ୟୁକ୍ରେନରେ ପୁଣି ଜଣେ ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ, କାରଣ..

ମୃତ ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ । ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ହୋଇଥିବା ସୂଚନା ।

deadbody5

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ । ମୃତ ଛାତ୍ରଙ୍କ ନାଁ ଚନ୍ଦନ ଜିନ୍ଦଲ । ତାଙ୍କ ଘର ପଞ୍ଜାବରେ ବୋଲି ସୂଚନା ରହିଛି । ଚନ୍ଦନଙ୍କୁ ପ୍ରଥମେ ବ୍ରେନ୍‌ ଷ୍ଟ୍ରୋକ୍ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ୨୨ ବର୍ଷୀୟ ଚନ୍ଦନ ଜଣେ ଡାକ୍ତରୀ ଛାତ୍ର ବୋଲି ଜଣାପଡ଼ିଛି । ତାଙ୍କ ପିତା ମାତାଙ୍କୁ ଖବର ଦିଆଯାଇଛି । ଚିନ୍ଦନଙ୍କୁ ଭାରତ ଫେରାଇ ଆଣିବାକୁ ଯୋଜନା କରାଯାଉଛି । ୟୁକ୍ରେନ୍‌ରେ ଋଷ ସେନା ତାଣ୍ଡବ କରୁଛି । ଏହାରି ଭିତରେ ଏଭଳି ଅନେକ ଖବର ଏବେ ସାମ୍ନାକୁ ଆସୁଛି । ଗତକାଲି ମଧ୍ୟ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ନାଁ ନବୀନ ଶେଖରପ୍ପା ।

ଗତକାଲି ନବୀନ ଉଦ୍ଧାର ଅପେକ୍ଷାରେ ଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଥିଲେ କର୍ଣ୍ଣାଟକ ବେଙ୍ଗାଲୁରୁ ଅଞ୍ଚଳର । ତାଙ୍କର ବୟସ ୨୧ ବର୍ଷ । ଖାରକିଭରେ ରୁଷ ସେନାର ବୋମାଡ଼ମାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ବୋମାମାଡ଼ରେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ନେଇ ସ୍ପଷ୍ଟ କରିଥିଲା ବୈଦେଶିକ ମନ୍ତ୍ରାଳୟ । ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଏହି ସୂଚନା ଦେଇଥିଲେ । 

ଛାତ୍ର ଜଣକ ଖାଦ୍ୟ ଆଣିବାକୁ ବାହାରକୁ ଯାଇଥିଲେ । ଖାଦ୍ୟ ଅପେକ୍ଷାରେ ଧାଡ଼ିରେ ସେମାନେ ଜଗି ରହିଥିଲେ । ଏହି ସମୟରେ ରୁଷ ସେନା ପକ୍ଷରୁ ବିମାନରୁ ବୋମାମାଡ଼ ହୋଇଥିଲା । ଏଥିରେ ଛାତ୍ର ଜଣଙ୍କ ପ୍ରାଣ ହରାଇଥିଲେ । ରୁଷିଆ ସେନା ଏକ ସରକାରୀ କୋଠାରେ ବିସ୍ଫୋରଣ କରିଥିବା ବେଳେ ଏଥିରେ ଛାତ୍ର ଜଣକର ମୃତ୍ୟୁ ଘଟିଥିଲା । ବୈଦେଶିକ ବିଭାଗ ମୃତ ଛାତ୍ରଙ୍କ ପରିବର ସହ ସମ୍ପର୍କରେ ରହିଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛି ।

ସୂଚନାଯୋଗ୍ୟ, ୟୁକ୍ରେନ୍‌ରେ ଏବେ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫଶି ରହିଛନ୍ତି । କେମିତି ଘରକୁ ଫେରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି । ଛାତ୍ରଛାତ୍ରୀ ତଥା ୟୁକ୍ରେନ୍‌ବାସୀ ଏବେ ଋଷର ମିସାଇଲ ମାଡ଼ ଭୟରେ ବଙ୍କର ଭିତରେ ଲୁଚି ରହିଛନ୍ତି । ଆଉ ସେହି ଭିତରେ ରହିଛନ୍ତି ଅନେକ ଓଡ଼ିଆ ଛାତ୍ରଛାତ୍ରୀ । କଟକ ଚୌଦ୍ୱାରର ଜଣେ ଝିଅ ମଧ୍ୟ ଯାଇଥିଲେ ୟୁକ୍ରେନ୍‌ରେ ଡାକ୍ତରୀ ପାଠ ପଢ଼ିବାକୁ, ଆଉ ଏବେ ସେ କାର୍କୋଭ୍ ନ୍ୟାସନାଲ୍ ୟୁନିଭର୍ସିଟିର ତୃତୀୟ ବର୍ଷର ଛାତ୍ରୀ ।