Advertisment

କାବୁଲ ଏୟାରପୋର୍ଟରେ ରକେଟ୍‌ ମାଡ଼କୁ ବି‍ଫଳ କଲା ଆମେରିକାର ଆଣ୍ଟି ମିସାଇଲ ସିଷ୍ଟମ

ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ କାବୁଲ  । ଆମେରିକୀ ସେନା କାବୁଲ ଏୟାରପୋର୍ଟ ଛାଡ଼ିବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ପୁଣି ଥରେ ଏହି ଏୟାରପୋର୍ଟକୁ ଟାର୍ଗେଟ କରି ରକେଟ ମାଡ଼ କରାଯାଇଛି।

ଅଦ୍ୟତନ ହୋଇଛି
air strike in kabul airport

air strike in kabul airport

Advertisment

କାବୁଲ୍‌:ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ ଅସୁରକ୍ଷିତ ହୋଇ ପଡ଼ିଛି ଆଫଗାନିସ୍ତାନ। ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ କାବୁଲ  । ଆମେରିକୀ ସେନା କାବୁଲ ଏୟାରପୋର୍ଟ ଛାଡ଼ିବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ପୁଣି ଥରେ ଏହି ଏୟାରପୋର୍ଟକୁ ଟାର୍ଗେଟ କରି ରକେଟ ମାଡ଼ କରାଯାଇଛି। ଆମେରିକାର ସୈନ୍ୟ ଓ ନାଗରିକଙ୍କୁ ଟାର୍ଗେଟ କରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି  । କିନ୍ତୁ ରକେଟକୁ ଧ୍ୱଂସ କରି ଦେଇଛି ଆମେରିକାର ଆଣ୍ଟି ମିସାଇଲ ସିଷ୍ଟମ।

Advertisment

 ହ୍ୱାଇଟ୍ ହାଉସ ପକ୍ଷରୁ ଏ ନେଇ ସୂଚନା ଦେଇ କୁହାଯାଇଛି ଯେ, ହମିଦ କାର୍ଜାଇ ଏୟାରପୋର୍ଟ ଉପରେ ରକେଟ ମାଡ଼ କରାଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସ୍ପଷ୍ଟ କରିଛି ଆମେରିକା।  ସୈନିକମାନଙ୍କ ସୁରକ୍ଷା ପାଇଁ ଯାହା କରିବା କଥା ସବୁ କରାଯିବ ବୋଲି ସ୍ପଷ୍ଟ କରିଛି  ହ୍ୱାଇଟ୍ ହାଉସ ।

ସୂଚନାଥାଉ କି ଆଜି ସକାଳ ପ୍ରାୟ ୬.୪୦ ସମୟରେ କାବୁଲ ବିମାନବନ୍ଦର ନିକଟରେ ରକେଟ ଆକ୍ରମଣ ହୋଇଥିଲା । ସମାଚାର ଏଜେନ୍ସି ଏଏଫପି ଅନୁସାରେ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ଆକ୍ଟିଭେଟ୍ ହେବାର ଶବ୍ଦ ଶୁଣିଛନ୍ତି କାବୁଲ ବିମାନବନ୍ଦର ନିକଟରେ ରହୁଥିବା ଲୋକେ। ରକେଟ ମାଡ଼ ପରେ ବିମାନବନ୍ଦର ନିକଟରେ ଧୂଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଅନେକ ସ୍ଥାନରେ ନିଆଁ ଲାଗିବା ସହ କିଛି ଗାଡ଼ି କ୍ଷତିଗ୍ରସ୍ତ ମଧ୍ୟ ହୋଇଛି । ତେବେ କିଏ ଏୟାରଷ୍ଟ୍ରାଇକ୍ କରିଛି ସେ ବିଷୟରେ ସବିଶେଷ ସୂଚନା ମିଳିପାରି ନ ଥିଲା।।

Advertisment

ଏଠି କହି ରଖିବୁ, ଆମେରିକାର ସୈନ୍ୟ ଅପସାରଣ ପରେ ପୁରା ଆଫଗାନିସ୍ତାନର ସୁରକ୍ଷା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ବିଶେଷ  କରି ତାଲିବାନର ପ୍ରତିଦ୍ୱନ୍ଦ୍ୱୀ ଆଇଏସ୍ ଏବେ ରକ୍ତମୁଖା ହୋଇଛି  । ସରକାରୀ ଭାବେ ଆସନ୍ତାକାଲି ହେଉଛି ଆମେରିକାର ସୈନ୍ୟ ପ୍ରତ୍ୟାହାରର ଡେଡ୍‌ଲାଇନ। ଏହାପରେ ଏଠିକାର ସ୍ଥିତି କ’ଣ ହେବ ସେ ନେଇ ଭୟଭୀତ ହୋଇପଡିଲେଣି ଆଫଗାନବାସୀ। 

Advertisment

ସେପଟେ ଆଫଗାନିସ୍ତାନ ଛାଡ଼ିବା ପାଇଁ ଚାହିଁବସିଛନ୍ତି ଆହୁରି ହଜାର ହଜାର ଲୋକ।  ତାଲିବାନ ବାହିନୀ ବିମାନବନ୍ଦରର କିଛି ଅଂଶ ଦଖଲ କରିଛି ବୋଲି ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଏବଂ ଆମେରିକାର ସୈନ୍ୟବାହିନୀ ଚାଲିଯିବା ପରେ ଶାନ୍ତିପୂର୍ଣ୍ଣ ଭାବରେ ନାଗରିକଙ୍କୁ ନିୟନ୍ତ୍ରଣ କରାଯିବ ବୋଲି ସେ କହିଛନ୍ତି । ଆତ୍ମଘାତୀ ଆକ୍ରମଣ ପରେ ବହୁ ସଂଖ୍ୟାରେ ଲୋକ ଯେପରି ଏକାଠି ନହେବେ ସେଥିପାଇଁ ତାଲିବାନ ଶନିବାର କାବୁଲ ବିମାନବନ୍ଦର ଚାରିପାଖରେ ଅତିରିକ୍ତ ବାହିନୀ ମୁତୟନ କରିଥିଲା । 

Afghanistan Taliban Terrorists Kabul Airport Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ