Advertisment

AI Detects Helmet: ବର୍ଷେ ହେଲା ଜଙ୍ଗଲରେ ନିଖୋଜ ଥିଲେ ପର୍ବତାରୋହୀ, ଫଟୋରୁ ହେଲମେଟ ଦେଖି ଚିହ୍ନିଦେଲା AI

ସେମାନେ ଦୁଇଟି ଡ୍ରୋନ ବ୍ୟବହାର କରି ଜୁଲାଇ ୨୯ ତାରିଖରେ ପାଞ୍ଚ ଘଣ୍ଟା ମଧ୍ୟରେ ବିଶାଳ ପାର୍ବତ୍ୟ ଅଞ୍ଚଳର ଫଟୋ ଉଠାଇଥିଲେ । ପରେ ଫଟୋଗୁଡ଼ିକୁ ଏଆଇ ସିଷ୍ଟମରେ ଦିଆଯାଇଥିଲା । ଏହା ତୁରନ୍ତ ଯାଞ୍ଚ କରି କିଛି ସନ୍ଦେହଜନକ ସ୍ଥାନ ଚିହ୍ନିତ କରିଥିଲା।

ଅଦ୍ୟତନ ହୋଇଛି
AI

AI

Advertisment

ଜଣେ ପର୍ବତାରୋହୀ ପ୍ରାୟ ଏକ ବର୍ଷ ଧରି ନିଖୋଜ ଥିଲେ । ଏଆଇ ଜଙ୍ଗଲ ଫଟୋ ଦେଖି ତାଙ୍କ ହେଲମେଟ ଚିହ୍ନିବା ପରେ ମିଳିଲା ମରଶରୀର । ଡ୍ରୋନ ଫଟୋଗୁଡ଼ିକୁ ଏକ ଏଆଇ ସିଷ୍ଟମରେ ଦିଆଯାଇଥିଲା । AI ତୁରନ୍ତ ଯାଞ୍ଚ କରିବା ପାଇଁ କିଛି ସନ୍ଦେହଜନକ ସ୍ଥାନ ଚିହ୍ନିତ କରିଥିଲା। ଏହା ଥିଲା ଏକ କଷ୍ଟକର ଅଭିଯାନ । କିନ୍ତୁ AI ଏହାକୁ ସହଜ କରିଦେଲା ।

Advertisment

କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର କରାଯାଇ ଇଟାଲୀର ପିଏଡ଼ମଣ୍ଟ ଅଞ୍ଚଳରେ ପ୍ରାୟ ଏକ ବର୍ଷ ପୂର୍ବେ ନିଖୋଜ ହୋଇଥିବା ଜଣେ ପର୍ବତାରୋହୀଙ୍କ ଶବ ଉଦ୍ଧାର କରାଯାଇଛି । ପାରମ୍ପରିକ ଉଦ୍ଧାର ପଦ୍ଧତି କାମ ନକରିବା ପରେ ନ୍ୟାସନାଲ ଆଲପାଇନ ଆଣ୍ଡ ସ୍ପେଲିଓଲଜିକାଲ ରେସକ୍ୟୁ କର୍ପସ (CNSAS) ଜଣେ ୬୪ ବର୍ଷୀୟ ଲିଗୁରିଆନ ଡାକ୍ତର ନିକୋଲା ଇଭାଲଡୋଙ୍କ ଶବ ଖୋଜିବା ପାଇଁ ଏଆଇ ଉପରେ ନିର୍ଭର କରିଥିଲା। ଡ୍ରୋନ ପାଇଲଟ ସାଭେରିଓ ଇସୋଲା ତାଙ୍କ ସହକର୍ମୀ ଭିଆନାଙ୍କ ସହ ଏହି ଅଭିଯାନ ପରିଚାଳନା କରିଥିଲେ। ସେମାନେ ଦୁଇଟି ଡ୍ରୋନ ବ୍ୟବହାର କରି ଜୁଲାଇ ୨୯ ତାରିଖରେ ପାଞ୍ଚ ଘଣ୍ଟା ମଧ୍ୟରେ ବିଶାଳ ପାର୍ବତ୍ୟ ଅଞ୍ଚଳର ଫଟୋ ଉଠାଇଥିଲେ । ପରେ ଫଟୋଗୁଡ଼ିକୁ ଏଆଇ ସିଷ୍ଟମରେ ଦିଆଯାଇଥିଲା । ଏହା ତୁରନ୍ତ ଯାଞ୍ଚ କରି କିଛି ସନ୍ଦେହଜନକ ସ୍ଥାନ ଚିହ୍ନିତ କରିଥିଲା।
ଇସୋଲା କହିଛନ୍ତି, ମଙ୍ଗଳବାର ନିଆଯାଇଥିବା ଚିତ୍ରଗୁଡ଼ିକରେ ଏଆଇ ସଫ୍ଟଓ୍ଵେୟାର କିଛି ଭିନ୍ନ ରଙ୍ଗର ପିକ୍ସେଲ ଚିହ୍ନିତ କରିଥିଲା। ବର୍ଷା ଓ କୁହୁଡ଼ି ଯୋଗୁଁ ଅଭିଯାନରେ ବିଳମ୍ବ ହୋଇଥିଲେ ମଧ୍ୟ ଏଆଇ ସେହି ବ୍ୟକ୍ତିଙ୍କ ହେଲମେଟକୁ ଚିହ୍ନିତ କରିଥିଲା । ଯାହା ବିଶାଳ ଆଲପାଇନ ଜଙ୍ଗଲରେ ଏକ କ୍ଷୁଦ୍ର ରଙ୍ଗର ବିନ୍ଦୁ ବା ଡଟ୍ ଥିଲା।
ଇସୋଲା କହିଛନ୍ତି, "ଆମେ ସକାଳ ୪ଟାରେ ଉଠି ଏକ ଦୂରବର୍ତ୍ତୀ ସ୍ଥାନରେ ପହଞ୍ଚିଥିଲୁ, ଯେଉଁଠାରେ ଲାଲ ପିକ୍ସେଲ ଚିହ୍ନିତ ହୋଇଥିବା ଚ୍ୟାନେଲରେ ଭଲ ଦୃଶ୍ୟମାନ ଥିଲା। ଆମେ ଡ୍ରୋନ ବ୍ୟବହାର କରି ଦେଖିଥିଲୁ ଯେ ତାହା ପ୍ରକୃତରେ ହେଲମେଟ କି ନାହିଁ। ତା’ପରେ ଆମେ ସମସ୍ତ ଆବଶ୍ୟକ ଫଟୋ ଏବଂ ମାପ ନେଇଥିଲୁ ଏବଂ ସେହି ସୂଚନାକୁ ଉଦ୍ଧାର ସମନ୍ୱୟ କେନ୍ଦ୍ରକୁ ପଠାଇଥିଲୁ । ପରେ ଅଗ୍ନିଶମ ବାହିନୀର ହେଲିକପ୍ଟରକୁ ଶବ ଉଦ୍ଧାର ଏବଂ ପୋଲିସ କାର୍ଯ୍ୟ ପାଇଁ ପଠାଯାଇଥିଲା। ଜୁଲାଇ ୩୧ ସକାଳେ ଇଭାଲଡୋଙ୍କ ଶବ ମିଳିଥିଲା।

ଡ୍ରୋନ ବ୍ୟବହାରରୁ ଆରମ୍ଭ କରି ବିଶ୍ଲେଷଣ ଏବଂ ଖରାପ ପାଗ ଯୋଗୁଁ ବିଳମ୍ବ ହେବା ପରେ ମଧ୍ୟ ଇସୋଲାଙ୍କ ଟିମ୍ ୭୨ ଘଣ୍ଟାରୁ କମ ସମୟରେ ଏହି ଅଭିଯାନ ସମ୍ପୂର୍ଣ୍ଣ କରିଥିଲେ । ଯଦି ଚିତ୍ରଗୁଡ଼ିକୁ ମଣିଷ ଦ୍ୱାରା ବିଶ୍ଲେଷଣ କରାଯାଇଥାନ୍ତା, ତେବେ ଏହା ସପ୍ତାହେ କିମ୍ବା ମାସେ ନେଇଥାନ୍ତା। ଇସୋଲା କହିଛନ୍ତି, ଏହା ଏକ ମାନବୀୟ ସଫଳତା, କିନ୍ତୁ ପ୍ରଯୁକ୍ତି ବିନା ଏହା ଏକ ଅସମ୍ଭବ ମିଶନ ହୋଇଥାନ୍ତା। ଏହା ଏକ ଦଳୀୟ ସଫଳତା।

Advertisment

ଅଧିକ ପଢ଼ନ୍ତୁ: ତୃଣମୂଳ କଂଗ୍ରେସରେ ବିବାଦ, ମହୁଆ ମୈତ୍ରଙ୍କୁ କଡ଼ା ଜବାବ ଦେଲେ କଲ୍ୟାଣ ବାନାର୍ଜୀ

Photos Artificial Intelligence Drone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ