Argentina President
ପୁଣି ଥରେ ବିବାଦରେ ଆର୍ଜେଣ୍ଟିନା ରାଷ୍ଟ୍ରପତି ଜାଭିୟର ମିଲେଇ। ତେବେ ସେ ଏହା ପୂର୍ବରୁ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ବହୁ ବିବାଦରେ ରହିଆସିଛନ୍ତି। କିନ୍ତୁ ଏଥର ସେ ଏକ ସାର୍ବଜନୀନ ପ୍ଲାଟଫର୍ମରେ କରିଥିବା କାର୍ଯ୍ୟ ପାଇଁ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ବାସ୍ତବରେ, ମିଲେଇ ନିଜ ଗର୍ଲଫ୍ରେଣ୍ଡକୁ ମଞ୍ଚରେ ଚୁମ୍ବନ ଦେଇଥିଲେ, ଯାହା ଦେଖି ସେଠାରେ ଉପସ୍ଥିତ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଏହା ପୂର୍ବରୁ ମଧ୍ୟ ସର୍ବସାଧାରଣ ସ୍ଥାନରେ ଚୁମ୍ବନ ଦେଇଥିଲେ ମିଲେଇ। ଗତ ନଭେମ୍ବରରେ ଯେତେବେଳେ ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଥିଲା ସେ ସମୟରେ ମଧ୍ୟ ଜାଭିୟର ମିଲେଇଙ୍କୁ ସମାନ ଶୈଳୀରେ ଦେଖିବାକୁ ମିଳିଥିଲା।
ଆର୍ଜେଣ୍ଟିନା ରାଷ୍ଟ୍ରପତି ମିଲେଇଙ୍କ ଗାର୍ଲଫ୍ରେଣ୍ଡ ଫାତିମା ଜଣେ ହାସ୍ୟ ଅଭିନେତା ଏବଂ ସେ ବହୁତ ପ୍ରସିଦ୍ଧ। ସେ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ହୋଇ ବର୍ତ୍ତମାନ ରାଷ୍ଟ୍ରପତି ମିଲେଇଙ୍କ ସହ ସମ୍ପର୍କରେ ଅଛନ୍ତି। ଉଭୟଙ୍କ ପ୍ରେମ କାହାଣୀ ଇନଷ୍ଟାଗ୍ରାମରୁ ଆରମ୍ଭ ହୋଇଥିଲା।
ରାଷ୍ଟ୍ରପତି ମିଲେଇ ଶୁକ୍ରବାର ଦିନ ତାଙ୍କ ଗର୍ଲଫ୍ରେଣ୍ଡ ଫାତିମା ଫ୍ଲୋରେଜଙ୍କ ସହ ଏକ ସଙ୍ଗୀତ କନସର୍ଟରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ତାଙ୍କ ଗର୍ଲଫ୍ରେଣ୍ଡକୁ କିସ୍ କରିଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704121365.jpg)