Delegation meets Quwaiti leadership
ବିଶ୍ୱରେ ଖୋଲୁଛି ପାକିସ୍ତାନର ଆତଙ୍କୀ ଚେହେରା । ବିଭିନ୍ନ ରାଷ୍ଟ୍ରକୁ ଗସ୍ତ କରି ଆତଙ୍କୀସ୍ତାନ ପାକିସ୍ତାନର ଅସଲ ଚେହେରା ବାବଦରେ ଅବଗତ କରୁଛି ଭାରତ । ଏହି କ୍ରମରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ବିଶ୍ୱର ବନ୍ଧୁରାଷ୍ଟ୍ର ଅଭିମୁଖେ ଯାଇଥିବା ସର୍ବଦଳୀୟ ଟିମ୍ କୁଏତ ସରକାରଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ପରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ କହିଛନ୍ତି, "ଆତଙ୍କବାଦ ବିରୋଧରେ ଦୃଢ ଭାବରେ ଛିଡ଼ା ହୋଇଛନ୍ତି ଭାରତ ଓ କୁଏତ । କୁଏତରେ ସଫଳତାର ସହ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱ ପାଇଁ କୁଏତ ସହ ସମ୍ପର୍କ ମଜବୁତ ହୋଇଛି । ସେମାନେ ମଧ୍ୟ ଆତଙ୍କବାଦକୁ ଘୋର ବିରୋଧ କରୁଛନ୍ତି । ପହଲଗାମ ଆଟାକ୍ ପରେ ଆମେ ଆଭିମୁଖ୍ୟ ବଦଳାଇଛୁ । ଆମେ ଶତ୍ରୁତା ଚାହୁଁନାହୁଁ କିନ୍ତୁ ଯେତେବେଳେ ପାକିସ୍ତାନ ଭାରତକୁ କ୍ଷତି ପହଞ୍ଚାଇବ ସେତେବେଳେ ଆମେ ଚୁପ୍ ବସିବୁ ନାହିଁ । ଆମେ ପ୍ରତିଶୋଧ ନେବୁ, ସେମାନଙ୍କ ପରମାଣୁ ବ୍ଲାକମେଲ୍ ଆଉ କାମ ଦେବ ନାହିଁ । ପାକିସ୍ତାନରେ ଆତଙ୍କବାଦୀ ସଂଗଠନଗୁଡ଼ିକ ଖୋଲାଖୋଲି ଯୋଜନା କରୁଛନ୍ତି । ଏସବୁ ସଂଗଠନ ବ୍ୟାନ ହେବା ଦରକାର ।"
ଏହି ଅବସରରେ ସେ କୁଏତର ଉପପ୍ରଧାନମନ୍ତ୍ରୀ ଓ କ୍ୟାବିନେଟ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ସର୍ବଦଳୀୟ ଟିମ୍ । ଅପରେସନ ସିନ୍ଦୂର ଓ ଭାରତ ବିପକ୍ଷରେ ପାକିସ୍ତାନ ଚଳାଇଥିବା ଆତଙ୍କବାଦ ନେଇ କୁଏତକୁ ଅବଗତ କରାଯାଇଥିଲା । ଏହାସହ ଆତଙ୍କୀ ବିରୋଧରେ ଭାରତର ଶୂନ୍ୟ ସହନଶୀଳ ନୀତି ନେଇ ମଧ୍ୟ କୁଏତକୁ ଅବଗତ କରିଛନ୍ତି ବୈଜୟନ୍ତଙ୍କ ଅଧ୍ୟକ୍ଷତାରେ ଯାଇଥିବା ସର୍ବଦଳୀୟ ଟିମ୍ ।
ଏହି ଟିମ ପ୍ରଥମେ ବାହାରିନ ଯାଇ ସମାନ ପ୍ରସଙ୍ଗରେ ସ୍ଥାନୀୟ ସରକାରଙ୍କୁ ଅବଗତ କରିଥିଲେ । ବାହାରିନ ସରକାରଙ୍କ ସହ ସଫଳ ଆଲୋଚନା ପରେ ଟିମ୍ କୁଏତ ସରକାରଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । କୁଏତରେ ପହଞ୍ଚିବା ପରେ କୁଏତରେ ଥିବା ଭାରତୀୟ ଦୂତାବାସରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବୈଜୟନ୍ତଙ୍କ ଟିମ୍ ।
ସୂଚନାଯୋଗ୍ୟ, ସାରା ବିଶ୍ୱକୁ ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ଆଭିମୁଖ୍ୟ ଜଣାଇବା ଓ ‘ଅପରେସନ ସିନ୍ଦୂର’ର ସଫଳତା ବଖାଣିବା ସହିତ ପାକିସ୍ତାନର ଅପପ୍ରଚାରକୁ ରୋକିବା ଉଦ୍ଦେଶ୍ୟରେ ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଦେଶ ଗସ୍ତରେ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1748318095.jpg)