Advertisment

ଚୀନରେ ହୁ ହୁ ବଢୁଛି କରୋନା, ୨ ବର୍ଷର ଭାଙ୍ଗିଲା ରେକର୍ଡ

ଭୂତାଣୁର ଗୁଣ ଲକ୍ଷଣବିହୀନ ହୋଇଥିବାରୁ ଏହାକୁ ଆୟତ୍ତ କରିବା ଏବେ ଚୀନ୍‌ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି।

ଅଦ୍ୟତନ ହୋଇଛି
undefined

Corona Virus in China

Advertisment

ବିଶ୍ୱ ପାଇଁ ପୁଣି ଚିନ୍ତା ବଢାଇଲା କରୋନା ଭାଇରସ୍। ଚୀନ୍‌ରେ ଦିନକୁ ଦିନ କରୋନା ଗ୍ରାଫ୍‌ ଉପରମୁହାଁ ହେବାରେ ଲାଗିଛି। ଚୀନରେ ୩,୩୯୩ ନୂଆ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହା ଗତକାଲି ଠାରୁ ଦୁଇ ଗୁଣ ଅଧିକା। ତେବେ ୨ ବର୍ଷ ମଧ୍ୟରେ ଏହା ରେକର୍ଡଭଙ୍ଗା ସଂକ୍ରମଣ ବୋଲି ଜଣାପଡ଼ିଛି। ଭାରତ ସମେତ ଅନେକ ଦେଶ କୋଭିଡ୍‌ ତୃତୀୟ ଲହର ସାମନା କରିଛି। ତେବେ ଦେଶରେ ବର୍ତ୍ତମାନ କୋଭିଡ୍‌ ସର୍ବନିମ୍ନ ସ୍ତରରେ ଥିବାବେଳେ ଚୀନରେ କୋଭିଡ୍‌ ସଂକ୍ରମଣର ବିସ୍ଫୋରଣ ଚତୁର୍ଥ ଲହରର ସମ୍ଭାବନାକୁ ଅଧିକ ବଢାଇଛି। 

Advertisment

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂଘାଇରେ ଥିବା ସମସ୍ତ ସ୍କୁଲକୁ ବନ୍ଦ କରାଯାଇଛି। ଉତ୍ତର-ପୂର୍ବର ଅନେକ ସହରକୁ ଲକଡାଉନ୍‌ ଘୋଷମା କରାଯାଇଛି। ଜିଲିନ୍‌ ସହରର କେତେକ ସ୍ଥାନକୁ ଆଂଶିକ ଲକଡାଉନ୍ କରାଯାଇଛି। 

ଚୀନର ଯେଉଁ ସ୍ଥାନରୁ କରୋନା ଭାଇରସ୍‌ ପ୍ରଥମେ ଚିହ୍ନଟ ହୋଇଥିଲା, ସେହି ସ୍ଥାନକୁ ଲକ୍‌ଡାଉନ୍‌ କରାଯାଇଥିଲା। ସେଠାରେ ଯେଭଳି ପୁଣି କରୋନା ନବ୍ୟାପେ ସେଥିପାଇଁ ଜିରୋ-କୋଭିଡ୍‌ ପଲିସି ପ୍ରୟୋଗ କରାଯାଇଛି। ଅର୍ଥାତ୍ ସେଠାରେ ଗମନାଗମନ ଉପରେ କଟକଣା ଲଗାଯାଇଛି ଓ ଟେଷ୍ଟିଂ ଉପରେ ଗୁରୁତ୍ୱ ଦିଆଯାଉଛି। 

Advertisment

କିନ୍ତୁ ଭୂତାଣୁର ଗୁଣ ଲକ୍ଷଣବିହୀନ ହୋଇଥିବାରୁ ଏହାକୁ ଆୟତ୍ତ କରିବା ଏବେ ଚୀନ୍‌ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ତେବେ ଦ୍ରୁତ ଗତିରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମେଡିକାଲରେ ଅଧିକ ରୋଗୀ ଆଡମିଶନ ହେଉଛନ୍ତି ଫଳରେ ମେଡିକାଲ ବେଡ୍‌ କ୍ଷମତା କମିବାରେ ଲାଗିଛି। ତେବେ ଦରକାର ପଡିଲେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ହେବ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି। 

ବିଶ୍ୱରେ କରୋନା ମହାମାରୀର ଆସିବ କି ଆଉ ଏକ ଲହର? କାରଣ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚୀନରେ ଯେବେ ଯେବେ କରୋନା ଲହର ଫେରିଛି ବିଶ୍ୱର ଅନ୍ୟ ଦେଶକୁ ବି ଏହା ଧୀରେ ଧୀରେ ମାଡ଼ିଛି। ସୂଚନାଥାଉକି, ୨୦୧୯ରେ କରୋନା ଭାଇରସ୍‌ ପ୍ରଥମେ ଚୀନରେ ଠାବ ହୋଇଥିଲା। ଏହାପରେ ଚୀନ ସରକାର ଲକ୍‌ଡାଉନ୍‌ ଓ ଟେଷ୍ଟିଂ ବଢ଼ାଇ ସଂକ୍ରମଣକୁ ନିୟନ୍ତ୍ରଣ କରିଥିଲେ। 

Advertisment
COVID19 China Corona Virus
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ