Advertisment

ଆମେରିକାରେ ବି ଘୋଷଣା ହେଉ ଦୀପାବଳି ଛୁଟି, କୁଇନ୍ସର ସାଂସଦ ଆଣିଲେ ଦିୱାଲୀ ଡେ' ବିଲ୍

ଆମେରିକାରେ ବିଭିନ୍ନ ସମୁଦାୟର ପ୍ରାୟ ୪୦ ଲକ୍ଷ ଲୋକ ପ୍ରତିବର୍ଷ ଦୀପାବଳି ପାଳନ କରିଥାନ୍ତି।

ଅଦ୍ୟତନ ହୋଇଛି
American Lawmaker Introduces Bill To Declare Diwali As Holiday In united states

American Lawmaker Introduces Bill To Declare Diwali As Holiday In united states

Advertisment

ଆମେରିକାରେ ବି ଘୋଷଣା ହେଉ ଦୀପାବଳି ଛୁଟି। ଆମେରିକାରେ ଦୀପାବଳିକୁ ରାଷ୍ଟ୍ରୀୟ ଛୁଟି ଭାବେ ଘୋଷଣା କରିବାକୁ ଆମେରିକୀୟ କଂଗ୍ରେସରେ ପ୍ରସ୍ତାବ ଆଗତ ହୋଇଛି । ଏହି ପ୍ରସ୍ତାବ ଆଣିଛନ୍ତି ଆମେରିକୀୟ ସାଂସଦ ଗ୍ରେସ୍ ମେଙ୍ଗ୍।

Advertisment

କୁଇନ୍ସର ସାଂସଦ ଗ୍ରେସ୍ ଗତକାଲି ଆମେରିକୀୟ କଂଗ୍ରେସରେ ଦିୱାଲୀ ଡେ ବିଲ୍ ଆଣିବା ସହିତ, କହିଛନ୍ତି ଯେ ଏହି ଦିନକୁ ଦେଶବ୍ୟାପୀ ଛୁଟି ଭାବେ ଘୋଷଣା କରାଗଲେ, ଆମେରିକାର ବହୁ ଲୋକ ନିଜ ପରିବାର ଓ ବନ୍ଧୁମାନଙ୍କ ସହିତ ଧୂମଧାମରେ ଦୀପାବଳି ପାଳନ କରିପାରିବେ।

ଆମେରିକାରେ ବିଭିନ୍ନ ସମୁଦାୟର ପ୍ରାୟ ୪୦ ଲକ୍ଷ ଲୋକ ପ୍ରତିବର୍ଷ ଦୀପାବଳି ପାଳନ କରିଥାନ୍ତି। ତେବେ ଗ୍ରେସ୍ ମେଙ୍ଗ୍ ଆଣିଥିବା ପ୍ରସ୍ତାବ ଆମେରିକା ସଂସଦରେ ପାରିତ ହେଲେ ଏବଂ ସେଥିରେ ରାଷ୍ଟ୍ରପତିଙ୍କ ମୋହର ବାଜିଲେ, ଆମେରିକାରେ ଦୀପାବଳି ଦ୍ବାଦଶ ଫେଡେରାଲ୍ ହଲିଡେ ଭାବେ ପରିଗଣିତ ହେବ।

Advertisment

ସୂଚନାଯୋଗ୍ୟ ଯେ, ସେ ବାରାକ୍ ଓବାମା ହୁଅନ୍ତୁ କି ଡୋନାଲ୍ଡ ଟ୍ରମ୍ପ, ଅବା ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ହ୍ବାଇଟହାଉସରେ ବେଶ୍ କିଛି ବର୍ଷ ଧରି ଦୀପାବଳି ପାଳନ ହୋଇଆସୁଛି।  

United States Diwali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ