Advertisment

ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ଚାଲିବାରୁ ଜରୁରୀ ଅବତରଣ କଲା ବିମାନ !

ଜଣେ ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ଚାଲିବାରୁ ଲସ୍ ଆଞ୍ଜେଲସ୍ ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ଜରୁରୀ ଅବତରଣ କରିଛି। ଆମେରିକା ଏୟାରଲାଇନ୍ସର ଏକ ବିମାନ ଫିନିକ୍ସରେ ଏକ ଜରୁରୀ ଅବତରଣ କରିଥିବା ଜଣାପଡିଛି।

Plane

Plane

Advertisment

ଅନେକ ସମୟରେ ବିମାନ ଜରୁରୀ ଅବତରଣ କରେ। ହେଲେ ଆମେରିକାରେ ଏବ ବିଚିତ୍ର ଘଟଣା ଦେଖିବାକୁ ମିଳିଛି। ଜଣେ ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ଚାଲିବାରୁ ଲସ୍ ଆଞ୍ଜେଲସ୍ ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ଜରୁରୀ ଅବତରଣ କରିଛି। ଆମେରିକା ଏୟାରଲାଇନ୍ସର ଏକ ବିମାନ ଫିନିକ୍ସରେ ଏକ ଜରୁରୀ ଅବତରଣ କରିଥିବା ଜଣାପଡିଛି।

Advertisment

ବିମାନରେ ଯାତ୍ରା କରୁଥିବା ଟିକଟକ୍‌ ନିର୍ମାତା ଏଥାନ ଜୁଡେଲସନଙ୍କ ଅନୁଯାୟୀ, ଉଡାଣକାରୀ ଦଳ ଏହି ଡାଇଭର୍ସନ ବିଷୟରେ ସାମାନ୍ୟ ସୂଚନା ଦେଇଥିଲେ ଯାହାକୁ ନେଇ ଯାତ୍ରୀମାନେ ବିବ୍ରତ ହୋଇଯାଇଥିଲେ। ଜୁଡେଲସନ୍ ଟିକଟକ୍ ଭିଡିଓରେ ନିଜର ଅନଭୂତି ବଖାଣିଥିଲେ। ଭିଡିଓରେ ସେ କହିଥିଲେ ଜଣେ ମହିଳା ହଠାତ୍ ବିମାନର ସମ୍ମୁଖ ଆଡକୁ ଦୌଡିବାକୁ ଲାଗିଲେ। ଏହାଦେଖି ଯାତ୍ରୀ ସେତେଟା ଭୟଭୀତ ହୋଇନଥିଲେ। ଏହାପରେ ସେ ଚିତ୍କାର କରିବାକୁ ଲାଗିଲେ।

ବିମାନରେ ଥିବା ଅନ୍ୟଯାତ୍ରୀ ଭାବିଲେ ହୁଏତ ସେ ଆଗୁଆ ବିମାନରୁ ଅବରତରଣ କରିବାକୁ ଚାହୁଁଛନ୍ତି। ମାତ୍ର ବିମାନ ଅବତରଣ କଲେ ସମସ୍ତେ ବାହାରକୁ ଯିବା ନିଶ୍ଚିତ। ମାତ୍ର ସେ ଏତେ ବିବ୍ରତ ହେବାର କାରଣ କଣ କେହି ବୁଝିପାରିଲେ ନାହିଁ। ତେବେ ବିମାନର ଜରୁରୀ ଅବତରଣ କାହିଁକି ହେଲା କେହି ଜାଣିପାରିଲେ ନାହିଁ। ପରିସ୍ଥିତି ଆହୁରି ଜଟିଳ ହେବାକୁ ଲାଗିଲା ଯେତେବେଳେ ଯାତ୍ରୀଙ୍କୁ ହୋଟେଲ ଭାଉଚର ଦିଆଯିବା ସହ ଆହୁରି ୧୨ ଘଣ୍ଟା ବିଳମ୍ବର ସମ୍ମୁଖୀନ ହେବାକୁ ପଡିବ ବୋଲି କୁହାଗଲା। ସେମାନେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଫିନିକ୍ସରେ ଅଟକି ରହିଛନ୍ତି କି ବୋଲି ଭାବିବାକୁ ଲାଗିଲେ।

Advertisment

ଏନେଇ ଆମେରିକୀୟ ଏୟାରଲାଇନ୍ସ ଏକ ବିବୃତ୍ତିରେ ନିଶ୍ଚିତ କରିଛି ଯେ ମେଡିକାଲ୍‌ ଏମର୍ଜେନ୍ସି ପାଇଁ ବିମାନଟି ଡାଇଭର୍ଟ କରାଯାଇଥିଲା । ତେବେ ଯାତ୍ରୀମାନଙ୍କ କହିବା ଅନୁଯାୟୀ ଜଣଏ ମହିଳାଙ୍କ କେଶରେ ଉକୁଣୀ ଚାଲୁଥିଲା । ଏହାକୁ ଦେଖି ପାଖରେ ବସିଥିବା ସେହି ମହିଳା ଚିତ୍କାର କରିଥିଲେ। ଯେଉଁଥିପାଇଁ ବିମାନର ଜରୁରୀ ଅବତରଣ କରାଯାଇଥିଲା।

Flight Emergency Landing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ