Advertisment

ଆମେରିକାକୁ ଧମକ ଦେଲା ତାଲିବାନ୍‌: ଦ୍ୱନ୍ଦରେ ପଡିଲେ ବାଇଡେନ୍ !

ତାଲିବାନ ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନ୍ୟ ପ୍ରତ୍ୟାହାର ନ କଲେ ଅସୁବିଧାର ସମ୍ମୁଖୀନ ହେବ। ବର୍ତ୍ତମାନ ସୁଧା ୬ହଜାର ଆମେରିକ ସୈନ୍ୟଙ୍କ ମଧ୍ୟରୁ ୧ହଜାର ସୈନ୍ୟ କାବୁଲରେ ଉପସ୍ଥିତ ଅଛନ୍ତି। ଏହାକୁ ନେଇ ବେଶ ଚିନ୍ତିତ ବାଇଡେନ୍।

undefined

joe-biden

Advertisment

କାବୁଲ: ଧର୍ମ ସଙ୍କଟରେ ପଡିଲା ଆମେରିକା। ତାଲିବାନର ଧମକରେ ଦ୍ୱନ୍ଦ୍ୱରେ ପଡିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ପୂର୍ବ ପ୍ରତିଶ୍ରୁତି ମୁତାବକ ଆମେରିକା ସେପ୍ଟେମ୍ବର ୧୧ ସୁଦ୍ଧା ସମସ୍ତ ସେନ୍ୟ ପ୍ରତ୍ୟାହାର କରିବ ବୋଲି ଆମେରିକା ପ୍ରଶାସନ ସ୍ପଷ୍ଟ କରିଥିଲା। ଏହା ପରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଏହି ସମୟସୀମା ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ୍ ବାଇଡେନ୍ ଏହି ନିର୍ଦ୍ଧାରିତ ସମୟସୀମାକୁ ଜରୁରୀ ପଡିଲେ ଘୁଞ୍ଚାଯିବ ବୋଲି ମତ ଦେଇଛନ୍ତି। ଏହି ସୂଚନାକୁ ଏଡାଇ ତାଲିବାନ୍ ଆମେରିକା ସୈନ୍ୟକୁ ନିର୍ଦ୍ଦାରିତ ସମୟସୀମା ମଧ୍ୟରେ କାବୁଲ୍ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛି। ତାଲିବାନର ଏହି ଧମକରେ ସଂକଟରେ ପଡିଛି ଆମେରିକା।

Advertisment

ତେବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କାବୁଲରେ ଦୀର୍ଘ ଦିନ ପର୍ଯ୍ୟନ୍ତ ସୈନ୍ୟଙ୍କୁ ରଖିବା ପାଇଁ ସେ ଆମେରିକାକୁ ନିବେଦନ କରିବେ। ଏହି ପ୍ରସଙ୍ଗରେ ବୋରିସ୍ ଜନସନ ଜି -7 ଦେଶର ଏକ ବୈଠକ ଡାକିଛନ୍ତି। ଯେଉଁଥିରେ ସେ ଆମେରିକା ସୈନ୍ୟର କାବୁଲ ପ୍ରତ୍ୟାହାର ନ କରିବା ପ୍ରସ୍ତାବ ଆଲୋଚନା କରିବେ। ଯଦି ସେମାନେ ଜି -7 ଦେଶର ଚାପରେ କାବୁଲରେ ନିଜର ସୈନ୍ୟକୁ ଅଟକାଇ ରଖନ୍ତି, ତେବେ ଆମେରିକାକୁ ତାଲିବାନର ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିପାରେ।

ତାଲିବାନ ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନ୍ୟ ପ୍ରତ୍ୟାହାର ନ କଲେ ଅସୁବିଧାର ସମ୍ମୁଖୀନ ହେବ। ବର୍ତ୍ତମାନ ସୁଧା ୬ହଜାର ଆମେରିକ ସୈନ୍ୟଙ୍କ ମଧ୍ୟରୁ ୧ହଜାର ସୈନ୍ୟ କାବୁଲରେ ଉପସ୍ଥିତ ଅଛନ୍ତି। ଏହାକୁ ନେଇ ବେଶ ଚିନ୍ତିତ ବାଇଡେନ୍।

Advertisment
Afghanistan Taliban Terrorists
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ