Advertisment

ମହାକାଶ ବିଜ୍ଞାନରେ ଆଉ ଏକ ମାଇଲଖୁଣ୍ଟ; ପ୍ରଥମ ଥର ପୃଥିବୀ କକ୍ଷରେ ପହଞ୍ଚିଲେ ୪ ସାଧାରଣ ମଣିଷ

ମହାକାଶ ସୀମା ଲଙ୍ଘିବାକୁ ମଣିଷର ଉଦ୍ୟମରେ ଲାଗିଲା ଆଉ ଏକ ଡେଣା। ପେସାରେ ଆଷ୍ଟ୍ରୋନଟ ହୋଇନଥିଲେ ବି ପୃଥିବୀର କକ୍ଷ ପଥରେ ପହଞ୍ଚିଛନ୍ତି ୪ ଜଣ ସାଧାରଣ ଲୋକ। ଏଲୋନ ମସ୍କଙ୍କ ସ୍ପେସ-ଏକ୍ସ କଂପାନୀର ଫାଲକନ୍-୯ ରକେଟରେ ଏମାନେ ମହାକାଶ ଯାତ୍ରା କରିଛନ୍ତି

author-image
Sarbeswar
ଅଦ୍ୟତନ ହୋଇଛି
space science

space science

ନୂଆଦିଲ୍ଲୀ: ମହାକାଶ ସୀମା ଲଙ୍ଘିବାକୁ ମଣିଷର ଉଦ୍ୟମରେ ଲାଗିଲା ଆଉ ଏକ ଡେଣା। ପେସାରେ ଆଷ୍ଟ୍ରୋନଟ ହୋଇନଥିଲେ ବି ପୃଥିବୀର କକ୍ଷ ପଥରେ ପହଞ୍ଚିଛନ୍ତି ୪ ଜଣ ସାଧାରଣ ଲୋକ। ଏଲୋନ ମସ୍କଙ୍କ ସ୍ପେସ-ଏକ୍ସ କଂପାନୀର ଫାଲକନ୍-୯ ରକେଟରେ ଏମାନେ ମହାକାଶ ଯାତ୍ରା କରିଛନ୍ତି। ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ ଷ୍ଟେସନରୁ ମିଶନ ଇନସ୍ପିରେସନ-ଫୋର୍ ଅନ୍ତର୍ଗତ ଏହି ୪ ଜଣଙ୍କୁ ମହାକାଶ ପଠାଯାଇଛି। ୩ ଦିନ ଧରି ପୃଥିବୀ ପରୀକ୍ରମା କରିବା ପରେ ଏମାନେ ଶନିବାର ଭୂପୃଷ୍ଠକୁ ଫେରି ଆସିବେ। ୪ ଜଣିଆ କ୍ରୁରେ ୨ ପୁରୁଷ ଓ ୨ ମହିଳା ମହାକାଶଚାରୀ ଅଛନ୍ତି। ମିଶନର ନେତୃତ୍ୱ ନେଉଛନ୍ତି ହାଇସ୍କୁଲ ଡ୍ରପ୍ଆଉଟରୁ ଶିଳ୍ପପତି ହୋଇଥିବା ଜର୍ଡ ଆଇଜ୍ୟାକମାନ। ସେ ଏଥିଲାଗି ସ୍ପେସ୍-ଏକ୍ସକୁ ୨୦୦ ମିଲିୟନ ବା ୨୦ କୋଟି ଡଲାର ଦେଇଥିବା ଜଣାପଡିଛି।

Advertisment

ତାଙ୍କ ସହିତ ମହାକାଶ ଯାଇଥିବା ସିଆନ ପ୍ରକ୍ଟର ପେସାରେ ଜଣେ ଭୂତତ୍ୱ ବିଜ୍ଞାନୀ ଓ ଶିକ୍ଷାବିତ୍ ମହାକାଶଚାରୀ ହେବା ଲାଗି ୨୦୦୯ରେ ସେ ନାସା ଦ୍ୱାରା ମନୋନୀତ ହୋଇଥିଲେ । ମିଶନର ଅନ୍ୟ ଜଣେ ସଦସ୍ୟ ହେଉଛନ୍ତି କ୍ୟାନସର ସହ ଲଢି ନୂଆ ଜୀବନ ପାଇଥିବା ୨୯ ବର୍ଷିୟା ଆର୍ସେନକ୍ସ ସେଣ୍ଟ ଜ୍ୟୁଡ୍ ହସ୍ପିଟାଲରେ ଫିଜିସିଆନ ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ଆର୍ସେନକ୍ସ ହେଲେ ମହାକାଶ ଯିବା କ୍ଷେତ୍ରରେ ସର୍ବକନିଷ୍ଠା ଆମେରିକୀୟ ନାଗରିକ। ମିଶନର ଚତୁର୍ଥ ସଦସ୍ୟ କ୍ରିସ୍ ସେମ୍ ବ୍ରୋସ୍କି ଜଣେ ଇଂଜିନିୟର ଯିଏ କି ଆମେରିକା ବାୟୁସେନା ଲାଗି କାର୍ଯ୍ୟ କରିସାରିଛନ୍ତି। ସୋସିଆଲ ମିଡିଆରେ ହୋଇଥିବା ବିଭିନ୍ନ ଚୟନ ପ୍ରକ୍ରିୟା ଦ୍ୱାରା ଏମାନଙ୍କୁ ମନୋନୀତ କରାଯାଇଥିଲା।

Advertisment

ଉତ୍‌କ୍ଷେପଣର ୭ ମିନିଟ ପରେ ଫାଲକନ୍-୯ ପ୍ରଥମ ରକେଟର ପୁନଃ ବ୍ୟବହାର ଯୋଗ୍ୟ ପ୍ରଥମ ପର୍ଯ୍ୟାୟ ବୁଷ୍ଟର ପୃଥିବୀ ପୃଷ୍ଠକୁ ଫେରି ଆସିଥିଲା। ତେବେ ଫାଲକନ୍ ରକେଟ୍ ଏହାର ଯାତ୍ରା ଜାରି ରଖିଥିଲା। କିଛି କ୍ଷଣ ପରେ ରକେଟର ଦ୍ୱିତୀୟ ଷ୍ଟେଜ୍ ବି ପୃଥକ ହୋଇଥିଲା। ନାସା ଲାଗି ସ୍ପେସ-ଏକ୍ସ ଯେଉଁ ଲଞ୍ଚପ୍ୟାଡରୁ ୩ଟି ଉତ୍‌କ୍ଷେପଣର କରିଥିଲା। ସେଇ ଲଞ୍ଚ ପ୍ୟାଡରୁ ହିଁ ମିଶନ ଇନସ୍ପିରେସନ-କୁ ମହାକାଶ ପ୍ରେରଣ କରାଯାଇଛି। ମହାକାଶଚାରୀଙ୍କୁ ନେଇଥିବା ଡ୍ରାଗନ-କ୍ୟାପ୍ସୁଲ ୩୫୭ ମାଇଲ ଅର୍ଥାତ୍ ୫୭୫ କିଲୋମିଟର ଉଚ୍ଚତା ଯାଏ ଯାତ୍ରା କରିଛି ଏହି ଅର୍ବିଟ। ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନଠାରୁ ୧୬୦ କିଲୋମିଟର ଉପରେ ରହିଥିବା ବେଳେ ନାସା ଦ୍ୱାରା ପ୍ରେରିତ ହବଲ ଟେଲିସ୍କୋପଠାରୁ ଅଳ୍ପ ଉଚ୍ଚରେ ରହିଛି।

ରିଚାର୍ଡ ବ୍ରାସନଙ୍କ ଭର୍ଜିନ ଗାଲାଟିକ୍ ଓ ଜେଫ୍ ବେଜୋସଙ୍କ ବ୍ଳୁ ଅରିଜିନ ପରେ ମହାକାଶ ପର୍ଯ୍ୟଟନ କ୍ଷେତ୍ରରେ ସ୍ପେସ-ଏକ୍ସ ମହତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ତେବେ ଭୁପୃଷ୍ଠର ଶହେ କିଲୋମିଟର ଉଚ୍ଚତାକୁ ଯାଇଥିବା ଭର୍ଜିନ ଗାଲାଟିକ୍ ଓ ବ୍ଲୁ-ଅରିଜିନ୍ ଫ୍ଲାଇଟକୁ ମହାକାଶ ଯାତ୍ରାର ମାନ୍ୟତା ଦିଆଯିବ ନା ନାହିଁ ତାକୁ ନେଇ ବିତର୍କ ଭିତରେ ଲମ୍ବ ଡିଆଁ ମାରିଛି ସ୍ପେସ୍ ଏକ୍ସ।

India SpaceXLaunch
Advertisment
Advertisment