Advertisment

କୁମ୍ଭୀରକୁ ବାହା ହେଲେ ମେୟର୍‌; ବିବାହରେ ଯୋଗଦେଲେ ହଜାର ହଜାର ଲୋକ...

କୁମ୍ଭୀରକୁ ବାହା ହେଲେ ମେୟର...ହେଲେ କାହିଁକି ?

ଅଦ୍ୟତନ ହୋଇଛି
Alligator in white wedding dress! This Mexican mayor marries reptile to secure prosperity

Alligator in white wedding dress! This Mexican mayor marries reptile to secure prosperity

Advertisment

ମଣିଷମାନେ ସାଧାରଣତଃ ମଣିଷକୁ ହିଁ ନିଜ ଜୀବନସାଥୀ ଭାବେ ଚୟନ କରିଥାନ୍ତି । ହେଲେ କେବେ ଶୁଣିଛନ୍ତି କି କେହି ଜଣେ ଜୀବଜନ୍ତୁକୁ ବିବାହ କରିବାର ? ଜଣେ ମେୟର ଏକ କୁମ୍ଭୀରକୁ ବିବାହ କରିଛନ୍ତି । ଶୁଣିବାକୁ ହୁଏତ ଟିକିଏ ଅଡ଼ୁଆ ଲାଗିଥାଇପାରେ ହେଲେ କଥାଟି ଏକ୍‌ଦମ୍‌ ସତ । ପାରମ୍ପରିକ ସଂଙ୍ଗୀତ,ନୃତ୍ୟ ପରିବେଶଣ କରାଯାଇ ଖୁବ୍ ଧୁମ୍‌ଧାମ୍‌ରେ ଏହି ବିବାହ ଉତ୍ସବ ଆୟୋଜିତ କରାଯାଇଛି। ବିବାହର କିଛି ଫଟୋ ବି ସୋସିଆଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି । ଏବେ ଆପଣମାନେ ଭାବୁଥିବେ ଜଣେ ମଣିଷ କାହିଁକି ଏକ କୁମ୍ଭୀରକୁ ବାହା ହେଲା...ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା...

Advertisment

ଗତ ଗୁରୁବାର ଦିନ ମେକ୍ସିକୋର ସାନ୍‌ ପେଡ୍ରୋ ହୁଆମେଲୁଲା ନଗରର ମେୟର୍‌ ‘ଭିକ୍ଟର୍‌ ହ୍ୟୁଗୋ ସୋସା’ ଏକ କୁମ୍ଭୀର କନ୍ୟାକୁ ବାହା ହୋଇଛନ୍ତି । ମେୟରଙ୍କ ବିବାହରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ଏବଂ ବିବାହରେ ସୁଚାରୁ ରୂପେ ସମସ୍ତ ରୀତିନୀତି କରାଯାଇଥିଲା । 

କୁମ୍ଭୀର

କାହିଁକି କୁମ୍ଭୀରକୁ ବାହା ହେଲେ ମେୟର ?

ପ୍ରାକ୍‌-ହିସ୍‌ପାନିକ୍‌ ଯୁଗରୁ ମେକ୍ସିକୋ ଓଆକ୍ସାକା ପ୍ରଦେଶର ଚୋଣ୍ଟାଲ୍‌ ଏବଂ ହୁଆଭେ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ କୁମ୍ଭୀର ବିବାହ ପ୍ରଥା ଚଳି ଆସୁଅଛି। ଧନ-ଧାନ୍ୟ କାମନା କରି କୁମ୍ଭୀରକୁ ବାହା ହେବାର ବିଧି ରହିଛି । ପ୍ରଥା ଅନୁଯାୟୀ କୁମ୍ଭୀରକୁ ଧଳା ରଙ୍ଗର ବିବାହ ପୋଷାକ ପିନ୍ଧାଇ କନ୍ୟା ବେଶରେ ସଜାଇ ଦିଆଯାଏ । ଯାହା ପରେ ବର ସହ ବିବାହ କରାଯାଏ । ହେଲେ କୁମ୍ଭୀର ବିବାହ ପ୍ରଥା ‘କ୍ୟାଥୋଲିକ୍‌’ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଏବେ ଆଉ ଦେଖିବାକୁ ମିଳୁନାହିଁ ।

Advertisment

୭ ବର୍ଷୀୟ କୁମ୍ଭୀର-କନ୍ୟାଟି ବସୁମତୀଙ୍କ ଚଳନ୍ତି ପ୍ରତିମା ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। ସେହି ଅନୁଯାୟୀ ସ୍ଥାନୀୟ ନେତାଙ୍କ ସହ ତାଙ୍କର ବିବାହ ହେଲେ ମାନବ ଓ ଈଶ୍ୱରଙ୍କ ମଧ୍ୟରେ ସୁସମ୍ପର୍କ ହୋଇପାରିବ ବୋଲି ସେମାନେ ବିଶ୍ୱାସ କରିଥାନ୍ତି । ତେଣୁ ମେୟର ଏକ କୁମ୍ଭୀରକୁ ବିବାହ କରିଛନ୍ତି ।

Advertisment

କୁମ୍ଭୀର 2

ନିକଟରେ ନିଜକୁ ନିଜେ ବିବାହ କରି ଖୁବ୍ ଚର୍ଚ୍ଚାରେ ଆସିଥିଲେ ଗୁଜୁରାଟର ୨୪ ବର୍ଷିୟ ଯୁବତୀ କ୍ଷମା ବିନ୍ଦୁ ।

Marriage Mexico Viral News Trending News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ