Advertisment

ସାମ୍ନାକୁ ଆସିଲା ବାଇଡେନଙ୍କ ତାଲିବାନ ଅବତାର

ଆଫଗାନିସ୍ତାନ ଆଜି ତାଲିବାନୀଙ୍କ କବ୍‌ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରବା ପରେ ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛନ୍ତି। ତାଲିବାନୀ ଆତଙ୍କରେ ଥରହର ହେଉଛନ୍ତି ଆଫଗାନବାସୀ। ଏଥିପାଇଁ ବାଇଡେନଙ୍କୁ ଦୋଷ ଦେଇ ତାଲିବାନ ବେଶରେ ସଜାଇଲେ ଆମେରିକାବାସୀ।

ଅଦ୍ୟତନ ହୋଇଛି
Biden in Taliban Look

Biden in Taliban Look

Advertisment

ୱାଶିଂଟନ:ଆଫଗାନିସ୍ତାନ ଆଜି ତାଲିବାନୀଙ୍କ କବ୍‌ଜାରେ। ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର କରବା ପରେ ତାଲିବାନୀମାନେ ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେଇଛନ୍ତି। ତାଲିବାନୀ ଆତଙ୍କରେ ଥରହର ହେଉଛନ୍ତି ଆଫଗାନବାସୀ। ଆଫଗାନବାସୀଙ୍କର ଏପରି ଦୁର୍ଦ୍ଦଶା ପାଇଁ ସାରା ବିଶ୍ୱ ଆଜି ଆମେରିକାକୁ ନିନ୍ଦା କରୁଛି। ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ନିଜ ଦେଶରେ ବି ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଏଠି ଲୋକେ ବାଇଡେନଙ୍କ ବିରୋଧରେ ଲୋକେ ନାରାବାଜି ଦେଉଥିବା ଲକ୍ଷ୍ୟ କରାଯାଉଛି। ବାଇଡେନଙ୍କୁ ତାଲିବାନୀ ସହ ତୁଳନା କରିଛନ୍ତି। ତାଲିବାନୀ ବେଶରେ ବାଇଡେନଙ୍କୁ ସଜାଇ ତଳେ ‘ମାର୍କିଂ ଦ ତାଲିବାନ ଗ୍ରେଟ ଏଗେନ୍‌’ ଲେଖିଛନ୍ତି।

Advertisment

ଦ ସନ୍‌ ରିପୋର୍ଟ ଅନୁଯାୟୀ, ପେନ୍‌ସିଲଭାନିଆର ପୂର୍ବ ସିନେଟର ସ୍କାଟ ବେଗନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିରୋଧରେ କ୍ୟାମ୍ପେନ ଆରମ୍ଭ କରି ଦେଇଛନ୍ତି। ତାଙ୍କର କହିବା ଅନୁଯାୟୀ, ବାଇଡେନଙ୍କ ଗୋଟିଏ ନିଷ୍ପତ୍ତି ସାରା ଦୁନିଆ ସାମ୍ନାରେ ଆମେରିକାକୁ ବଦ୍‌ନାମ କରିଦେଲା। ଆଜି ବିଶ୍ୱ ଆମେରିକାକୁ ଉପହାସ କରୁଛି। ଦୁଇମାସ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ବାଇଡେନଙ୍କୁ ତାଲିବାନୀ ଆତଙ୍କୀ ଦର୍ଶାଇ ବିଭିନ୍ନ ସ୍ଥାନରେ ହୋଡିଂ ଲଗାଯାଇଛି।

Advertisment

 ହୋଡିଂରେ ବାଇଡେନଙ୍କୁ ତାଲିବାନୀ ଗେଟ୍‌ଅପରେ ଦେଖିବାକୁ ମିଳିଛି। ତାଙ୍କର ହାତରେ ରକେଟ ଲଞ୍ଚର ରହିଛି। ସ୍କାଟ ବେଗନର ଦର୍ଶାଇବାକୁ ଚାହୁଁଛନ୍ତି ଯେ, ଆଫଗାନିସ୍ତାନରୁ ସେନା ପ୍ରତ୍ୟାହାର କରି ରାଷ୍ଟ୍ରପତି ବାଇଡେନ ତାଲିବାନଙ୍କୁ ସାହାଯ୍ୟ କରିଛନ୍ତି। ଏହି ପୋଷ୍ଟର ତଳେ ତାଲିବାନକୁ ପୁଣି ଥରେ ମହାନ କରିଲେ ବୋଲି ଉଲ୍ଲେଖ ରହିଛି। 

ସୂଚନାଥାଉ କି, ଆମେରିକା ରାଷ୍ଟ୍ରପତି ହଠାତ୍‌ ଆଫଗାନିସ୍ତାନରୁ ନିଜର ସେନା ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଥିଲେ। ବାଇଡେନ କହିଥିଲେ ଯେ, ଆ‍ଫଗାନ ସେନା ତାଲିବାନର ସାମ୍ନା କରିବା ପାଇଁ ସକ୍ଷମ। ତେଣୁ ସେ ସେନା ପ୍ରତ୍ୟାହାର କରିନେଲେ। ହେଲେ ଏହାର କିଛି ଦିନ ପରେ ତାଲିବାନୀମାନେ ପୁରା ଆଫଗାନ୍‌କୁ ନିଜ କବ୍‌ଜାକୁ ନେଇ ବାଇଡେନଙ୍କୁ ମିଛ ପ୍ରମାଣିତ କରିଦେଲେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବି ଆଫଗାନ୍‌ ସ୍ଥିତି ପାଇଁ ବାଇଡେନଙ୍କୁ ଦାୟୀ କରିଛନ୍ତି। ଏଥିସହିତ କାବୁଲ ଏୟାର ପୋର୍ଟରେ ବିସ୍ଫୋରଣରେ ଆମେରିକୀ ସୈନ୍ୟ ପ୍ରାଣ ହାରିବା ଘଟଣାକୁ ନେଇ ମଧ୍ୟ ବାଇଡେନଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ଘଟଣା ବାଇଡେନଙ୍କ ଇମେଜକୁ ଖରାପ କରି ଦେଇଛି।  

Advertisment
US President Joe Biden Taliban Militants
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ