Advertisment

ଯୁଦ୍ଧ ଟାଳିବାକୁ ପୁଣି ପ୍ରୟାସ, ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା

ଯୁଦ୍ଧ ଟାଳିବାକୁ ପୁଣି ପ୍ରୟାସ । ବେଲାରୁଷ୍-ପୋଲାଣ୍ଡ ସୀମାରେ ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା କରାଯାଇଛି । ତେବେ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୁଇ ଦେଶ ସହମତି ପ୍ରଦାନ କରିଛନ୍ତି । ଲୋକଙ୍କୁ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଛି ।

ଅଦ୍ୟତନ ହୋଇଛି
 Russia-Ukraine

Russia-Ukraine

Advertisment

 ଯୁଦ୍ଧ ଟାଳିବାକୁ ପୁଣି ପ୍ରୟାସ । ବେଲାରୁଷ୍-ପୋଲାଣ୍ଡ ସୀମାରେ ଋଷ-ୟୁକ୍ରେନ୍ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ବେଳେ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଦୁଇ ଦେଶ ରାଜି ହୋଇଛନ୍ତି । ଏଥିପାଇଁ ମାନବୀୟ କରିଡର ନେଇ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଆଲୋଚନା ହୋଇଛି ।

Advertisment

ଯେଉଁ ସ୍ଥାନରେ ସ୍ଥିତି ଖରାପ ରହିଛି ସେ ସବୁ ସ୍ଥାନରେ ଲୋକଙ୍କୁ ଖାଦ୍ୟ ଓ ମେଡିସିନ୍ ପହଞ୍ଚାଇବାକୁ ଆଲୋଚନାରେ ପ୍ରାଥମିକତା ଦିଆଯାଇଛି । ଏହା ସହ ୟୁକ୍ରେନ୍ ରାଷ୍ଟ୍ରପତି କହିଛନ୍ତି ଯେ, ଖୁବଶୀଘ୍ର ରୁଷ ସହ ତୃତୀୟ ପର୍ଯ୍ୟାୟ ଆଲୋଚନା ହେବ । ଦ୍ୱିତୀୟ ପଯର୍ୟାୟ ବୈଠକ ଶେଷ ହୋଇଥିଲେ ମଧ୍ୟ ଏହା ୟୁକ୍ରେନର ଆଶା ଅନୁସାରେ ଫଳପ୍ରଦ ହୋଇନାହିଁ ବୋଲି ୟୁକ୍ରେନ୍ ପକ୍ଷରୁ କୁହାଯାଇଛି ।

  ଯୁଦ୍ଧ ବିରାମ ପାଇଁ ୟୁକ୍ରେନ୍ ପ୍ରସ୍ତାବ ଦେଇଥିଲେ ମଧ୍ୟ ରୁଷ ଏହାକୁ ଭ୍ରକ୍ଷେପ କରିିନାହିଁ।  ଯୁଦ୍ଧବିରତୀ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ପୂର୍ବରୁ ମଧ୍ୟ ରୁଷ-ୟୁକ୍ରେନ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ସରିଛି। କିନ୍ତୁ ଫଳ ଶୂନ ରହିଛି ପ୍ରଥମ ପଯର୍ୟାୟ ବୈଠକ ସାଢ଼େ ତିନି ଘଣ୍ଟା ଧରି ଚାଲିଥିଲେ ମଧ୍ୟ ଏହାର ପରିଣାମ କଣ ହୋଇଛି ତାହା ସାରା ଦୁନିଆ ଦେଖିଲା। 

Advertisment

କିଭ୍ ,ଖାର୍କିଭ୍ ଉପରେ ଅତର୍କିତ ଆକ୍ରମଣ କରିବାକୁ ପଛାଇ ନଥିଲା ରୁଷ । ସେପଟେ ବେଲାରୁଷ ସୀମାରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିଥିବା ବେଳେ ସେପଟେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ, ୟୁକ୍ରେନରେ ଋଷ ତାର ଲକ୍ଷ୍ୟ ନିଶ୍ଚିତ ହାସଲ କରିବ। ଏପଟେ ପୁଟିନଙ୍କ ସହ ମୁହାଁମୁହିଁ ଆଲୋଚନା ହିଁ ଯୁଦ୍ଧ ବନ୍ଦ ଲାଗି ଏକମାତ୍ର ରାସ୍ତା ବୋଲି କହିଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି  ।

Russia Ukraine Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ