/odishatv-khabar/media/post_attachments/uploadimage/library/16_9/16_9_0/IMAGE_1629025673.jpg)
Afghan President Ashraf Ghani
ନୂଆଦିଲ୍ଲୀ: ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍ ଘନିଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ଆମେରିକା । ଆଫଗାନିସ୍ଥାନରୁ ପଳାୟନ ବେଳେ ଏକ ବ୍ରିଫକେସରେ ଲକ୍ଷଲକ୍ଷ ଡଲାର ନେଇଥିବାର ଅଭିଯୋଗ ଆସିଛି । ଏହି ଅଭିଯୋଗକୁ ଆମେରିକା ବେଶ ଗମ୍ଭୀରତାର ସହ ନେଉଥିବାର ଦେଖାଯାଇଛି । ଆମେରିକା ଏନେଇ କଡା ତଦନ୍ତ କରୁଥିବାର ମଧ୍ୟ ସୂଚନା ମିଳିଛି।
ତାଲିବାନର ଆଫଗାନିସ୍ଥାନ ଅକ୍ତିଆର କରିବା ପୂର୍ବରୁ ହିଁ ପୂର୍ବତନ ରାଷ୍ଟ୍ରପତି ଅଶରଫ୍ ଘନି ଦେଶ ଛାଡି କାଜାକିସ୍ତାନ ପଳାଇଥିଲେ । ବର୍ତ୍ତମାନ ଏନେଇ ତାଙ୍କ ଉପରେ ଏକ ସଙ୍ଗୀନ ଅଭିଯୋଗ କରିଛି ଆମେରିକା । ଦେଶ ଛାଡି ପଳାଇବା ସମୟରେ ଲକ୍ଷଲକ୍ଷ ଡଲାର୍ ନେଇ ପଳାଇଥିବାର ଅଭିଯୋଗ ଆସିଛି। ଏନେଇ ଘନି କହିଛନ୍ତି ଯେ, ସେ ରକ୍ତପାତରୁ ବଞ୍ଚିତ ହେବା ପାଇଁ ଦେଶ ଛାଡି ପଳାଇଥିଲେ , ସେ ତାଙ୍କ ବିରୁଦ୍ଧରେ ଲାଗିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି।
Also Read
ଆମେରିକାର ଲୋକସଭାର ସବ କମିଟିକୁ ଜନ୍ ସୋପ୍କୋ କହିଛନ୍ତି ଯେ ଏପର୍ଯ୍ୟନ୍ତ ଏହି ଅଭିଯୋଗର କୌଣସି ନିଶ୍ଚିତତା ହୋଇନାହିଁ। ଆମେ ଏହି ବିଷୟରେ ଅନୁସନ୍ଧାନ କରୁଛୁ । ବାସ୍ତବରେ ସରକାରଙ୍କ ପକ୍ଷରୁ ଏନେଇ କଡା ତଦନ୍ତ କରିବା ନେ ସୂଚନା ଦିଆଯାଇଛି । ୧୫ ଅଗଷ୍ଟରେ ଯେତେବେଳେ ତାଲିବାନ କାବୁଲକୁ ଅକ୍ତିଆର କରିଥିଲା, ସେତେବେଳେ ଖବର ଆସିଥିଲା ​​ଯେ ଆଫଗାନିସ୍ଥାନର ପୂର୍ବତନ ରାଷ୍ଟ୍ରପତି ଦେଶ ଛାଡି ପଳାଇଛନ୍ତି। ଆହୁରି ମଧ୍ୟ ଖବର ଆସିଥିଲା ​​ଯେ ସେ ଯିବାବେଳେ ସେ ତାଙ୍କ ଅନେକ ମିଲିୟନ୍ ଡଲାର ମଧ୍ୟ ନେଇଯାଇଛନ୍ତି।
ପୂର୍ବତନ ରାଷ୍ଟ୍ରପତି ଘନି ଏବେ ମଧ୍ୟ ତାଙ୍କ ଦେଶର ଲୋକଙ୍କ ଟାର୍ଗେଟରେ ଅଛନ୍ତି । ଲୋକମାନେ ଏବେଯାଏଁ ତାଙ୍କର ଦେଶ ଛାଡିବା ନେଇ ତାଙ୍କୁ ସମାଲୋଚନା କରୁଛନ୍ତି । ୨୦ ବର୍ଷ ଧରି ଆମେରିକା ତରଫରୁ ଆଫଗାନିସ୍ଥାନର ପୁନଃନିର୍ମାଣ ପାଇଁ ଆସୁଥିବା ପଇସାକୁ ନେଇ ଘନି ପଳାଇଥିବାର ଆଶଙ୍କା ନେଇ ଆମେରିକା ତ୍ଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)



/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)