ଆଜି ଆକାଶରେ ଦେଖିବାକୁ ମିଳିବ ପିଙ୍କ ମୁନ । ପିଙ୍କ ମୁନର ଅର୍ଥ ଗୋଲାପୀ ଜହ୍ନ ନୁହେଁ ବରଂ ଏହା କେବଳ ଏକ ନାମକରଣ । ପିଙ୍କ ମୁନ୍ର ସତ୍ୟତା, ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆଣିଛନ୍ତି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟରିୟମ ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ । ପିଙ୍କ ମୁନ୍ ନାମକରଣ ଉତ୍ତର ଆମେରିକାରେ ହୋଇଥିଲା । ଯେଉଁଭଳି ଓଡ଼ିଶାରେ କୁମାର ପୂର୍ଣ୍ଣମୀ, ଚୈତ୍ର ପୂର୍ଣ୍ଣମୀ । ସେଭଳି ଆମେରିକୀୟ ଭାଷାରେ ଆଜିର ଜହ୍ନକୁ ପିଙ୍କ ମୁନ୍ କୁହାଯାଏ । ଏହି ସମୟରେ ଆମେରିକାର ବିଭିନ୍ନ ଉପତ୍ୟକା ଗୋଲାପୀ ରଙ୍ଗର ଫୁଲରେ ଆଚ୍ଛାଦିତ ହୋଇଥାଏ । ଯେଉଁଥିପାଇଁ ଏହି ପୂର୍ଣ୍ଣମୀ ଜହ୍ନକୁ ପିଙ୍କ ମୁନ କୁହାଯାଏ ।
Also Read
ସେହିଭଳି ବେଳେବେଳେ ଆକାଶରେ ସୁପର ମୁନ୍ ମଧ୍ୟ ଦେଖାଯାଏ । ସୁପର୍ ମୁନ୍କୁ ‘ସୁପର୍ ଫ୍ଲାଓ୍ୱାର୍ ମୁନ୍’ ଓ ‘କର୍ଣ୍ଣ ପ୍ଲାଣ୍ଟିଂ ମୁନ୍’ ମଧ୍ୟ କୁହାଯାଉଛି । ଏମିତିକି ମହାକାଶରେ ବେଳେବେଳେ ଦେଖିବାକୁ ମିଳେ ସୁପର୍ ସ୍ନୋ ମୁନ୍ । ଏହାକୁ ମିଡ୍ ଓ୍ୱିଣ୍ଟର ମୁନ୍ ବା ହଙ୍ଗର ମୁନ୍ ବୋଲି ମଧ୍ୟ ଆଖ୍ୟା ଦିଆଯାଇଛି । ଚନ୍ଦ୍ର, ପୃଥିବୀର ଏତେ ନିକଟତର ହୋଇଥାଏ ଯେ, ଏହାର ଆକାର ସମସ୍ତଙ୍କୁ ଚକିତ କରିଥାଏ । ଏହା ଅଧିକ ଉଜ୍ୱଳ ଦେଖାଯାଏ । ତେଣୁ ଏହାକୁ ସୁପର ସ୍ନୋ ମୁନ୍ କୁହାଯାଏ ।
ଏହାସହ ଆକାଶରେ ଷ୍ଟ୍ରବେରୀ ମୁନ୍ ମଧ୍ୟ ଦେଖାଯାଏ । ‘ଷ୍ଟ୍ରବେରି ମୁନ୍’ର ଅର୍ଥ ଏହା ନୁହେଁ ଯେ ଏହା ଷ୍ଟ୍ରବେରି ଭଳି ଦେଖାଯିବ କି ଏହା ରଙ୍ଗ ଗୋଲାପୀ । ପାରମ୍ପରିକ ଭାବେ, ଉତ୍ତର ଆମେରିକା ଏବଂ ୟୁରୋପରେ ଫୁଲ୍ ମୁନ୍ର ନାଁ ସେଠାକାର ସ୍ଥାନୀୟ ସଂସ୍କୃତି ଏବଂ ରୀତିନୀତି ଅନୁସାରେ ଦିଆଯାଇଥାଏ ।
ଆମେରିକାର ପ୍ରାଚୀନ ଜନଜାତିର ଲୋକ ଏହି ପୂର୍ଣିମା ଠାରୁ ଷ୍ଟ୍ରବେରି ଅମଳ କରୁଥିଲେ । ସେବେଠାରୁ ଏହାର ନାଁ ‘ଷ୍ଟ୍ରବେରି ମୁନ୍’ ରଖାଯାଇଛି । ଜୁନ୍ର ଏହି ମୁନ୍ ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ନାଁ ଦିଆଯାଇଛି। ୟୁରୋପରେ ଏହାର ନାଁ ରୋଜ୍ ମୁନ୍ ରଖାଯାଇଛି । କାରଣ ଏହି ସମୟରେ ସେଠାରେ ଗୋଲାପ ଚାଷ ହୋଇଥାଏ । ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଅନୁଭୂତ ହେଉଥିବାରୁ ଏହାର ନାଁ ହଟ୍ ମୁନ୍ ରଖାଯାଇଛି। ଏହା ବସନ୍ତ ଋତୁର ଶେଷ ଫୁଲ୍ ମୁନ୍ ହୋଇଥିବା ବେଳେ ଗ୍ରୀଷ୍ମ ଋତୁର ପ୍ରଥମ ଫୁଲ୍ ମୁନ୍।