• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୌଲାନାଙ୍କ ହୁକୁମକୁ ଖୋଲା ଚ୍ୟାଲେଞ୍ଜ । ଜୀବନ ଦେବୁ ପଛେ ପିନ୍ଧିବୁ ନାହିଁ ହିଜାବ । ଇରାନରେ ତେଜିବାରେ ଲାଗିଛି ହିଜାବ ବିରୋଧୀ ଆନ୍ଦୋଳନ । ଗତ ସେପ୍ଟେମ୍ବର ୧୬ ତାରିଖରେ ୨୨ ବର୍ଷୀୟ ମାସା ଅମିନଙ୍କ ମୃତ୍ୟୁ ପରେ ଚରମରେ ପହଞ୍ଚିଛି ମହିଳାଙ୍କ କ୍ରୋଧ । ଧର୍ମଗୁରୁଙ୍କ ଆଦେଶକୁ ଖୋଲାଖୋଲି ଅବଜ୍ଞା କରିବା ସହ ସେମାନେ ମୁକ୍ତ ଜୀବନ ଜିଇଁବାକୁ ଚାହାନ୍ତି ବୋଲି ରୋକଠୋକ୍ ଶୁଣାଇ ଦେଉଛନ୍ତି, ଆଉ କିଛି ସ୍ଥାନରେ ମହିଳାଙ୍କ କ୍ରୋଧର ଶିକାର ହେଉଛନ୍ତି ଧର୍ମଗୁରୁ ।

ନିକଟରେ ଇରାନର ରାଜରାସ୍ତାରେ କ୍ଷମତାଶାଳୀ ମୌଲାନୀଙ୍କ ସହ ତର୍କ କରିଛନ୍ତି ଜଣେ ମହିଳା । ତାଙ୍କ ସାହାସକୁ ଯେ କେହି ବି ପ୍ରଶଂସା କରିବ ସାବାସି ଦେବ । ରୋକଠୋକ୍ ଶୁଣାଇଛନ୍ତି ମହିଳା, ଦେଶ ଆମର, ସ୍ୱାଧୀନ ଭାବେ ବଞ୍ଚିବା ଲାଗି ଆମର ଅଧିକାର ରହିଛି । ହିଜାବ ପିନ୍ଧିବା ଲାଗି ନିର୍ଦ୍ଦେଶ ଦେବାକୁ ତମେ କିଏ । ସୋସିଆଲ ମିଡିଆରେ ଏମିତି ଘୁରି ବୁଲୁଛି ଇରାନ ମହିଳାଙ୍କ ସାହାସର ଗୋଟିକ ପରେ ଗୋଟିଏ ଭିଡିଓ । ଖୁଲମଖୁଲା ମୌଲାନାଙ୍କୁ ଦେଉଛନ୍ତି । ଚ୍ୟାଲେଞ୍ଜ ହିଜାବ ପିନ୍ଧିବୁ ନାହିଁ, ତମ ଦିନ ସରିଗଲା ଆଉ ଚଳିବନି ହୁକୁମାତି ବେଡିଂବିସ୍ତର ବାନ୍ଧ ଇରାନ୍ ଛାଡ଼ ।

ଖାଲି ତର୍କବିତର୍କ ନୁହେଁ, ଏବେ ମହିଳାଙ୍କ ଡାଇରେକ୍ଟ ଟାର୍ଗେଟକୁ ଆସିଛନ୍ତି ଧର୍ମଗୁରୁ । ପ୍ରତିବାଦକାରୀ, ହିଜାବ ବାଧ୍ୟତାମୂଳକ କରାଯିବା ସପକ୍ଷବାଦୀ ମୌଲାନୀଙ୍କ ପଗଡି ବି ଖୋଲି ଦେଉଥିବାର ଭିଡିଓ ଗଣମାଧ୍ୟମରେ ଭାଇରାଲ ହେଉଛି । ମହିଳାଙ୍କ ଆକ୍ରୋଶ କେଉଁସ୍ତରରେ ପହଞ୍ଚିଛି ତାହା ଏଥିରୁ ସ୍ପଷ୍ଟ । ସେପଟେ ସରକାରୀ ହୁକୁମକୁ ଅମାନ୍ୟ କରି ରାସ୍ତା ଉପରେ ହିଜାବ ଜାଳିଛନ୍ତି ଶହ ଶହ କଲେଜ୍ ପଢୁଆ ଛାତ୍ରୀ । ସେମାନେ ଜାଣିଛନ୍ତି କଠୋରପନ୍ଥୀ ସରକାରଙ୍କ ନିର୍ଦ୍ଦେଶ ଅମାନ୍ୟ କରିବାର ପରିଣାମ, ତଥାପି ନିଜ ହକ୍ ହାସଲ ଲାଗି ଏମାନେ ଜୀବନକୁ ବାଜି ଲଗାଇବାକୁ ପ୍ରସ୍ତୁତ ଥିବା ସ୍ପଷ୍ଟ କରିଦେଇଛନ୍ତି ।

ଇରାନ୍ ହିଜାବ ଆନ୍ଦୋଳନକୁ ବଶ୍ୱବ୍ୟାପୀ ମିଳିବାରେ ଲାଗିଛି ସମର୍ଥନ । ତେବେ ନିଜ ଲଢେଇ ନିଜକୁ ଲଢିବାକୁ ପଡିବ ଏକଥା ବୁଝି ସାରିଛନ୍ତି ଇରାନର ମହିଳା । ଆଉ ଏହାର ନେତୃତ୍ୱ ନେଉଛନ୍ତି ଦେଶର ସେଲିବ୍ରିଟି ଓ ପ୍ରତିଷ୍ଠିତ ମହିଳା ତୀରନ୍ଦାଜ୍ ।

ବଞ୍ଚିବେ ତ ସମ୍ମାନର ସହ ବଞ୍ଚିବେ, ସ୍ୱାଧୀନ ଭାବେ ବଞ୍ଚିବେ । ଇରାନରେ ଚାଲିଥିବା ନାରୀ ଅଧିକାର ଲଢେଇର ଆଗରେ ରହିଛନ୍ତି ଦେଶର ସେଲିବ୍ରିଟି ସେଲ୍ସମ୍ୟାନ୍ ଫିଲ୍ମରେ ଅଭିନୟ କରି ଏଡାଡେମୀ ପୁରସ୍କାର ଜିତିଥିବା ଅଭିନେତ୍ରୀ ତାରେନ୍ ଅଲିଦୁସ୍ତୀ । ହିଜାବ ବାଧ୍ୟତାମୂଳକ ନିୟମକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ହିଜାବ ନପିନ୍ଧି ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ସହ ରାଜରାସ୍ତାରେ ଲଢୁଥିବା ହଜାର ହଜାର ମହିଳାଙ୍କ ସମର୍ଥନରେ ଠିଆ ହୋଇଛନ୍ତି ଅଲିଦୁସ୍ତୀ ।

ସୂଚନାଯୋଘ୍ୟ ସେପ୍ଟେମ୍ବର ୧୬ ୨୦୨୨ ଇରାନର ପୋଲିସ ହେପାଜଜରେ ୨୨ ବର୍ଷିୟା ଛାତ୍ରୀ ମାସା ଅମିନଙ୍କ ମୃତ୍ୟୁ ହୋଇଥିଲା । ନିର୍ଦ୍ଦେଶନାମା ଅନୁସାରେ ହିଜାବ ପିନ୍ଧିନଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠିଥିଲା । ଆଉ ଏହାପରେ କଠୋରପନ୍ଥୀ ଇସଲାମୀୟ ସରକାର ବିରୁଦ୍ଧରେ ତେଜିଛି ମହିଳାଙ୍କ ରୋଷ । ପୋଲିସ ଓ ସେନାର ଦମନମୂଳକ କାର୍ଯ୍ୟାନୁଷ୍ଠାନରେ ୩୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ସହ ୧୫ଶହ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇଛି । ମାତ୍ର ମହିଳାମାନେ ଯେଭଳି ନିର୍ଭିକ ଭାବେ ଏକଜୁଟ୍ ହେଉଛନ୍ତୀ ତାହା ଇରାନରେ ଏକ ଗଣବିପ୍ଳବ ଦାନା ବାନ୍ଧୁଥିବାର ଆଭାସ ଦେଉଛି । ଆଗାମୀ ଦିନରେ ଏହା ୧୯୭୮ରେ ଇସଲାମୀୟ ବିପ୍ଳବ ଦ୍ୱାରା ପ୍ରତିଷ୍ଠା ହୋଇଥିବା କଠୋରପନ୍ଥୀ ସରକାରର ମୂଳଦୁଆକୁ ହଲାଇ ଦେବ ବୋଲି ସ୍ପଷ୍ଟ ସଂକେତ ବି ମିଳିସାରିଛି ।