Advertisment

ତୁର୍କୀରେ ସ୍ଥିତି ହାହାକାର: ପେଟ ପାଇଁ ଦାନା ନାହିଁ, ମୁଣ୍ଡ ଉପରେ ଛାତ ନାହିଁ

ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସ

ଅଦ୍ୟତନ ହୋଇଛି
After Turkey's quake people are homeless

After Turkey's quake people are homeless

Advertisment

ଧ୍ବସ୍ତ ବିଧ୍ବସ୍ତ ତୁର୍କୀରେ ଏବେ ସଂଘର୍ଷପୂର୍ଣ୍ଣ ଜୀବନ ଜୀଉଁଛନ୍ତି ଭୂକଂପ ପୀଡ଼ିତ। ନା ରହିବାକୁ ଛାତ ଅଛି, ନା ମିଳୁଛି ଖାଦ୍ୟ ପାନୀୟ। ପ୍ରବଳ ଶୀତରେ ଥରହର ଲୋକେ। ଖୋଲା ଆକାଶ ତଳେ ବିପନ୍ନ ମାନେ ଦିନ କାଟୁଥିବା ବେଳେ ଜୀବନ ଏକ ପ୍ରକାର ଦୁର୍ବିସହ ହୋଇପଡ଼ିଛି। ଅନେକ ଅଟ୍ଟାଳିକା ଧୁଳିସାତ୍ ହୋଇସାରିଥିବା ବେଳେ ଏବେ ବି ଜାରି ରହିଛି ପୁନଃରୁଦ୍ଧାର କାମ।

Advertisment

ଭୂକଂପରେ ସପ୍ତାହେ ପରେ ବି ଚାଲିଛି ରେସ୍କ୍ୟୁ ଅପରେସନ। ଉଦ୍ଧାରକାରୀ ଟିମ୍ ଯେତେ ଭଗ୍ନାବଶେଷ ଆଡଉଛନ୍ତି ସେତେ ମୃତଦେହ ମିଳିବାରେ
ଲାଗିଛି। ତୁର୍କୀ ଓ ସିରିୟାରେ ମୋଟ ମୃତ୍ୟୁ ସଂଖ୍ୟା ୨୯ ହଜାର ଟପିଲାଣି। ଏବେ ବି ଧ୍ବଂଶାବଶେଷ ତଳେ ଆହୁରି ହଜାର ହଜାର ଲୋକେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି।

କେବଳ ତୁର୍କୀରେ ୨୪ ହଜାର ୬୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ସିରିୟାରେ ମୃତ୍ୟୁ ସଂଖ୍ୟା ୪ ହଜାର ୫ ଶହ ଟିପିଛି। ମୃତ୍ୟୁ ସଂଖ୍ୟା ୫୦ ହଜାର ଛୁଇଁପାରେ ବୋଲି ମିଳିତ ଜାତିସଂଘ ଆକଳନ କରିଛି। ବିଶ୍ବର ବିଭିନ୍ନ ଦେଶର ବଛା ବଛା ରେସ୍କ୍ୟୁ ଟିମ୍ ଦିନ ରାତି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ସେପଟେ ତୁର୍କୀ ଓ ସିରିଆରେ ଥଇଥାନ ଓ ପୁନରୁଦ୍ଧାର ପାଇଁ ସହାୟତାର ହାତ ବଢାଇଛନ୍ତି ବିଶ୍ବ ବ୍ୟାଙ୍କ୍ ଓ ଆମେରିକା ସମେତ ଅନ୍ୟ ଦେଶ।

Advertisment

ଅପରେସନ୍ ଦୋସ୍ତ ଜରିଆରେ ଭାରତ ମଧ୍ୟ ସହାୟତା ଜାରି ରଖିଛି। ତୁର୍କୀରେ ଅପରେସନ ଦୋସ୍ତର ସପ୍ତମ ଫ୍ଲାଇଟ୍ ପହଞ୍ଚିଛି। ୨୩ ଟନର ରିଲିଫ୍ ସାମଗ୍ରୀ ନେଇ ତୁର୍କୀରେ ପହଞ୍ଚିଛି ଭାରତର ଅପରେସନ ଦୋସ୍ତର ସପ୍ତମ ବିମାନ। ଜେନ୍ ସେଟ୍, ସୋଲାର ଲ୍ୟାମ୍ପ ସହ ଜରୁରୀ ମେଡିକାଲ ସାମଗ୍ରୀ ନେଇ ଏହି ବିମାନ ପହଞ୍ଚିଛି।

Turkey Earthquake
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ