/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654759267.jpg)
Special story
ବିବାହ ସମୟରେ ହଳଦୀ, ମେହେନ୍ଦୀ ରୀତିନୀତି ରସମ୍ ଅନୁଷ୍ଠିତ ହୋଇଛି । ବଦୋଦରାର ଗୋତ୍ରି ସ୍ଥିତ ନିଜ ଘରେ କ୍ଷମା ରୀତିନୀତି ଅନୁଯାୟୀ ବିବାହ କରିଛନ୍ତି । ଏହି ବିବାହରେ ବର କିମ୍ବା ପଣ୍ଡିତ ନଥିଲେ। ତେବେ ନିଜ ବାପାମା’ଙ୍କ ସହମତିରେ ସେ ଏହି ବିବାହ କହିଛନ୍ତି । ବିବାହରେ କ୍ଷମାଙ୍କର କିଛି ବିଶେଷ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ ।
ବିବାଦ ପାଇଁ ବଦଳିଲା ତାରିଖ
ଜୁନ୍ ୧୧ ରେ ନିଜକୁ ନିଜେ ବିବାହ କରିବେ ବୋଲି କ୍ଷମା ଘୋଷଣା କରିଥିଲେ । ଆଉ ସେବେଠାରୁ ତାଙ୍କ ଘରକୁ ଲଗାତାର ବିଭିନ୍ନ ପ୍ରକାର ଲୋକ ଆସୁଥିଲେ। ତାଙ୍କ ପଡ଼ୋଶୀମାନେ ମଧ୍ୟ ଏହାକୁ ବିରୋଧ କରିଥିଲେ । ବିବାଦ ଉପୁଜିବାରୁ ଧାର୍ଯ୍ୟ ତାରିଖର ତିନି ଦିନ ପୂର୍ବରୁ ସେ ବିବାହ କରିଛନ୍ତି । ତେବେ ଏନେଇ କ୍ଷମା କହିଛନ୍ତି, ସେ ଧାର୍ଯ୍ୟ ତାରିଖ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଲେ, କାରଣ ସେ ଭୟ କରୁଥିଲେ ଜୁନ୍ ୧୧ରେ କେହି ତାଙ୍କ ଘରକୁ ଆସି ବିବାଦ ସୃଷ୍ଟି କରିପାରେ । ତେବେ କ୍ଷମା ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ କରିଛନ୍ତି ।
ନିଜକୁ ନିଜେ ବାହା ହେବା ପରେ କଣ କହୁଛନ୍ତି କ୍ଷମା,ଶୁଣନ୍ତୁ... #SologamyInIndia#KshamaBindu#OTVpic.twitter.com/S3tc3ja660
— ଓଟିଭି (@otvkhabar) June 9, 2022
ସୂଚନା ଅନୁସାରେ କ୍ଷମା ବିବାହ କରିବାକୁ ଚାହୁଁନଥିଲେ ସୁଦ୍ଧା କନ୍ୟା ରୂପରେ ସଜେଇ ହେବାକୁ ଚାହୁଁଥିଲେ । ହେଲେ ବିବାହ ନକରି କନ୍ୟା ହେବା ସମ୍ଭବ ନଥିଲା । ତେଣୁ ସେ ନିଜେ ବିବାହ କରିବାକୁ ସ୍ଥିର କରିଥିଲେ । ଏହି ନିଷ୍ପତ୍ତି ନେବା ପୂର୍ବରୁ ଭାରତର କୌଣସି ମହିଳା ନିଜକୁ ବିବାହ କରିଛନ୍ତି କି ନାହିଁ, ସେ ସଂପର୍କରେ ଅନଲାଇନରେ ଅନୁସନ୍ଧାନ କରିଥିଲେ କ୍ଷମା । ହେଲେ ତାଙ୍କୁ କୌଣସି ସନ୍ତୋଷଜନକ ଫଳାଫଳ ମିଳିନଥିଲା । କ୍ଷମାଙ୍କ ଅନୁସାରେ, ଲୋକମାନେ ଯାହାକୁ ଭଲ ପାଆନ୍ତି ତାଙ୍କୁ ବିବାହ କରନ୍ତି । ମୁଁ ନିଜକୁ ଭଲ ପାଏ ଏବଂ ସେଥିପାଇଁ ମୁଁ ନିଜକୁ ବିବାହ କରୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)