍ତ ବିଶ୍ୱସ୍ତ।  ତାଲିବାନ କାବୁଲ ଦଖଲ କରିସାରିଥିବାରୁ ସେ ନୂଆ ରାଷ୍ଟ୍ରପତି ହେବା ନେଇ ଏକ ପ୍ରକାର ବାଟ ଫିଟିଛି  

ଅନ୍ୟପକ୍ଷେ ତାଜାକିସ୍ତାନରେ ପହଞ୍ଚି ଥିବା ଘନି ସୋସିଆଲ ମିଡ଼ଇାରେ ଏକ ବିବୃତ୍ତି ଜାରି କରି ଲେଖିଛନ୍ତି ଯେ, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛନ୍ତି। ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା କରିବାକୁ ପଡିଥାନ୍ତା।  ନହେଲେ ମୋର ପ୍ରିୟ ଦେଶ ଆଫଗାନିସ୍ତାନ ଛାଡ଼ିବାକୁ ପଡ଼ିଥାନ୍ତା।

Advertisment

ଗତ ୨୦ ବର୍ଷ ଧରି ଯେଉଁ ଦେଶକୁ ସୁରକ୍ଷିତ ରଖିବା ପାଇଁ ନିଜ ଜୀବନକୁ ଉତ୍ସର୍ଗିତ କରିଛି, ସେହି ଦେଶର ଅଗଣିତ ଆଫଗାନବାସୀ ସହିଦ ହୋଇଥାନ୍ତେ ଏବଂ ସେମାନେ କାବୁଲ୍ ସହରର ବିନାଶ ଦେଖିଥାନ୍ତେ। ପରିଣାମ ସ୍ୱରୂପ, ଏହି ସହରରେ ୬୦ ଲକ୍ଷ ଲୋକଙ୍କ ବଡ଼ ମାନବ ବିପଯର୍ୟୟ ହୋଇଥାନ୍ତା। ତେଣୁ ଦେଶ ଛାଡ଼ିବା ଉଚିତ ବୋଲି ମୁଁ ଚିନ୍ତା କରି ଦେଶ ଛାଡ଼ିଛି ବୋଲି ସୋସିଆଲ୍ ମିଡିଆରେ ଘନି ଲେଖିଛନ୍ତି।

ଖଣ୍ଡା ଓ ବନ୍ଧୁକର ରାୟରେ ଜିତିଛି ତାଲିବାନ। ଦେଶବାସୀଙ୍କ ସମ୍ମାନ, ଧନ ଓ ଆତ୍ମସମ୍ମାନର ସୁରକ୍ଷା ପାଇଁ ତାଲିବାନ ହିଁ ଦାୟୀ। ଇତିହାସରେ ଶୁଖିଲା ଶକ୍ତି କାହାକୁ ବୈଧତା ଦେଇନାହିଁ। ମୁଁ ମୋ ଦେଶ ପାଇଁ ସେବା ଜାରି ରଖିବି  ବୋଲି ନିଜ ସୋସିଆଲ୍ ମିଡ଼ିଆ ସାଇଟ୍‌ରେ ଲେଖିଛନ୍ତି ଦେଶଛାଡ଼ି ଥିବା ରାଷ୍ଟ୍ରପତି ଅସରଫ୍ ଘନି।

 ସେପଟେ ଆମେରିକା ନିଜ ଦୂତାବାସ କର୍ମଚାରୀଙ୍କୁ ଏୟାରଲିଫ୍ଟ କରିଛି । ପାଖାପାଖି ୬ ହଜାର ଆମେରିକୀୟ ସୈନ୍ୟଙ୍କ ଉପସ୍ଥିତିରେ ଯୁଦ୍ଧକାଳିନ ଭିତ୍ତିରେ ନିଜ ଦେଶ ନାଗରିକମାନଙ୍କୁ ସୁରକ୍ଷିତ ଭାବେ ପଠାଉଛି ଆମେରିକା।  ଏହାରି ଭିତରେ ଭାରତୀୟ ଦୂତାବାସରେ ଫସିଥିବା ୧୨୯ ଜଣ କର୍ମଚାରୀଙ୍କୁ ଏୟାର ଇଣ୍ଡିଆ ବିମାନରେ କାବୁଲରୁ ନୂଆଦିଲ୍ଲୀ ଅଣାଯାଇଛି । ଭାରତରେ ଗତକାଲି ସୁରକ୍ଷିତ ଭାବେ ପହଁଚିବା ପରେ ଆଫଗାନିସ୍ତାନର ଭୟାବହ ସ୍ଥିତି ବାବଦରେ ବର୍ଣ୍ଣନା କରିଛନ୍ତି ସେଠାରେ ରହୁଥିବା ଭାରତୀୟ ନାଗରିକ । କାବୁଲକୁ ତାଲିବାନ ଦଖଲ କରିନେବା ପରେ ସେଠିକାର ସୁରକ୍ଷା ବିପନ୍ନ ହୋଇପଡିଛି । ତେଣୁ କେତେବେଳେ କଣ ଅଘଟଣ ହେବ, କହି ହେବନି  । ସେଥିପାଇଁ ସେଠାରେ ଥିବା ଭାରତୀୟମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ନିଜ ଦେଶକୁ ଫେରାଇ ଆଣିଛି ଭାରତ  ।

କେବଳ ଭାରତ ନୁହେଁ, ନିଜ ନିଜ ଦେଶକୁ ଫେରିବା ଲାଗି କାବୁଲ ବିମାନବନ୍ଦରରେ ବିଭିନ୍ନ ଦେଶର ଲୋକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି ।

Taliban Taliban Attack Afghanistan Taliban President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ